ଅଭୟକାନ୍ତ ଓ ପୁଅ ଆକାଶଙ୍କ କଳା ସାମ୍ରାଜ୍ୟ ଭିତରକୁ ତଦନ୍ତ ଜୋରଦାର କଲା ଭିଜିଲାନ୍ସ ଏସ୍.ଆଇ.ଟି.
ଭିଜିଲାନ୍ସର ଦଶ-ଜଣିଆ ସ୍ୱତନ୍ତ୍ର ଟିମ୍ ଗଭୀର ଛାନଭିନ୍ ଆରମ୍ଭ କରି ବନ ବିଭାଗର ବରିଷ୍ଠ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ବିଶାଳ ‘‘ଆୟ-ବହିର୍ଭୁତ ସମ୍ପତ୍ତି’’ ବାବଦରେ ଶକ୍ତ ପ୍ରମାଣ ଏକତ୍ର କରୁଛି ।

ଅଭୟକାନ୍ତ ପାଠକ ଓ (ଡାହାଣ) ଅରଣ୍ୟ ଭବନ
- News18 Odia
- Last Updated: December 1, 2020, 11:52 PM IST
ଭୁବନେଶ୍ୱର: ଆସିଷ୍ଟାଣ୍ଟ ପିସିସିଏଫ ଅଭୟ ପାଠକଙ୍କ ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି ତାହା ଜାଣିବାକୁ ଖୋଳତାଡ଼ ବ୍ୟାପକ କରିଛି ଭଜିଲାନ୍ସ ଏସ୍.ଆଇ.ଟି. । ମଙ୍ଗଳବାର ଦିନ ଏକା ସାଙ୍ଗରେ ଭୁବନେଶ୍ୱର ସମେତ ଅନ୍ୟ ପ୍ରାୟ ୧୦ଟି ସ୍ଥାନରେ ଚଢ଼ାଉ କରାଯିବା ସହ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ବନ ବିଭାଗର କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ସମେତ ପାଠକଙ୍କ ଡ୍ରାଇଭର ସହ ପଚରାଉଚରା କରାଯାଇଛି ।
ଏସ୍.ଆଇ.ଟି.ର ତର୍ଜମାରେ ମୁଖ୍ୟତଃ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟକୁ ପ୍ରାୟ ୯ କୋଟି ଟଙ୍କା ଆସିଲା କୁଆଡୁ, କେଉଁ ବ୍ୟାଙ୍କ ଜରିଆରେ ଆସିଲା, କେବେ ଠାରୁ ଆସିଛି ଓ ଅଭୟକାନ୍ତ ପାଠକଙ୍କ ପେ-ସ୍ଲିପରେ କ’ଣ ତଥ୍ୟ ରହିଛି ଆଦି ପ୍ରସଙ୍ଗ ସାମିଲ ଥିବା ଜଣାଯାଇଛି ।
ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ‘ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି ୧.୫ କୋଟି ଟଙ୍କା

ଅଭୟକାନ୍ତ ପାଠକଙ୍କ ପେ-ସ୍ଲିପକୁ ତଦନ୍ତ ପରିସରକୁ ଅଣାଯାଇଛି ।
ସମାନ ସମୟରେ ମଧ୍ୟ ନାଲକୋ ଛକ ପାଖରେ ଥିବା ଅରଣ୍ୟ ଭବନରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ମୁଖ୍ୟତଃ ଅଭୟ ପାଠକଙ୍କ ସରକାରୀ ଦରମା କେତେ ରହିଆସିଛି ଓ ସପ୍ତମ ବେତନଭୁକ୍ତ ହେବା ପରେ ସେ କେତେ ଦରମା ପାଉଥିଲେ ତା’ର ଆକଳନ କରିଥିଲେ ଭିଜିଲାନ୍ସ ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | PMଙ୍କୁ ଚିଠି: ‘ଇ-କମର୍ସ କମ୍ପାନୀଗୁଡ଼ିକ FDI ନୀତି ଉଲ୍ଲଙ୍ଘନ କରୁଛନ୍ତି; MSMEକୁ ଆଘାତ ହେଉଛି’
‘‘ଭୁବନେଶ୍ୱର ନାଲକୋ ଛକ ସ୍ଥିତ ଅରଣ୍ୟ ଭବନରେ ଲମ୍ବା ସମୟ ଧରି ଯାଞ୍ଚ କରାଯାଇଛି । ମୁଖ୍ୟତଃ ଅଭୟ ପାଠକଙ୍କ ସରକାରୀ ଚାକିରୀର ଆୟ ସହିତ ପଦପଦବୀର ସ୍ଥିତି ତଥା ତାଙ୍କ ବ୍ୟକ୍ତିଗତ ଚାକିରୀ ଜୀବନର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଏସ.ଆଇ.ଟି. । ଏହି ଯାଞ୍ଚ ପ୍ରକ୍ରିୟା ଲମ୍ବା ହୋଇପାରେ । କାରଣ ଏଥିରେ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ଧୀରେ ଧୀରେ ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି,’ କହିଛନ୍ତି ଏସ.ଆଇ.ଟି. ଟିମର ସଦସ୍ୟ କେ. ବେଣୁଗୋପାଳ ଆଚାର୍ଯ୍ୟ ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
ତଦନ୍ତ କରୁଥିବା ଟିମ୍ ଠାରୁ ମିଳିଥିବା ସୂଚନା ଅନୁସାରେ ୨୦୧୭ ମସିହାରୁ ଅଭୟ ପାଠକ ମାସିକ ୧,୨୫,୦୦୦ ଟଙ୍କାରୁ ଅଧିକ ଦରମା ପାଉଥିଲେ । ଏହାକୁ ହିସାବକୁ ନେଲେ ତାଙ୍କର ବାର୍ଷିକ ଦରମା ଜାଣି ହେଉଛି । ହେଲେ ଏହା ବାଦ୍ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତିର ତାଲିକାରୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରୁଛି ଏସ୍.ଆଇ.ଟି.।
ଅଭୟଙ୍କ ସହିତ କାମ କରିଥିବା ବନ ବିଭାଗର କିଛି ତଳିଆ କର୍ମଚାରୀମାନେ ତାଙ୍କ ଗିରଫ ହେବା ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ନିଜ ନାମ ପ୍ରକାଶ ନ କରି ଜଣେ କର୍ମଚାରୀ କହିଛନ୍ତି, ‘‘ଏଠାକୁ ଅନେକ ଅଫିସର ବିଭିନ୍ନ ସମୟରେ ଆସିଛନ୍ତି । ଅଭୟ ପାଠକ ଏଭଳି କରିଥିଲେ ବୋଲି ଆମର ବିଶ୍ୱାସ ହେଉନାହିଁ । ଦେଖାଯାଉ ତଦନ୍ତରୁ କ’ଣ ବାହାରୁଛି ।’’ ଏବେ ସମସ୍ତଙ୍କ ନଜର ଭିଜିଲାନ୍ସ ଏସ.ଆଇ.ଟି. ତଦନ୍ତର ଫଳାଫଳ ଉପରେ ଲାଖି ରହିଛି ।