News18 Odia Digital
ପୁରୀ: ପୁରୀରେ ଭୂତ ଆତଙ୍କ। ସିସିଟିଭିରେ କଏଦ ହୋଇଛି ଭୂତର ଦୃଶ୍ୟ। ପୁରୀ ସଦର ମୁକୁନ୍ଦ ମିଶ୍ର ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ନିକଟରେ ଏକ ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହୋଇଥିଲା। ଯେଉଁଥିରେ ଏକ ଧଳା ଛାଇ ଦ୍ରୁତଗତିରେ ବୁଦା ଭିତରକୁ ପଶିଯିବା ପରେ ଗାୟବ ହୋଇଯାଉଥିବାର ଦେଖିବାକୁ ମିଳିଥିଲା।
ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବାବେଳେ ଏହା ଭୂତ ବୋଲି ଚର୍ଚ୍ଚା ହେଉଛି। ଲୋକ ପ୍ରାୟତଃ ଭୂତ-ପ୍ରେତ ଆଦିର କଥାକୁ ବିଶ୍ୱାସ କରନ୍ତି ନାହିଁ। କିଛି ଲୋକ ଏହାକୁ ମନର ଭ୍ରମ ବୋଲି ମଧ୍ୟ କହିଥାନ୍ତି। ହେଲେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ସିସିଟିଭ ଫୁଟେଜ, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ।

ସିସିଟିଭିରେ କଏଦ ହେଲା ଦୃଶ୍ୟ
ସିସିଟିଭିରେ ଭୂତ ଦେଖିବାକୁ ମିଳିଛି। ଏହି ଘଟଣା ପୁରୀରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ଛାଇଯାଇଛି। ତେବେ ପୁରୀ ସଦର ମୁକୁନ୍ଦ ମିଶ୍ର ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।