‘ଜୀବନ ଦେବୁ ପଛେ, ରାସ୍ତା ଦେବୁନି’: ଢେଙ୍କାନାଳରେ ରୁଙ୍ଗଟା ବିରୋଧରେ ୧୭ ଦିନ ଧରି ବିରୋଧ ଜାରି

ଆନ୍ଦୋଳନରେ ସାମିଲ ଶତାଧିକ ପୁରୁଷ ଓ ମହିଳା ଅଭିଯୋଗ କରିଛନ୍ତି ଯେ ଶହ ଶହ ବର୍ଷ ଧରି ଲୋକେ ବ୍ୟବହାର କରୁଥିବା ଏକ ରାସ୍ତାକୁ ରୁଙ୍ଗଟା କମ୍ପାନୀ ‘‘ଜବରଦସ୍ତି ନେଇ ଯିବାକୁ ବସିଛି’’ । କମ୍ପାନୀ ଏହି ଅଭିଯୋଗକୁ ଅସତ୍ୟ ବୋଲି କହିଛି ।

ଗତ ୧୭ ଦିନ ହେଲା ପ୍ରଦର୍ଶନ କରୁଥିବା ମହିଳାମାନେ

ଗତ ୧୭ ଦିନ ହେଲା ପ୍ରଦର୍ଶନ କରୁଥିବା ମହିଳାମାନେ

  • Share this:
News18 Odia Digital

ଢେଙ୍କାନାଳ: ଗ୍ରାମବାସୀମାନଙ୍କର ଗୋଟିଏ ଜିଦ୍‌ – ‘ଜୀବନ ଦେବୁ ପଛେ, ରାସ୍ତା ଦେବୁ ନାହିଁ’ । ଏହି ସ୍ଲୋଗାନ ଦେଇ ୧୭ ଦିନ ହେବ କେବଳ ବିସ୍କୁଟ ଖାଇ ଓ ପାଣି ପିଇ ଆନ୍ଦୋଳନରେ ବସିଛନ୍ତି ସାତଟି ପଞ୍ଚାୟତର ଗ୍ରାମବାସୀମାନେ । ରୁଙ୍ଗଟା ମାଇନ୍ସ ଲିମିଟେଡ଼ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ରାସ୍ତାକୁ ଭୀଷଣ ବିରୋଧ କରୁଛନ୍ତି ସେମାନେ । ଏହି ବିରୋଧ କ୍ରମଶଃ ତୀବ୍ର ହେଉଛି ।

ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗାଁ ନିକଟରେ ତିଆରି ହେଉଥିବା ଏହି ରାସ୍ତାକୁ ବିରୋଧ କରି ଶତାଧିକ ପୁରୁଷ ଓ ମହିଳା କୁନିକୁନି ପିଲାଙ୍କୁ ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଶହଶହ ବର୍ଷ ଧରି ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ଏକ ରାସ୍ତାକୁ ରୁଙ୍ଗଟା କମ୍ପାନୀ ‘‘ଜୋର ଜବରଦସ୍ତ କରି ନେଇ ଯିବାକୁ ବସିଛି’’ । ଯଦି ସେହି ରାସ୍ତାଟି କମ୍ପାନୀ ଅଧୀନକୁ ଚାଲି ଯାଏ, ତେବେ ଏହି ସାତ ଖଣ୍ଡ ପଞ୍ଚାୟତର ପାଖାପାଖି ୪୦,୦୦୦ ଲୋକ ଅନେକ ଅସୁବିଧା ଭୋଗ କରିବେ ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ

‘‘ଆମେ ଶହଶହ ବର୍ଷ ଧରି ଏହି ପୁରୁଣା ରାସ୍ତାରେ ଯାତାୟାତ କରି ଆସୁଛୁ । ୫୫ ନମ୍ବର ଜାତୀୟ ରାଜପଥ ନିମବାହାଳୀ ଓ ମେରାମଣ୍ଡଳି ରେଲୱେ ଷ୍ଟେସନ, ମେରାମଣ୍ଡଳି ମେଡିକାଲ ସମେତ ଅନୁଗୁଳ ଓ ଢେଙ୍କାନାଳ ଯିବାକୁ ହେଲେ ଆମେ ଏହି ରାସ୍ତା ଦେଇ ଯାତାୟାତ କରୁ । ଏହି ରାସ୍ତାକୁ କମ୍ପାନୀ ଜୋର ଜବରଦସ୍ତ କରି ନେଇ ଯିବାକୁ ବସିଛି । ମାତ୍ର ଆମେ ତାହା ହେବାକୁ ଦେବୁ ନାହିଁ,’’ କହିଛନ୍ତି ଜଣେ ଆନ୍ଦୋଳନରତ ଗ୍ରାମବାସୀ ।

ଲୋକେ ପୁରୁଣା ରାସ୍ତା କମ୍ପାନୀକୁ ଦେବେ ନାହିଁ ବୋଲି ନିଜ ଜିଦ୍ରେ ଅଟଳ ।


ଗ୍ରାମବାସୀମାନଙ୍କର ଏହି ନିତିଦିନିଆ ରାସ୍ତା ବଦଳରେ ରୁଙ୍ଗଟା କମ୍ପାନୀ ଯେଉଁ ବିକଳ୍ପ ରାସ୍ତା ଦେବାକୁ ଚାହୁଁଛି ତାହା ଅସୁରକ୍ଷିତ ଓ ବଣ ଜଙ୍ଗଲ ଘେରା ବୋଲି କହିଛନ୍ତି ଆନ୍ଦୋଳନକାରୀମାନେ । ସେହି ବିକଳ୍ପ ରାସ୍ତାରେ ଚୋରି-ଡକାୟତି ଠାରୁ ନେଇ ବନ୍ୟ ଜନ୍ତୁଙ୍କ ଭୟ ମଧ୍ୟ ରହିଛି ବୋଲି ସେମାନେ କହିଛନ୍ତି । ଅନେକ ସମୟରେ ଏହି ରାସ୍ତାରେ ହାତୀମାନଙ୍କର ଯାତାୟାତ ହେଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରୁଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | ଆମେରିକାରେ ନୂଆ ଯୁଗର ଆରମ୍ଭ ହେଲା; ଜୋ ବାଇଡେନ୍ President କମଳା ହ୍ୟାରିସ୍ VP ରୂପେ ଶପଥ ନେଲେ

ସାତଟି ପଞ୍ଚାୟତର ବାସିନ୍ଦା – ତର୍କାବେଡା, କନ୍ତିମିଲି, ଦୁଦୁରକୋଟ, ରଞ୍ଜାଗୋଳ, ପାଟଲା, ମହାଲୁଣ୍ଡା ଓ ଗୁଳେହି – ଏହି ନିର୍ମାଣାଧୀନ ରାସ୍ତାକୁ ବିରୋଧ କରୁଛନ୍ତି । ସେମାନଙ୍କର ଏହି ଆନ୍ଦୋଳନକୁ ଆଖପାଖ ଅନ୍ୟ ଛଅଟି ପଞ୍ଚାୟତର ଲୋକ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଆନ୍ଦୋଳନରତ ଗ୍ରାମବାସୀଙ୍କ ଯୁକ୍ତିରୁ ଲାଗୁଛି ସେମାନେ ରୁଙ୍ଗଟା କମ୍ପାନୀ ଉପରେ ବିଶ୍ୱାସ କରୁନାହାନ୍ତି । ଗ୍ରାମବାସୀମାନେ କହିଛନ୍ତି ଯେ ରୁଙ୍ଗଟା କମ୍ପାନୀ ୨୦୦୪ ମସିହାରେ ଜମି ଅଧିଗ୍ରହଣ କରୁଥିବା ସମୟରେ ତର୍କାବେଡ଼ା ଗାଁର ଗୋଦଣ୍ଡା ରାସ୍ତା ଆଡି଼ବନ୍ଧ ଓ ତିନୋଟି ଜଳାଶୟ ନେବାକୁ ଚାହିଁଥିଲା । ସେହି ସମୟରେ ଗ୍ରାମବାସୀମାନେ ଗାଁର ଖାଲତଇଲା,ଗୋଡି଼ବନ୍ଧ ଓ ତେଲକୋଗାଡି଼ଆ ଏହି ତିନୋଟି ପୋଖରୀକୁ କମ୍ପାନୀ ପରିସରଭୁକ୍ତ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ବଦଳରେ ଆଉ କିଛି ନୂଆ ଜଳାଶୟ ପାଇଁ କମ୍ପାନୀ ପାଖରେ ଦାବି କରିଥିଲେ । ଏହି ଦାବି ପୂରା କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ପୂରା ହୋଇନାହିଁ ବୋଲି କହିଛନ୍ତି ଗ୍ରାମବାସୀମାନେ ।

ଦେଖନ୍ତୁ ଫଟୋ | ଫିଲ୍ମ 'ଜନ୍ନତ' ଅଭିନେତ୍ରୀ ସୋନାଲ ଚୌହାନଙ୍କ ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି

ଏବେ ତର୍କାବେଡ଼ାର ଏକ କିଲୋମିଟର ବ୍ୟାପୀ ଯେଉଁ ରାସ୍ତାଟିକୁ ନେଇ ତା' ବଦଳରେ ଏକ ନୂଆ ରାସ୍ତା ତିଆରି କରି ଦେବାକୁ କମ୍ପାନୀ ପ୍ରତିଶୃତି ଦେଉଛି ତାହା ରୁଙ୍ଗଟା କମ୍ପାନୀର ଏକ ନୂଆ ଚାଲ୍ ବୋଲି କହିଛନ୍ତି ଅନେକ ଗ୍ରାମବାସୀ । ହେଲେ କମ୍ପାନୀର ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

‘‘ସରକାରଙ୍କ ପ୍ରାବଧାନ ଅନୁସାରେ ଯେହେତୁ ଇଣ୍ଡଷ୍ଟ୍ରି କରାଯାଉଛି, ସେଥିରେ ନିୟମ ରହିଛି ଯଦି କମ୍ପାନୀ ଭିତରେ କୌଣସି ରାସ୍ତା ଥାଏ ତେବେ ଲୋକଙ୍କୁ ସେହି ସମାନ ଧରଣର ରାସ୍ତା ଦିଆଗଲେ ସେହି ରାସ୍ତାକୁ ଅବରୋଧ କରିହେବ । ଏ ନେଇ ଇଡକୋ ମଧ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲା କିଛି ଜାଗା ଦେବାପାଇଁ ଯେଉଁଠି ଗ୍ରାମବାସୀଙ୍କ ପାଇଁ ବିକଳ୍ପ ରାସ୍ତା କରାଯାଇ ପାରିବ । ତେଣୁ ସରକାର ମଧ୍ୟ ସମସ୍ତ କାର୍ଯ୍ୟ ନିୟମ ଅନୁଯାୟୀ କରିଛନ୍ତି,’’ କହିଛନ୍ତି ରୁଙ୍ଗଟା କମ୍ପାନୀର ଏଚ୍.ଆର୍‌. ମୁଖ୍ୟ ଅଜୟ କୁମାର ଦାସ ।

ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା

ଡିମାର୍କେଶନ ପାଇଁ ଇଡକୋ କମ୍ପାନୀର ଅଦିକାରୀମାନେ ଯିବା ସମୟରୁ ଗ୍ରାମବାସୀମାନେ ପ୍ରତିରୋଧ କରିବା ଆରମ୍ଭ କରିଛନ୍ତି । ‘‘ଗ୍ରାମବାସୀଙ୍କ ପାଇଁ ଯେଉଁ ବିକଳ୍ପ ରାସ୍ତା ଦିଆଯାଉଛି ତାହା ଏକ ଉନ୍ନତ ମାନର ରାସ୍ତା । ସରକାରୀ ନିୟମ ଅନୁଯାୟୀ ସାଢ଼େ ତିନି ମିଟର ରାସ୍ତା ବଦଳରେ କମ୍ପାନୀ ସାଢ଼େ ପାଞ୍ଚ ମିଟରର କଙ୍କ୍ରିଟ ରାସ୍ତା ଦେବା ସହ ଆଲୋକର ବ୍ୟବସ୍ଥା ଓ ବନ୍ୟ ଜନ୍ତୁଙ୍କ ଭୟକୁ ଦୃଷ୍ଟିରେ ରଖି ସୋଲାର ଫେନସିଙ୍ଗ ମଧ୍ୟ କରିବ ବୋଲି କହିଛି,’’ କହିଛନ୍ତି ଦାସ ।



ହେଲେ ଏ ସବୁ ଲୁବିଧା ଓ ପ୍ରତିଶୃତି ସତ୍ତ୍ଵେ ଗ୍ରାମବାସୀମାନେ ନିଜ ନିତିଦିନିଆ ରାସ୍ତା ଦେବାକୁ ଅମଙ୍ଗ ହେଉଛନ୍ତି । ତେଣୁ ସରକାର ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଯାହା କିଛି ନିଷ୍କର୍ଷ ବାହାରିବ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଦାସ ।
Published by:Anand Shankar Thankur Das
First published:
)}