ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ; ୩ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ତିନି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ବିଜେପି କହିଲା ବିଜେପିକୁ ମିଛ ବୋଲି କହୁଥିବା ଶାସକ ବିଜେଡିକୁ ଏହା ଏକ ଶକ୍ତ ଚାପୁଡା । 

ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ; ୩ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ; ୩ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ତିନି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପଦ୍ମପୁରର ଅଞ୍ଚଳ କଲେଜର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା ଏବଂ ସୁଧୀର କୁମାର ରଥ ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ନିଲମ୍ବନ କରଯାଇଛି । ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ ।

ତିନି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି" ଗତ ନଭେମ୍ବର ୧୯ ତାରିଖରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗୋଟିଏ ସରକାରୀ ସ୍କୁଲ ଓ ସରକାରୀ କଲେଜ ପରିସର ଭିତରେ ସରକାରୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ପଦ୍ମପୁର ଉପ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରାଯିବା ସହିତ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରାଯିବାକୁ ମନ୍ତ୍ରୀ ଶ୍ରୀ ପୁଜାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକକୁ ପଦ୍ମପୁର ଅଂଚଳ କଲେଜର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡା, ମାଣ୍ଡୋସିଲ୍ ଡିଗ୍ରୀ କଲେଜର ପ୍ରିନ୍ସିପାଲ (ଇନ୍‌ଚାର୍ଜ) ବିନୟ ରଞ୍ଜନ ପଣ୍ଡା, ଡଭା ଉଚ୍ଚ ମାଧ୍ୟମିକ ସ୍କୁଲର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର କୁମାର ରଥ ପ୍ରମୁଖ ଆୟୋଜନ କରିଥିଲେ । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କାରଣରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବରଗଡ ଜିଲ୍ଲାପାଳ ଏବଂ ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଥିଲା ।

ବିଜେପିର ଅଭିଯୋଗ ସତ୍ୟ ବୋଲି ତଦନ୍ତରେ ଜଣା ପଡିବା ପରେ ଆଇନ ଅମାନ୍ୟକାରୀ ତିନି ଜଣ ସରକାରୀ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଶିକ୍ଷକମାନେ ବିଜୁ ଜନତା ଦଳର କାମ କଲେ ଏବଂ ଚାକିରିରୁ ବିଦା ହେଲେ । ଆଗକୁ ମଧ୍ୟ ସରକାରୀ କର୍ମଚାରୀ ଯଦି ଶାସକ ବିଜେଡି ସପକ୍ଷରେ ଭୋଟ କାର୍ଯ୍ୟ କରିବେ, ତାହେଲେ ସେମାନେ ମଧ୍ୟ ନିଜ ନିଜ ଚାକିରୀରୁ ବିଦା ହେବେ ।

ଶାସକ ଦଳର ପ୍ରଲୋଭନରେ ସରକାରୀ ଚାକିରୀଆ ନଆସି ତାଙ୍କ ଦାୟିତ୍ୱ ତୁଲାନ୍ତୁ ଓ ରାଜନୀତିରୁ ନିବୃତ ରୁହନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଶାସକ ଦଳ ବିଜେଡି ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲଘଂନ ହେଉଛି, ବିଜେପି ସବୁବେଳେ ତଥ୍ୟ ଓ ପ୍ରମାଣ ସହିତ ଯଥାର୍ଥ ଅଭିଯୋଗ ସିଇଓଙ୍କ ନିକଟରେ କରିଥାଏ । ବିଜେପିକୁ ମିଛ ବୋଲି କହୁଥିବା ଶାସକ ବିଜେଡିକୁ ଏହା ଏକ ଶକ୍ତ ଚାପୁଡା । ସେହିପରି ଉପରୋକ୍ତ ଘଟଣାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପରେ ସିଇଓ କେବେ କାର୍ଯ୍ୟାନୁଷ୍ଠାନ ନେବେ ଏବଂ ପଦ୍ମପୁର ଉପନିର୍ବାଚନରୁ କେବେ ବାଦ୍ ଦେବେ ଏହାର ଜବାବ ମଧ୍ୟ ସିଇଓ ରଖିବାକୁ ସେ ଦାବି କରିଛି ବିଜେପି ।

ନିର୍ବାଚନ ଆସିଲେ ଶାସକ ଦଳ ଆଇନ ଉଲଘଂନର ପେଡି ଖୋଲିଦିଏ । ଯାହା ଏବେ ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ବିଜୁ ଜନତା ଦଳର ଅନୈତିକ, ଅସାମ୍ବିଧାନିକ, ବ୍ୟଭିଚାର, ଅଗଣତାନ୍ତ୍ରିକ ଏବଂ ବେଆଇନ ଭାବରେ ନିର୍ବାଚନ ପ୍ରଚାରର ଗତିବିଧିକୁ ଓଡିଶାର ବିରୋଧୀ ଦଳଭାବେ ସର୍ବଦା ସମ୍ପୂର୍ଣ୍ଣ ଦାୟିତ୍ୱର ସହ ସିଇଓଙ୍କ ପାଖରେ ରଖିଥିବା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।
Published by:Soubhagya Mishra
First published: