ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SIT

ପାଠକ ବାପପୁଅଙ୍କ କଥିତ ବିଶାଳ ଆୟବହିର୍ଭୁତ ସମ୍ପତ୍ତିର ତଦନ୍ତରେ ରାଜନେତା, ସରକାରୀ ଅଫିସର, ବ୍ୟାଙ୍କ ଅଧିକାରୀ ଓ ବ୍ୟବସାୟୀଙ୍କ ଏକ ଲମ୍ବା ତାଲିକା ତିଆରି କରିଛି SIT । ପଚରା ଉଚରା ପାଇଁ ସେମାନେ ହାଜର ନ ହେଲେ ଚଢ଼ାଉ ବି କରାଯିବ ବୋଲି ସୂଚନା ମିଳିଛି ।

ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SIT
(ବାମରୁ ଡାହାଣ) ଅଭୟକାନ୍ତ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ
  • News18 Odia
  • Last Updated: December 3, 2020, 5:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏବେ ଆଇ.ଏଫ.ଏସ୍‌. ଅଫିସର ଅଭୟକାନ୍ତ ପାଠକଙ୍କ ପରିବାରର କଥିତ ପାପର ପେଡ଼ି ଖୋଲିବାରେ ଲାଗିଛି ଭିଜିଲାନ୍ସର ଏସ୍‌.ଆଇ.ଟି. । ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ତିନିଦିନିଆ ରିମାଣ୍ଡରେ ନେବା ପରେ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ପରିବାରଙ୍କ ଭିତରେ ଥିବା ଲିଙ୍କର ଖୋଲତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ।

ପାଠକ ବାପପୁଅଙ୍କ କଥିତ ବିଶାଳ ଆୟବହିର୍ଭୁତ ସମ୍ପତ୍ତିର ତଦନ୍ତରେ ଏବେ ରାଜନେତା, ଅଫିସର, ବ୍ୟାଙ୍କ ଅଧିକାରୀ ଓ ବ୍ୟବସାୟୀଙ୍କ ଏକ ଲମ୍ବା ତାଲିକା ତିଆରି କରିଛି ଏସ୍‌.ଆଇ.ଟି. । ଖୁବ ଜଲଦି ସେମାନଙ୍କ ଭିତରୁ କେତେକଙ୍କୁ ନୋଟିସ କରାଯିବ । ହାଜର ନ ହେଲେ ଚଢ଼ାଉ ବି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

ଏସ୍‌.ଆଇ.ଟି.ର ତଦନ୍ତ ପ୍ରକ୍ରିୟାରେ ୩୦ରୁ ଅଧିକ ଲୋକଙ୍କ ସହ ପଚରା ଉଚରା ହେବ ବୋଲି ଜଣାପଡ଼ିଛି । ଜଣେ ଭିଜିଲାନ୍ସ ଏସ୍‌.ଆଇ.ଟି. ଅଫିସରଙ୍କ କହିବା ଅନୁସାରେ ନୋଟିସ ପରେ ବି ଯଦି କେହି ହାଜର ନ ହୁଅନ୍ତି ତେବେ ତାଙ୍କୁ ଘରୁ ଉଠେଇ ଆଣି ଜେରା କରାଯିବ । ଏଥି ପାଇଁ ବ୍ଲୁ ପ୍ରିଣ୍ଟ ବି ତିଆରି ସରିଥିବା ସୂଚନା ମିଳିଛି । ଭିଜିଲାନ୍ସର ଆଡିସନାଲ ଏସ୍‌.ପି.ଙ୍କ ନେତୃତ୍ୱରେ ଗଠିତ ଏସ୍‌.ଆଇ.ଟି.ର କାମକୁ ତଦାରଖ କରିବେ ଭିଜିଲାନ୍ସର ଡି.ଆଇ.ଜି. ଓ ଏସ୍‌.ପି.।

ଆକାଶ ଓ (ଡାହାଣ) ତାଙ୍କ ପିତା ଅଭୟକାନ୍ତ ପାଠକଙ୍କୁ ତିନିଦିନିଆ ରିମାଣ୍ଛିଡରେ ନେଇଛି ଭିଜିଲାନ୍ସ ଏସ୍‌.ଆଇ.ଟି.।


‘‘ଅଭୟକାନ୍ତ ପାଠକ-ପ୍ରଦୀପ ପାଣିଗ୍ରାହୀ-ଆକାଶ ପାଠକଙ୍କ ସହ ଜଡ଼ିତ ତଥା ଆର୍ଥିକ ଅପରାଧ ଓ ଆୟବହିର୍ଭୁତ ମାମଲାରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିଧାୟକ, ବ୍ୟାଙ୍କ ଅଧିକାରୀ, ରାଜ୍ୟ ସରକାରଙ୍କ ଅଫିସର ଓ କେତେକ ବ୍ୟବସାୟୀ ଅଛନ୍ତି । ପଚରା ଉଚରା ପାଇଁ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି,’’ କହିଛନ୍ତି ଭିଜିଲାନ୍ସ SITର କାର୍ଯ୍ୟକଳାପ ସହ ଅବଗତ ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ଆକାଶ ପାଠକଙ୍କ ବ୍ୟାଙ୍କ ଖାତାର ଯାଞ୍ଚରୁ ମିଳିଛି ନୁଆ ତଥ୍ୟ । ୯ କୋଟି ୪୮ ଲକ୍ଷ ଟଙ୍କା ନୁହେଁ, ବରଂ ତାଙ୍କର ତିନିଟି ଖାତାରେ ରହିଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ସେଥିରୁ ୯ କୋଟି ୪୮ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଛି ଏବଂ ବାକି ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଆକାଉଣ୍ଟକୁ ଆସିଛି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା IFS ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ପୋତା ଧନ ବାବଦରେ ତଦନ୍ତକୁ ଜୋରଦାର କରିଛି ଭିଜିଲାନ୍ସ SIT । ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ଭିଜିଲାନ୍ସର SIT ଅନେକ ଲୋକଙ୍କୁ ପଚରା ଉଚରା କରିବା ସହିତ ରାଜ୍ୟ ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । SIT ନିଜର ତଦନ୍ତ ଆରମ୍ଭ କରିବାର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର ଦିନ ବନ ବିଭାଗର ତିନି ଜଣ ଅଧିକାରୀଙ୍କୁ ଜେରା କରିଛି । ସେମାନଙ୍କ ମଧ୍ୟରେ ଜଣେ ଡିଏଫଓ ଓ ଅନ୍ୟ ଦୁଇ ଜଣ ଏସିଏଫ ଅଛନ୍ତି ।

କେବଳ ଚାଟାର୍ଡ଼ ଫ୍ଲାଇଟ ବାବଦରେ ବାପ ଓ ପୁଅ ଖର୍ଚ୍ଚ କରିଥିବା ୩ କୋଟି ଟଙ୍କାର ବିଲ୍ ମଧ୍ୟ ଭିଜିଲାନ୍ସ ଜବତ କରିଛି ।


ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ପାଠକଙ୍କ ପାଇଁ ଏୟାର ଟିକେଟ୍‌ ବୁକିଂ କରୁଥିବା ତଥା ତାଙ୍କ ପାଇଁ ଚାଟାର୍ଡ ଫ୍ଲାଇଟ ଓ ହୋଟେଲ ବୁକ କରୁଥିବା ଟୁର୍‌ ଅପରେଟରଙ୍କ ସହ ବି ପଚରାଉରା କରାଯାଇଛି । ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ଭିଜିଲାନ୍ସ SIT । ପାଠକଙ୍କ ବାସଭବନ ଓ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିକୁ ଜବତ କରିବା ପରେ ତା’ର ଯାଞ୍ଚ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ଅଭୟକାନ୍ତ ପାଠକ ପୂର୍ବରୁ କାମ କରୁଥିବା ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, ଅନୁଗୁଳ, ବୌଦ୍ଧ, କୋରାପୁଟ ଓ ବ୍ରହ୍ମପୁର ଇତ୍ୟାଦି ସ୍ଥାନ, ପିସିସିଏଫ ଅଫିସର ଓ ଜଙ୍ଗଲ ଏବଂ ପରିବେଶ ବିଭାଗରେ ମଧ୍ୟ ଛାନବିନ୍‌ ଆରମ୍ଭ କରିଛି ଭିଜିଲାନ୍ସ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ଏହା ସହିତ ଆକାଶଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଓ ଜମିଜମାର କାଗଜପତ୍ରଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅଭୟକାନ୍ତ ଓ ତାଙ୍କ ପୁଅଙ୍କ ପାଖରୁ ଜବତ ହୋଇଥିବା ଲାପଟପ୍ ଓ ମୋବାଇଲ ଫୋନର ଯାଞ୍ଚ ଆରମ୍ଭ ହୋଇଛି । ଏହି ଜାଞ୍ଚର ଦାୟିତ୍ବ ରାଜ୍ୟ ଫରେନସିକ୍‌ ଆଣ୍ଡ ସାଇଣ୍ଟିଫିକ୍‌ ଲାବରେଟରୀରେ କରାଯାଉଛି ।

ଏହି ମାମଲାର ତଦନ୍ତ କରୁଥିବା ୨୦ ସଦସ୍ୟ ବିଶିଷ୍ଟ ଏସଆଇଟିରେ ତିନି ଜଣ ଡିଏସପି ପାହ୍ୟାର ଅଫିସରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହି ଟିମ୍‌ରେ ୪ ଜଣ ଡିଏସପି, ତିନି ଜଣ ଇନ୍ସପେକ୍ଟର, ବ୍ୟାଙ୍କ କନସଲଟାଣ୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଡ ଓ ଫରେନସିକ୍‌ ଅଡିଟରଙ୍କୁ ନିୟୋଜିତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଏକ ପ୍ରେସ ଇସ୍ତାହାରରେ ଉଲ୍ଲେଖ କରିଛି ।



ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟିରୁ ଅଧିକ ଟଙ୍କା, ପୁଣେରେ ୧୧ କୋଟି ଟଙ୍କାର ଫ୍ଲାଟ, ରେଷ୍ଟୁରାଣ୍ଟ ଓ ଫାର୍ମ ହାଉସ । ତା’ ସହ ଲକଡାଉନ୍‌ ସମୟରେ ଚାଟାର୍ଡ଼ ବିମାନରେ ଯାତ୍ରା ଓ ବାହାଘର ପାଇଁ ଲକ୍ଷ ଲକ୍ଷ ଟଙ୍କାର ଏଡଭାନ୍ସ ଦେଇ ଲେକ୍‌ ପ୍ୟାଲେସ ହୋଟେଲ୍‌ ବୁକ କରିବା ସହ ଆହୁରି ଅନେକ ଟଙ୍କା ଖର୍ଚ୍ଚ ହୋଇଛି । ଟାଟା ମୋଟର୍ସର ଉଚ୍ଚ ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବେକାର ଯୁବକ ଯୁବତୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକ ଠକିଥିବା ଅବିଯୋଗର ବି ଖୋଳତାଡ଼ ଚାଲିଛି । ଏଥିରେ ବିଧାୟକ ତଥା ପୂର୍ବ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।
Published by: Anand Shankar Thankur Das
First published: December 3, 2020, 5:07 PM IST