କରୋନା ସମୟରେ ବଢ଼ିଛି ନାରୀ ନିର୍ଯ୍ୟାତନା; ସି.ୱାଇ.ଏସ.ଡି ରିପୋର୍ଟ ବଢାଇଲା ଚିନ୍ତା

କୋଭିଡ ସମୟରେ ମହିଳାଙ୍କ ବିରୋଧରେ ହିଂସା ଓ ନିର୍ଯାତନା ଅଧିକ ବଢ଼ିଛି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓ ସି.ୱାଇ.ଏସ.ଡି ପକ୍ଷରୁ ହୋଇଥିବା ଜେଣ୍ଡର ଷ୍ଟଡିରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିଛି।

କରୋନା ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି (ପ୍ରତୀକାତ୍ମକ ଛବି )

କରୋନା ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି (ପ୍ରତୀକାତ୍ମକ ଛବି )

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ ସମୟରେ ମହିଳାଙ୍କ ବିରୋଧରେ ହିଂସା ଓ ନିର୍ଯାତନା ଅଧିକ ବଢ଼ିଛି। ରାଜ୍ୟରେ କେନ୍ଦୁଝର ,କୋରାପୁଟ ଓ ମୟୂର ଭଞ୍ଜ ଭଳି ୩ଟି ଜିଲ୍ଲାର କିଛି ଅଞ୍ଚଳକୁ ନେଇ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓ ସି.ୱାଇ.ଏସ.ଡି ପକ୍ଷରୁ ହୋଇଥିବା ଜେଣ୍ଡର ଷ୍ଟଡିରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିଛି।

ରିପୋର୍ଟ ଅନୁସାରେ, କୋଭିଡ ସମୟରେ ଚାକିରୀ ନ ପାଇ କିମ୍ବା ଚାକିରୀ ହରାଇ ଅନେକ ଲୋକ ଓ ଯୁବକ ବେରୋଜଗାର ହୋଇଯାଇଛନ୍ତି। ହାତ ଖାଲି ହୋଇଯିବା ପରେ ଘରର ମୁଖ୍ୟ ଓ ଯୁବ ପୀଢ଼ିଙ୍କ ଟାର୍ଗେଟକୁ ଆସିଛନ୍ତି ମହିଳା। ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କମିଶନ, ମହିଳା ଥାନା, ମହିଳା ଫୋରମ୍, ଶିଶୁ ସୁରକ୍ଷା ଆୟୋଗ ପାଇଁ ଏଭଳି ତଥ୍ୟ ନିହାତି ଭାବରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଜେଣ୍ଡର ପଏଣ୍ଟ ପର୍ସନ ଉପାଲି ମହାନ୍ତି କହିଛନ୍ତି, "ଏହି ତିନୋଟି ଜିଲ୍ଲାରେ ୮୨.୯୬ ପ୍ରତିଶତ ମହିଳା ଅତ୍ୟାଚାର, ଲିଙ୍ଗଗତ ଭେଦଭାବ ୬୮.୮ ପ୍ରତିଶତ, ଶାରୀରିକ ନିର୍ଯ୍ୟାତନା ୫୮.୫୨ ପ୍ରତିଶତ, ମାନସିକ ନିର୍ଯ୍ୟାତନା ୫୬.୩୦ ପ୍ରତିଶତ ଓ ଯୌନ ଶୋଷଣ ୬.୬୭ପ୍ରତିଶତ ରହିଛି। ୩ଟି ଜିଲ୍ଲାର ଏଭଳି ତଥ୍ୟକୁ ନେଇ ଏବେ ଚିନ୍ତା ବଢୁଛି।"

ସେପଟେ ଏହାକୁ ନେଇ ଜିଲ୍ଲା ସ୍ତରରେ ଗ୍ରାସରୁଟରେ କାମ କରୁଥିବା ମହିଳାଙ୍କ କହିବା କଥା ହେଉଛି ଲୋକଙ୍କର ମାନସିକତା କେବଳ ଥାନା ଓ କୋର୍ଟ ଭିତରେ ସୀମିତ। ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ୱାନ ଷ୍ଟପ୍ ସେଣ୍ଟର୍, କାଉନ୍ ସେଲିଂ ସେଣ୍ଟର୍ , ମହିଳା ଫୋରମ୍ ବିଷୟରେ ଲୋକଙ୍କ ଧାରଣା ନାହିଁ। ଏଥିପାଇଁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଗ୍ରାମଗୁଡିକରେ ହେବା ଉଚିତ୍।

ଏ ନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ କହିଛନ୍ତି," କେବଳ ଏହି ୩ଟି ଜିଲ୍ଲାକୁ ନେଇ ଏମାନଙ୍କର ସର୍ଭେ ହୋଇଛି। କିନ୍ତୁ ରାଜ୍ୟରେ ଏମିତି ପ୍ରତିଦିନ ମାଳ ମାଳ ମାମଲା ମହିଳା କମିଶନଙ୍କୁ ଆସୁଛି। ଶାରୀରିକ ଓ ଯୌନ ନିର୍ଯାତନା ଲର ଶିକାର ହେଉଥିବା ମହିଳାମାନେ ଆଗ ଅପେକ୍ଷା ସଚେତନ ହୋଇଛନ୍ତି। କିନ୍ତୁ ପରିବାର ଭିତରେ ଝିଅ ଅପେକ୍ଷା ବାପା ମା ମାନେ ପୁଅକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ଅଧାରୁ ଅଧିକ ମହିଳା ଶୋଷଣ ଓ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରି ନାହାନ୍ତି ସେ ଯାଏଁ ହିଂସା କୁ ରୋକି ହେବ ନାହିଁ।"

ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି," ଆମ ସମାଜ ହେଉଛି ପୁରୁଷ ପ୍ରାଧ୍ୟାନ୍ୟ ସମାଜ । ଯଦିଓ ସମାଜରେ  କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ଲୋକଙ୍କ ମାନସିକତାରେ ସେଭଳି ପରିବର୍ତ୍ତନ ଆସିନି। ସଚେତନତ କରାଯାଉଛି, ଆହୁରି ଆବଶ୍ୟକତା ଅଛି। ଆମ ସମାଜରେ କେଉଁଠି ନା କେଉଁଠି ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଅଲଗା। ଘରର ଏରୁଣ୍ଡି ବନ୍ଧରୁ ବାହାରକୁ ଆସିବା ପାଇଁ ଚାହୁଁଥିବା ନାରୀ ଆଉ ଆଗକୁ ଯାଇ ପାରୁ ନାହିଁ"।
Published by:Soumya Das
First published: