ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋଟିପତି ଇଞ୍ଜିନିୟର୍: ପ୍ରତାପ କୁମାର ସାମଲଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ

କୋଟିପତି ଇଞ୍ଜିନିୟର୍: ପ୍ରତାପ କୁମାର ସାମଲଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ

ମଙ୍ଗଳବାର ଠାରୁ ଅଟକ ଥିବା ପ୍ରତାପଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ତାଙ୍କ ବିରୁଦ୍ଧରେ ୟୁ/ଏସ୍ ୧୨(୨), ଆର/ଡବ୍ଲ୍ୟୁ ୧୩(୧), ବି/୧୨ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।

କୋଟିପତି ଇଞ୍ଜିନିୟର୍: ପ୍ରତାପ କୁମାର ସାମଲଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
ପ୍ରତାପ କୁମାର ସାମଲଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ (ଫାଇଲ୍ ଫଟୋ)
  • News18 Odia
  • Last Updated: November 11, 2021, 4:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍ ୱେଲ୍‌ଫେୟାର୍ କର୍ପୋରେସନ୍‌ର (ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ବୁଧବାର ଗିରଫ କରାଯାଇ ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ପରେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ପ୍ରତାପଙ୍କ ଆୟବର୍ହିଭୁତ ସମ୍ପତ୍ତି ହେଉଛି ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା । ଯାହା ତାଙ୍କ ଆୟ ଠାରୁ ୧୦୨୧ ପ୍ରତିଶତ ଅଧିକ।

ମଙ୍ଗଳବାର ଠାରୁ ଅଟକ ଥିବା ପ୍ରତାପଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ତାଙ୍କ ବିରୁଦ୍ଧରେ ୟୁ/ଏସ୍ ୧୨(୨), ଆର/ଡବ୍ଲ୍ୟୁ ୧୩(୧), ବି/୧୨ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ସେହି ଭଳି ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ଏସ.ପି ଆର. ପ୍ରକାଶ କହିଛନ୍ତି, “ପ୍ରତାପଙ୍କ ଘରେ ୨୨ ଘଣ୍ଟା ଧରି ଭିଜିଲାନ୍ସ ଚଢ଼ାଉ କରିଥିଲା । ଏବେ ସୁଦ୍ଧା ତାଙ୍କ ପାଖରୁ ଠାବ ହୋଇଛି ୧୪ କୋଟି, ୮୭ ଲକ୍ଷ, ୪୧ ହଜାର ୧୯୪ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି। ଯାହା ତାଙ୍କ ଆୟ ଠାରୁ ୧୦୨୧ ପ୍ରତିଶତ ଅଧିକ । ମଙ୍ଗଳବାର ଠାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଠାବ ହୋଇଥିବା ସମ୍ପତ୍ତିକୁ ନେଇ ସେ ସଠିକ୍ ତଥ୍ୟ ଦେଇ ପାରି ନଥିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ତାଙ୍କ ପତ୍ନିଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।”

କୋଟିପତି ଇଞ୍ଜିନିୟର୍ ପ୍ରତାପ କୁମାର ସାମଲଙ୍କୁ କୋର୍ଟ ଚାଲାଣ


ମଙ୍ଗଳବାର ପ୍ରତାପଙ୍କ ଘର ସମେତ ୧୧ଟି ସ୍ଥାନରେ ଏକ କାଳିନ ଚଢ଼ାଉ କରିଥିଲା ଭିଜଲାନ୍ସ ବିଭାଗ । ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବ୍ୟାଙ୍କରେ ଜମା ରହିଛି ୧ କୋଟି, ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ବୀମା ପ୍ରିମିୟମ ରାଶି ରହିଛି ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା । ଗୋଠପାଟଣାରେ ଥିବା ୫ ମହଲା ଘରର ସରକାରୀ ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ୨୫ଟି ପ୍ଲଟର ରେଜଷ୍ଟ୍ରସନ୍ ଓ ଷ୍ଟାମ୍ପ ମୂଲ୍ୟ ସରକାରୀ ଭାବେ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କ । ବାସ୍ତବରେ ଏ ସବୁ ସମ୍ପତ୍ତିର ବଜାର ଦର ଢ଼େର ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା କହିଛନ୍ତି, “ଯେଉଁମାନେ ଦୁର୍ନୀତି ଖୋର କର୍ମଚାରୀ ସେମାନଙ୍କ ବିରୁଦ୍ଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ପୂର୍ବରୁ ମଧ୍ୟ ଏକାଧିକ ଦୁର୍ନୀତି ଖୋର କର୍ମଚାରୀଙ୍କ ବିରୁଦ୍ଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରୁଛି । ଆଗକୁ ମଧ୍ୟ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିବ ସେମାନଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

ସୂଚନା ଅନୁସାରେ, ମଙ୍ଗଳବାର ଆୟବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ପ୍ରତାପଙ୍କ ଅଫିସ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରୁ ଜବତ ହୋଇଛି ନଗଦ ୩୮ଲକ୍ଷ ୧୨ହଜାର ଟଙ୍କା । ସେହିଭଳି ପ୍ରତାପଙ୍କ ଠାରୁ ଠାବ ହୋଇଛି ୨୫ଟି ଅସ୍ଥାବର ସମ୍ପତି । ଯେଉଁଥିରେ ରହିଛି ୨୨ଟି ପ୍ଲଟ ।

ଭଦ୍ରକରେ ପ୍ରତାପଙ୍କ ନାମରେ ରହିଛି ୫ଟି ପ୍ଲଟ ସାଙ୍ଗକୁ ଏକ ୪ ମହଲା ବିଶିଷ୍ଟ ଘର । ସ୍ତ୍ରୀ ସସ୍ମିତା ସାମଲଙ୍କ ନାମରେ ରହିଛି ୧୪ଟି ପ୍ଳଟ ଓ ଗୋଠପାଟଣାରେ ୩ କୋଟି ୨୫ ଲକ୍ଷ ୬୦ ହଜାର ମୂଲ୍ୟର ୫ ମହଲା ଘର । ଖାଲି ଏତିକି ନୁହେଁ ସରକାନ୍ତରାରେ ମଧ୍ୟ ପତ୍ନୀ ସସ୍ମିତାଙ୍କ ନାମେର ରହିଛି ଏକ ମହଲା ବିଶିଷ୍ଟ ଘର । ପୁଅ ପ୍ରୀତମ ନାମରେ ଖୋର୍ଦ୍ଧାରେ ରହିଛି ୪ଟି ପ୍ଲଟ । ଜୟଦେବ ବିହାରରେ ଥିବା ନରେନ୍ଦ୍ର ଭିଲ୍ଲା ଆପାର୍ଟମେଣ୍ଟରେ ରହିଛି ଏକ ଫ୍ଲାଟ ।

୧୯୮୮ ମସିହାରୁ ଚାକିରି ଆରମ୍ଭ କରିଥିଲେ ପ୍ରତାପ । ନିଜ ସ୍ତ୍ରୀ ଓ ପୁଅ ନାମରେ କରିଛନ୍ତି ସମ୍ପତ୍ତି ଠୁଳ । ପ୍ରଶ୍ନ ଉଠୁଛି, ଏତେ ସମ୍ପତ୍ତିର ମାଲିକ ହେଲେ କେମିତି ? କିଭଳି କରୁଥିଲେ କଳାଧନ ରୋଜଗାର ? କେଉଁମାନଙ୍କୁ ହାତ ବାରିସି କରି ଉପର୍ଜନ କରିଥିଲେ କଳାଧନ ?
Published by: Lipina Das
First published: November 11, 2021, 4:11 PM IST