ବିରାଟ କୋହଲି ଓ ସାଥୀ ଖାଇବେ ଓଡ଼ିଆ ଡିସ୍; ମେନୁରେ ଚ଼କୁଳି ପିଠା, ନଡି଼ଆକୋରା ତରକାରି, ସନ୍ତୁଳା

ଦୁଇ ଦଳର ଖେଳାଳୀ ଓ ବିସିସିଆଇ ଟିମ୍ ପାଇଁ ମେ’ଫେୟାର ହୋଟେଲରେ ବୁକ୍ ହୋଇଛି ୮୫ଟି ସ୍ବତନ୍ତ୍ର ରୁମ୍ । ରହିବା, ଖାଇବା ବ୍ୟତିତ ଜିମ୍, ସୁଇମିଂ ପୁଲ୍, ଜଗିଂ ଏବଂ ବୋଟିଂର ବ୍ୟବସ୍ଥା ବି କରାଯାଇଛି । କିଛି ଖେଳାଳୀଙ୍କ ପସନ୍ଦ ଅନୁଯାୟୀ ତାଙ୍କ ଲକି ନମ୍ବରର ରୁମ୍ ବୁକ୍ ହୋଇଛି ।

ବିରାଟ କୋହଲି ଓ ସାଥୀ ଖାଇବେ ଓଡ଼ିଆ ଡିସ୍; ମେନୁରେ ଚ଼କୁଳି ପିଠା, ନଡି଼ଆକୋରା ତରକାରି, ସନ୍ତୁଳା
ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ ବିରାଟ କୋହଲି
  • News18 Odia
  • Last Updated: December 18, 2019, 9:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ବାରବାଟୀ ଷ୍ଟାଡିଅମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ ପାଇଁ ଚ଼ାରି ଦିନ ଓଡ଼ିଶାରେ ରହିବେ ଉଭୟ ଦେଶର ଖେଳାଳୀମାନେ । ରାଜଧାନୀର ହୋଟେଲ ମେ’ଫେୟାରରେ ସେମାନଙ୍କ ପାଇଁ ହୋଇଛି ଖାଇବା ପିଇବାର ସ୍ବତନ୍ତ୍ର ବ୍ୟବସ୍ଥା । ଭାରତୀୟ ଖେଳାଳୀମାନଙ୍କ ପାଇଁ ପରଶାଯିବ ଓଡ଼ିଆ ଖାଦ୍ୟ ।

ଡିସେମ୍ବର ୨୨ ରବିବାର ଦିନ ବାରବାଟୀରେ ଖେଳାଯିବ ଦୁଇ ଦେଶ ଭିତରେ ତୃତୀୟ ଦିନିକିଆ ମ୍ୟାଚ୍‌ । ସେଥି ପାଇଁ ସରିଛି ସବୁ ପ୍ରକାର ପ୍ରସ୍ତୁତି । ଖେଳାଳୀମାନଙ୍କ ରହିବା ଏବଂ ଯିବାଆସିବାକୁ ସୁଖଦ କରିବା ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି । ସବୁ ଥର ଭଳି ଏଥର ମଧ୍ୟ ଦୁଇ ଦେଶର ଖେଳାଳୀଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହୋଇଛି ହୋଟେଲ ମେ’ଫେୟାର ।

ମେ’ଫେୟାର୍‌ ହୋଟେଲ୍‌ର ଡିନର୍‌ ହଲ୍‌


ଗୁରୁବାର ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ସିଧାସଳଖ ଦୁଇ ଦଳର ଖେଳାଳୀ ପହଞ୍ଚିବେ ହୋଟେଲରେ । ଏଥର ଦୁଇ ଦଳର ଖେଳାଳୀ ଏବଂ ବିସିସିଆଇ ଟିମ୍‌ ପାଇଁ ବୁକ୍ ହୋଇଛି ପ୍ରାୟ ୮୫ଟି ସ୍ବତନ୍ତ୍ର ରୁମ । ରହିବା, ଖାଇବା ବ୍ୟତିତ ଜିମ୍, ସୁଇମିଂ, ଜଗିଂ ଏବଂ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଓଡ଼ିଶା ଆସୁଥିବାରୁ ଖେଳାଳୀମାନଙ୍କ ପାଇଁ ଓଡିଆ ଖାଦ୍ୟ ପ୍ରସ୍ତୁତି ଉପରେ ବେଶ୍ ଗୁରୁତ୍ବ ଦିଆଯାଇଛି । ସେଥି ପାଇଁ ହୋଟେଲ ଭିତରେ ଏକ ବିଶେଷ ଓଡ଼ିଆ ରେଷ୍ଟୁରାଣ୍ଟ ଖୋଲାଯାଇଛି ବୋଲି କହିଛନ୍ତି ମେ’ଫେୟାର ହୋଟେଲର ଏକଜିକ୍ୟୁଟିଭ ଡାଇରେକ୍ଟର ସୌଭାଗ୍ୟ ମହାପାତ୍ର ।

‘‘ଭାରତୀୟ ଖେଳାଳୀମାନଙ୍କ ପାଇଁ ଡିସ୍‌ରେ ରହିବ ଓଡ଼ିଆ ଖାଦ୍ୟ । ମେନୁରେ ଅଛି ଦହି ବାଇଗଣ, ସନ୍ତୁଳା, ନଡି଼ଆ କୋରାରେ ତିଆରି ବୁଟ ଡାଲି ତରକାରୀ ଓ ଚ଼କୁଳି ପିଠା ଭଳି ଆହୁରି ଅନେକ ଖାଦ୍ୟ । ତେବେ ଟିମ୍‌ର ଡାଏଟ ନିୟମ ଅନୁଯାୟୀ ଓ ଖେଳାଳୀମାନଙ୍କ ଇଚ୍ଛା ଅନୁସାରେ ଖାଦ୍ୟ ପରଶାଯିବ,’’ କହିଛନ୍ତି ମହାପାତ୍ର ।

କିଛି ଖେଳାଳୀଙ୍କ ପସନ୍ଦ ଅନୁଯାୟୀ ପୂର୍ବରୁ ରୁମ ବୁକ୍ କରାଯାଇଛି । ଯେଉଁ ନମ୍ବର ତାଙ୍କର ଲକି ନମ୍ବର ସେହି ନମ୍ବରର ରୁମ୍ ଖେଳାଳୀଙ୍କ ପାଇଁ ବୁକ୍ କରାଯାଇଛି । ଆଗକୁ ବଡ଼ ଦିନ ଥିବାରୁ ହୋଟେଲରେ ଅତି ସୁନ୍ଦର ସାଜସଜ୍ଜା କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରିଛି କମିଶନରେଟ୍ ପୋଲିସ । ଖେଳାଳୀଙ୍କ ରହିବା, ଯିବା ଆସିବା ଓ ନେଟ୍ ପ୍ରାକଟିକ୍ସ ଆଦି ପାଇଁ ପ୍ରାୟ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି ।

ଏୟାରପୋର୍ଟରୁ ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ରହିଛି ଭୁବନେଶ୍ବର ଡିସିପିଙ୍କ ଦାୟିତ୍ବରେ । ସେହିପରି ଷ୍ଟାଡିୟମ ଏବଂ କଟକରେ ଖେଳାଳୀଙ୍କ ସୁରକ୍ଷା ରହିଛି କଟକ ଡିସିପିଙ୍କ ଜିମାରେ । ହୋଟେଲ ମେ’ଫେୟାରରେ ଓ ଷ୍ଟାଡିୟମ୍‌ରେ ତିଆରି ହୋଇଛି ଅସ୍ଥାୟୀ ପୋଲିସ କ୍ୟାମ୍ପ । ବୁଧବାର ଅପରାହ୍ନରେ କାରକେଡ୍ ରିହଲସେଲ୍ କରିଛି କମିଶନରେଟ୍ ପୋଲିସ ।
Published by: Anand Shankar Thankur Das
First published: December 18, 2019, 9:53 PM IST
corona virus btn
corona virus btn
Loading