ବିଜୟ ମାଲ୍ୟା ପ୍ରତ୍ୟର୍ପଣ: ପଳାତକ ଉଦ୍ୟୋଗପତିଙ୍କୁ ଆଜି ରାତିରେ ବା କାଲି ଲଣ୍ଡନରୁ ଭାରତ ଅଣାଯାଇପାରେ

ଭାରତକୁ ଅଣାଯିବା ପରେ ମାଲ୍ୟାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଥିବା ଏକ ଉଚ୍ଚ-ସୁରକ୍ଷା ବ୍ୟାରାକରେ ରଖାଯିବ । ସେହି ବ୍ୟାରାକରେ ଆଗରୁ ଅଣ୍ଡରୱାର୍ଲ୍ଡ ସରଗନା ଓ ଆତଙ୍କବାଦୀମାନେ ରହିଛନ୍ତି ।

ବିଜୟ ମାଲ୍ୟା ପ୍ରତ୍ୟର୍ପଣ: ପଳାତକ ଉଦ୍ୟୋଗପତିଙ୍କୁ ଆଜି ରାତିରେ ବା କାଲି ଲଣ୍ଡନରୁ ଭାରତ ଅଣାଯାଇପାରେ
ବିଜୟ ମାଲ୍ୟା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ଅନେକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ଦେଶରୁ ଫେରାର ହୋଇଯାଇଥିବା ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ଆଜି ରାତିରେ ବିମାନରେ ଲଣ୍ଡନରୁ ମୁମ୍ବାଇକୁ ଅଣାଯାଇପାରେ ବୋଲି ଜଣାପଡ଼ିଛି । ମୁମ୍ବାଇରେ ହିଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥଲା ।

ଏହି ପଳାତକ ଉଦ୍ୟୋଗପତିଙ୍କ ସହ ବିମାନରେ ରହିବେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ, CBI) ଓ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି, ED, Enforcement Directorate)ର ଅଧିକାରୀମାନେ । ମୁମ୍ବାଇ ବିମାନବନ୍ଦରରେ ଏକ ଡାକ୍ତରୀ ଦଳ ମାଲ୍ୟାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ ।

ଯଦି ମାଲ୍ୟା ରାତିରେ ମୁମ୍ବାଇରେ ଓହ୍ଲାନ୍ତି, ତାହେଲେ ତାଙ୍କୁ ସେଠାକାର ସିବିଆଇ କାର୍ଯ୍ୟାଳୟରେ କିଛି ସମୟ ଅତିବାହିତ କରିବାକୁ ପଡ଼ିବ । ଦିନକ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂତ୍ରରୁ ପ୍ରକାଶ ।

ଯଦି ସେ ଦିନରେ ଅବତରଣ କରନ୍ତି, ତେବେ ତାଙ୍କୁ ସିଧାସଳଖ କୋର୍ଟରେ ହାଜର କରାଯିବ, ଯେଉଁଠାରେ ସିବିଆଇ ତାଙ୍କ ହେପାଜତ (କଷ୍ଟଡି) ଦାବି କରିବ ଓ ଅଧିକ ସମ୍ଭାବନା ଅଛି ଯେ ତାଙ୍କୁ କଷ୍ଟଡିରେ ନେବ । ତା’ ପରେ ଇଡି ମଧ୍ୟ ତାଙ୍କ କଷ୍ଟଡି ଦାବି କରିବ ବୋଲି ସୂତ୍ରରୁ ପ୍ରକାଶ ।

୧୭ଟି ବ୍ୟାଙ୍କର ୯,୦୦୦ କୋଟି ଟଙ୍କା ଋଣ ଡିଫଲ୍ଟ ମାମଲାରେ ମାଲ୍ୟାଙ୍କ ବିରୋଧରେ ଭାରତରେ ମକଦ୍ଦମା ଚାଲିଛି ।


ଅଗଷ୍ଟ ୨୦୧୮ରେ ମାଲ୍ୟାଙ୍କ ଆବେଦନ ଶୁଣାଣି କରିବା ପରେ ବ୍ରିଟେନର ଏକ କୋର୍ଟ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାମାନଙ୍କୁ ସେ ପ୍ରତ୍ୟର୍ପଣ ପରେ ଯେଉଁ ଜେଲର ରହିବେ ସେହି ଜେଲର ସବିଶେଷ ତଥ୍ୟ ଦେବାକୁ କହିଥିଲେ । ଏହା ପରେ ଏଜେନ୍ସିମାନେ ମୁମ୍ବାଇର ଆର୍ଥର ରୋଡ ଜେଲର ଏକ ସେଲର ଭିଡିଓ ସେୟାର କରିଥିଲେ ଯେଉଁଠି ସେମାନେ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ପରେ ରଖିବାକୁ ଯୋଜନା କରିଛନ୍ତି ।

ଏଜେନ୍ସିମାନେ ବ୍ରିଟେନ କୋର୍ଟକୁ ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରତ୍ୟର୍ପଣ ପରେ ମାଲ୍ୟାଙ୍କୁ ଆର୍ଥର ରୋଡ ଜେଲ କମ୍ପ୍ଲେକ୍ସରେ ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଅବସ୍ଥିତ ଏକ ଉଚ୍ଚ-ସୁରକ୍ଷା ବ୍ୟାରାକରେ ରଖାଯିବ ।

ମୁମ୍ବାଇର ଆର୍ଥର ରୋଡ ଜେଲ୍‌ ଅଣ୍ଡରୱାର୍ଲ୍ଡ ସରଗନା ଓ ଆତଙ୍କବାଦୀମାନଙ୍କ ରହିବା ପାଇଁ କୁଖ୍ୟାତ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଗିରଫ ହୋଇଥିବା ଏକ ମାତ୍ର ଆତଙ୍କବାଦୀ ଅଜମଲ କସାବକୁ ସେଠାରେ ଏକ ଉଚ୍ଚ-ସୁରକ୍ଷା କକ୍ଷରେ ରଖାଯାଇଥିଲା । ସେହି ଜେଲର jହିଥିବା ଅନ୍ୟ କୁଖ୍ୟାତ ଲୋକଙ୍କ ମଧ୍ୟରେ ଅଛନ୍ତି ଆବୁ ସାଲେମ, ଛୋଟା ରାଜନ, ମୁସ୍ତାଫା ଦୋସା, ପିଟର ମୁଖାର୍ଜିଆ ଓ ୧୩,୫୦୦ କୋଟି ଟଙ୍କା ପିଏନବି (PNB) ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବିପୁଲ ଅମ୍ବାନୀ ।

୧୭ଟି ବ୍ୟାଙ୍କର ୯,୦୦୦ କୋଟି ଟଙ୍କା ଋଣ ଡିଫଲ୍ଟ ମାମଲାରେ ମାଲ୍ୟାଙ୍କ ବିରୋଧରେ ଭାରତରେ ମକଦ୍ଦମା ଚାଲିଛି । ସେ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କର ଭାରତକୁ ପ୍ରତ୍ୟର୍ପଣ ହେବା ବିରୋଧରେ କରିଥିବା ଆବେଦନ ମେ ୧୪ ତାରିଖରେ ହାରିଯାଇଥିଲେ ।

ତେବେ ଇଡିର ଜଣେ ଅଧିକାରୀ କହିଛନ୍ତି ଯେ ମାଲ୍ୟାଙ୍କୁ ଭାରତ ଆଣିବାରେ ଦିନେ ଦୁଇ ଦିନ ସମୟ ଲାଗିପାରେ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 11:19 PM IST
corona virus btn
corona virus btn
Loading