ଅଶାନ୍ତ ବାଣୀବିହାର; JNU ଅଧ୍ୟାପକଙ୍କୁ ମାଡ଼ ମାରିଲେ ପୁରାତନ ଛାତ୍ର ନେତା

Violence: ଦେଶ ବିରୋଧୀ ଭାଷଣ ଅଭିଯୋଗରେ ଅତିଥି ଅଧ୍ୟାପକଙ୍କୁ ମାଡ଼...ଥାନା ପର୍ଯ୍ଯନ୍ତ ପହଞ୍ଚିଲା ମାମଲା...

ଅଶାନ୍ତ ବାଣୀବିହାର

ଅଶାନ୍ତ ବାଣୀବିହାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କାଉନସିଲ ହଲରେ ସିଟିଜେନ୍ ଫୋରମ ପକ୍ଷରୁ ରବିବାର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍ ମଜୁମଦାର ଭାରତୀୟ ସମ୍ବିଧାନ ଉପରେ ଆଲୋଚନା କରୁଥିଲେ। କିନ୍ତୁ ଅତିଥିଙ୍କ ବ୍ୟକ୍ତଵ୍ୟ ଆରମ୍ଭ ବେଳକୁ ଆରମ୍ଭ ହୋଇଥିଲା ଉନ୍ମୁକ୍ତ କାଣ୍ଡ।

BIGG BOSS 16 WINNER: ମରାଠୀ ବିଗବସ ବିଜେତାଙ୍କୁ ପଛରେ ପକାଇ ଟ୍ରଫି ହାତେଇଲେ MC STAN

ଏହି ସମୟରେ ବାଣୀବିହାରର କିଛି ପୂର୍ବତନ ଛାତ୍ର ଓ ବର୍ତ୍ତମାନର ଛାତ୍ର ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିଥିଲେ। ପରେ ଆୟୋଜକଙ୍କ ସହ ସମ୍ପୃକ୍ତ ଛାତ୍ର ଓ ପୂର୍ବତନ ଛାତ୍ରଙ୍କର ଯୁକ୍ତି ତର୍କ ହୋଇଥିଲା। ଯୁକ୍ତିତର୍କ ପରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପିଜି ବାଣୀବିହାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ସିଟିଜେନ୍ ଫୋରମ ପକ୍ଷରୁ ଆଜି ଏହାକୁ ନେଇ ସହୀଦ ନଗର ଥାନାରେ ଏତାଲା ଦାୟର କରାଯାଇଛି।

ସେପଟେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସିଟିଜେନ୍ ଫୋରମ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଦେଶ ବିରୋଧୀ ଆଲୋଚନା ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ଛାତ୍ର। ଆଲୋଚନାଚକ୍ରରେ ଭାଗ ନେଇଥିବା ବିଶେଷଜ୍ଞ ଦେଶର ସମ୍ବିଧାନ ଓ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଲୋଚନା କରିଥିଲେ। କୌଣସି ପରିସ୍ଥିତିରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଦେଶ ବିରୋଧୀ କାର୍ଯ୍ୟକଳାପ କରାଇ ଦିଆଯିବ ନାହିଁ ବୋଲି ପୁର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ର କହିଛନ୍ତି। ଏହାକୁ ନେଇ ଉତ୍କଳ ବିଶ୍ୱ ବିଦ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ ଦୁଇ ଛାତ୍ର ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିଥିଲେ।

News18 Big Breaking: ସିକିମରେ ଭୂମିକମ୍ପ ଅନୂଭୁତ...୧୫ଟି ପ୍ରସ୍ତାବ ଉପରେ ଲାଗିବ ମୋହର!


ତେବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପିଜି କାଉନସିଲ ଅନୁଷ୍ଠିତ ଆଲୋଚନା ଚକ୍ର ପାଇଁ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ କି? ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Published by:Soumya Das
First published: