ଜଳ ସେଚନ ପ୍ରକଳ୍ପକୁ ପୋତି ନିର୍ମାଣ ହେଉଛି ଶିଳ୍ପ ପାର୍କ; ବିରୋଧ କରୁଛନ୍ତି ଗ୍ରାମବାସୀ

ଜଳ ସେଚନ ପ୍ରକଳ୍ପ ଉପରେ ନିର୍ମାଣ ହେଉଛି ଶିଳ୍ପ ପାର୍କ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତଳମୂଳ ଗାଁ ଗ୍ରାମବାସୀମାନେ।

ଜଳ ସେଚନ ପ୍ରକଳ୍ପ ଉପରେ ନିର୍ମାଣ ହେଉଥିବା ଶିଳ୍ପ ପାର୍କକୁ ବିରୋଧ କରୁଛନ୍ତି ଗ୍ରାମବାସୀ (ପ୍ରତୀକାତ୍ମକ ଛବି)

ଜଳ ସେଚନ ପ୍ରକଳ୍ପ ଉପରେ ନିର୍ମାଣ ହେଉଥିବା ଶିଳ୍ପ ପାର୍କକୁ ବିରୋଧ କରୁଛନ୍ତି ଗ୍ରାମବାସୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅନୁଗୁଳ: ଜଳ ସେଚନ ପ୍ରକଳ୍ପ ଉପରେ ନିର୍ମାଣ ହେଉଛି ଶିଳ୍ପ ପାର୍କ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତଳମୂଳ ଗାଁ ଗ୍ରାମବାସୀମାନେ।

ବଅଁରପାଳ ବ୍ଲକର ତଳମୂଳ ଗାଁ। ଯେଉଁଠି ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ହେଲେ ଅଧିକାଂଶ ଚାଷୀ କେବଳ ବର୍ଷା ଉପରେ ନିର୍ଭର କରନ୍ତି। ତେଣୁ ସଠିକ ସମୟରେ ବର୍ଷା ନହେଲେ ମରୁଡିର ସମ୍ମୁଖୀନ ହେଉଛନ୍ତି ଚାଷୀ।  ଗାଁରେ ରହିଛି ପ୍ରାୟ ୧୦୦ ଏକର ବିଶିଷ୍ଟ ଏକ ବିଶାଳ ପୋଖରୀ। ଦୀର୍ଘ ୪୦ ବର୍ଷ ପୂର୍ବେ ଜଳ ସେଚନ ବିଭାଗ ତରଫରୁ ଏହାକୁ ଜଳ ସେଚନ ପ୍ରକଳ୍ପ କରିବା ପାଇଁ ପଦକ୍ଷେପ ନିଆ ଯାଇଥିଲା। ଦୁଇଟି କେନାଲ ନିର୍ମାଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା।  ପୋଖରୀର ଅବସ୍ଥିତି ଏଭଳି ରହିଛିଯେ ତାହା କେବେବି ଶୁଖେ ନାହିଁ। କାରଣ ପୋଖରୀକୁ ଲାଗି ରହିଛି ବଡ଼ ବଡ଼ ପାହାଡ଼। ବର୍ଷା ହେଲେ ପାହାଡ଼ ପାଣି ଆସି ଜମା ହୁଏ। ଏହାଛଡା ଆଉଁଳି ନଦୀରୁ ବର୍ଷ ତମାମ ପାଣି ଆସି ପୋଖରୀରେ ପଶେ। ତେଣୁ ପୋଖରୀ ପାଣିକୁ ଜଳ ସେଚନ କରି ଚାଷ କାର୍ଯ୍ୟରେ ବ୍ୟବହାର କଲେ ଚାଷୀମାନେ ବର୍ଷରେ ଦୁଇଥର ଧାନ ଫସଲ କରିବା ସହ ଅନ୍ୟାନ୍ୟ ପନିପରିବା ଫସଲ କରି ପାରନ୍ତେ। ଏହା ଛଡା ସେହି ପୋଖରୀରେ ବର୍ଷ ସାରା ପାଣି ରହୁଥିବାରୁ ଆଖପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ସନ୍ତୁଳନ ରହେ। ସରକାରୀ ଭାବେ ଏହି ପୋଖରୀର ଆଇ କଟ ଏରିଆ ପ୍ରାୟ ୪୧ ହେକ୍ଟର। ଅର୍ଥାତ ୨୦୦ହେକ୍ଟର ଜମିରେ ଜଳ ସେଚିତ ହୋଇ ପାରିବ।

କିନ୍ତୁ ସ୍ଥାନୀୟ ଚାଷୀଙ୍କ କହିବା କଥା ଏହି ପୋଖରୀର ପୁନରୁଦ୍ଧାର କରାଗଲେ ତଳମୂଳ ଗାଁର ପ୍ରାୟ ୧ ହଜାର ହେକ୍ଟର ଜମି ଓ ଆଖପାଖ ପ୍ରାୟ ୫ଖଣ୍ଡ ଗାଁର ଆଉ ୧ହଜାର ହେକ୍ଟରରୁ ଅଧିକ ଜମିରେ ଜଳ ସେଚିତ ହୋଇ ପାରିବ। ଏବେ ସେହି ପୋଖରୀ ପାଣିକୁ କିଛି ଚାଷୀ ନିଜ ଉଦ୍ୟମରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଧାନ ଚାଷ କରି ପାରିଛନ୍ତି। କିନ୍ତୁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉ ନାହିଁ। ଅଞ୍ଚଳର ଚାଷୀ ମାନେ ବାରମ୍ବାର ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗକୁ ଦାବି କରି ଆସୁଛନ୍ତି।

ଏନେଇ ମଧ୍ୟମ ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି,"ସେହି ପୋଖରୀକୁ ଜଳ ସେଚନ ପ୍ରକଳ୍ପ କରିବା ପାଇଁ  ଆମେ ନିଜ ତରଫରୁ ଏହାର ବ୍ୟୟ ଅଟକଳ ପ୍ରସ୍ତୁତ କରି ସରକାରଙ୍କୁ ପଠେଇବୁ। ସରକାର ଯାହା ନିଷ୍ପତ୍ତି ନେବେ। ଏଭଳି ଏକ ଜଳ ପ୍ରକଳ୍ପ ଏବେ ଶିଳ୍ପ ସଂସ୍ଥା ହାତକୁ ଟେକି ଦେଇଛନ୍ତି ପ୍ରଶାସନ। ଫଳରେ ଚାଷୀଙ୍କ ଚିନ୍ତା ବଢି ଯାଇଛି। ଗତ ୨୦୧୭ରେ ଅନୁଗୁଳର ତତ୍କାଳୀନ ଜିଲାପାଳ ସେହି ଜଳାଶୟର ଭିତରୁ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫୨ଏକର ଜମି ଇଡ଼କୋକୁ ହସ୍ତାନ୍ତର କରିଥିଲେ। ସେହି ଜମିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଏକ ପାର୍କ ନିର୍ମାଣ କରିବାକୁ ଯୋଜନା କରୁଛି। ଗତ କିଛି ଦିନ ହେଲା ପାଚେରୀ କାମ ମଧ୍ୟ ଆରମ୍ଭ କରିଛି। କିନ୍ତୁ ଏ ବାବଦରେ ଗ୍ରାମବାସୀଙ୍କୁ କୌଣସି ଖବର ଦିଆ ଯାଇ ନାହିଁ। ହଠାତ ଗ୍ରାମବାସୀ ଏହା ଜାଣିବା ପରେ କାମକୁ ତୀବ୍ର ବିରୋଧ କରିଛନ୍ତି।

“ଆମ ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଏହି ପୋଖରୀ ଯୋଗୁଁ ପ୍ରାୟ ଏକ ହଜାରରୁ ଅଧିକ ଜମିରେ ପାଣି ମାଡ଼ୁଛି। ଧାନ ଫସଲ ହେଉଛି। କିନ୍ତୁ ଶିଳ୍ପ ପାର୍କ ନିର୍ମାଣ ହେଲେ ପୋଖରୀ ଭିତରେ ଆଉ ପାଣି ପଶି ପାରିବ ନାହିଁ। ଫଳରେ ଜଳ ସେଚନ ହୋଇ ନପାରି ସବୁ ଜମି ପଡିଆ ପଡିବ। ଏହାକୁ ଦୃଷ୍ଟିରେ ରଖି ସରକାର ବିଚାର କରିବା ଉଚିତ," କହିଛନ୍ତି ଜଣେ ଚାଷୀ ଅଶୋକ କୁମାର ତ୍ରିପାଠୀ।

“ସେଠାରେ ଶିଳ୍ପ ପାର୍କ କରିବା ପରିବର୍ତ୍ତେ ଏହି ପୋଖରୀକୁ ଆହୁରି ଉନ୍ନତ କରି ଜଳସେଚନର ସୁବିଧା କଲେ ହଜାର ହଜାର ଚାଷୀ ଉପକୃତ ହୋଇ ପାରିବେ। କିନ୍ତୁ ସରକାରଙ୍କ ନିଷ୍ପତ୍ତି ଅଲଗା। ତେଣୁ ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ। ଆମେ କେବେବି ଆମ ଜଳ ସେଚନ ପ୍ରକଳ୍ପ ଛାଡ଼ିବୁ ନାହିଁ,“ କହିଛନ୍ତି ଅନ୍ୟ ଜଣେ ଚାଷୀ ସଲିଲ ଷଡଙ୍ଗୀ

ମଧ୍ୟମ ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ରବି ଶଙ୍କର ଦାସ କହିଛନ୍ତି,"ସେହି ବିଶାଳ ପୋଖରୀ ଆମ ବିଭାଗ ଅଧୀନରେ ରହିଛି। କିଛି ବର୍ଷ ପୂର୍ବେ ଅଳ୍ପ କାମ କରା ଯାଇଥିଲା। ଏହାର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପଠାଇ ଦିଆ ଯାଇଥିଲା। ତେଣୁ ପ୍ରକୃତରେ କେତେ ଜମି ଶିଳ୍ପ ପାର୍କ ପାଇଁ ନିଆ ଯାଇଛି ସେ ନେଇ ମୋତେ କୌଣସି ସୂଚନା ଦିଆ ଯାଇ ନାହିଁ। ମୁଁ ନିଜେ ଯାଇ ଦେଖିବି। ଯଦି ସେଭଳି କିଛି ହୋଇଥାଏ ତେବେ ସରକାରଙ୍କୁ ଜଣାଇବି।"
Published by:Soumya Das
First published: