ସରକାରଙ୍କ ସଚିବ ଅଜୟ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍; ୩ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲା

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଵତନ୍ତ୍ର ସଚିବ ଅଜୟ ଦାସଙ୍କୁ ମାସକ ପରେ ଅବସର ନେବାର ଥିଲା । ମାତ୍ର ୨୦୦ ଟଙ୍କା ଦରମାରୁ ଚାକିରି ଆରମ୍ଭ କରିଥିବା ଏହି ଅଧିକାରୀଙ୍କର କଥିତଭାବେ ଆୟବହିର୍ଭୁତ ବିପୁଳ ସମ୍ପତ୍ତି ଠାବ ହୋଇଛି ।

ସରକାରଙ୍କ ସଚିବ ଅଜୟ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍; ୩ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲା
ଅଜୟ ଦାସ ଓ (ଡାହାଣ) ତାଙ୍କ ଭୁବନେଶ୍ୱର ଘର
  • News18 Odia
  • Last Updated: August 12, 2020, 11:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

ଭୁବନେଶ୍ୱର: ଚାକିରିରୁ ଅବସର ନେବାକୁ ଆଉ ମାସେ ସମୟ ଥିଲା l ହେଲେ’ ତା ପୂର୍ବରୁ ଘରେ ରେଡ କଲା ଭିଜିଲାନ୍ସ, ଆଉ ସ୍କାନରକୁ ଆସିଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କୋଟିପତି ସ୍ଵତନ୍ତ୍ର ସଚିବ ଅଜୟ କୁମାର ଦାସ l ଆୟ ଠାରୁ ବହୁ ମାତ୍ରାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବୁଧବାର ତାଙ୍କ ଘରେ ରେଡ କରି ଭିଜିଲାନ୍ସ ୩ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି l

ଦାସଙ୍କ ସମ୍ପତ୍ତି ମଧ୍ୟରେ ରହିଛି ଆଠଟି ପ୍ଲଟ୍‌ l ସେ ଭୁବନେଶ୍ଵରରେ ପକାଇଛନ୍ତି ପାଞ୍ଚଟି ପ୍ଲଟ୍‌ ଓ ବାକି ତିନୋଟି ବାଲେଶ୍ଵର ଜିଲ୍ଲାରେ ଥିବା ନିଜ ଗାଁରେ ।

୧୯୮୬ ମସିହାରେ ସିଟିଓ ଭାବେ ମାତ୍ର ୨୦୦ ଟଙ୍କା ମାସିକ ଦରମାରୁ ଚାକିରି ଆରମ୍ଭ କରିଥିଲେ ଅଜୟ l  ଭୁବନେଶ୍ୱରରେ ପ୍ରଥମ ପୋଷ୍ଟିଂ ହୋଇଥିଲା ତାଙ୍କର । ଏବେ ପଦୋନ୍ନତି ପାଇ ସେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଵତନ୍ତ୍ର ସଚିବ ଅଛନ୍ତି l ଦୁଇ ଶହ ଟଙ୍କା ଦରମାରୁ ଏବେ ସେ ୩ କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଛନ୍ତି l

ଆଠଟି ପ୍ଲଟକୁ ଛାଡ଼ିଦେଲେ ଅଜୟଙ୍କ ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ଵର ଓ ପୁରୀରେ ଚାରିଟି ଫ୍ଲାଟ୍‌ l ତା’ଛଡ଼ା ଭୁବନେଶ୍ଵରର ଟଙ୍କପାଣି ରୋଡ଼ରେ ରହିଛି ତାଙ୍କର ଦୁଇଟି ଘର, ଶିଶୁପାଳଗଡ଼ରେ ଗୋଟିଏ ଫାର୍ମ ହାଉସ ଓ ବାଲେଶ୍ଵରରେ ବି ଅଛି ଗୋଟିଏ ଘର l

ଦୁଇ ଜଣ ବନ୍ଧୁଙ୍କ ସହ ଅଜୟ କୁମାର ଦାସ


ବୁଧବାର ସକାଳୁ ଭିଜିଲାନ୍ସର ଛଅଟି ଟିମ ଅଜୟଙ୍କ ଟଙ୍କପାଣି ରୋଡ଼ରେ ଥିବା ଘର ଓ ଫ୍ଲାଟ, ପଟିଆରେ ଥିବା ଫ୍ଲାଟ, ବାଲେଶ୍ଵରରେ ଥିବା ଘର ଓ ଅଫିସରେ ଏକକାଳୀନ ରେଡ୍‌ କରିଥିଲେ l ଟଙ୍କପାଣି ରୋଡ଼ ରତ୍ନାକରବାଗର ପ୍ଲଟ ନମ୍ବର ୧୯୬୫ରେ ଥିବା ଦୁଇ ମହଲା ଘରେ ରୁହନ୍ତି ଅଜୟ ଓ ତାଙ୍କ ପରିବାର l

ରେଡ ବେଳେ ତାଙ୍କ ଘରୁ ମିଳିଛି ନଗଦ ୨ ଲକ୍ଷ ୬୮ ହଜାର ଟଙ୍କା l ଏହି ଟଙ୍କା କେଉଁଠୁ ଆସିଲା ତା’ର ଅନୁସନ୍ଧାନ ଚଳାଇଛି ଭିଜିଲାନ୍ସ ଟିମ୍‌ l

୨୦୨୦ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଅଜୟ ଦାସ l ଚାକିରି ସାରି ଶାନ୍ତିରେ ବାକି ଦିନ କଟାଇଥାନ୍ତେ l କିନ୍ତୁ ଏବେ ବାର୍ଦ୍ଧକ୍ୟରେ ତାଙ୍କ ତଣ୍ଟିରେ ଲାଗିଛି ଦୁର୍ନୀତିର କଣ୍ଟା l ଏହାକୁ ନେଇ ଚିନ୍ତାରେ ଅଜୟଙ୍କ ପରିବାର l

ଅଜୟ କୁମାର ଦାସଙ୍କ ଭୁବନେଶ୍ୱରରେ ଥିବା ଘର


ଆଦିତ୍ୟ ବିରଳା ସନଲାଇଫ ଇନସ୍ୟୁରାନ୍ସରେ ରହିଛି ଅଜୟଙ୍କର ୭୦ ଲକ୍ଷ ଟଙ୍କାର ଡିପୋଜିଟ ଓ ଏଲଆଇସିରେ ଅଛି ୧୦ ଲକ୍ଷ ଟଙ୍କାର ବିମା l ବିଦେଶରେ ପଢ଼ୁଛନ୍ତି ତାଙ୍କର ଦୁଇ ଝିଅ l ସେମାନଙ୍କ ପାଠ ପଢ଼ାରେ ସେ ଖର୍ଚ୍ଚ କରିଛନ୍ତି ପାଖାପାଖି ୩୫ ଲକ୍ଷ ଟଙ୍କା l

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ମାତ୍ର ୨୦୦ ଟଙ୍କା ମାସିକ ଦରମାରେ ଚାକିରି ଆରମ୍ଭ କରି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବା ପଛରେ ଅଜୟ ଚାକିରି କାଳରେ ଦୁର୍ନୀତିରେ ଲିପ୍ତ ଥିଲେ କି ନାହିଁ ତା’ର ଅନୁସନ୍ଧାନ ଚଳାଇଛି ଭିଜିଲାନ୍ସ  l



ଅବସର ପୂର୍ବରୁ ଭିଜିଲାନ୍ସ ରେଡକୁ ନାପସନ୍ଦ କରିଛନ୍ତି ଅଜୟ ଦାସଙ୍କ ଦୁଇ ବନ୍ଧୁ  l ଅଜୟଙ୍କ ବନ୍ଧୁ ସଚ୍ଚିଦାନନ୍ଦ ପାତ୍ର କହିଛନ୍ତି, ‘‘ଅବସର ପୂର୍ବରୁ ଅଜୟଙ୍କ ପ୍ରତି ସରକାରଙ୍କ ଏହା ପୁରସ୍କାର ନା ତିରସ୍କାର? ଯଦି ସେ ଦୁର୍ନୀତି କରି ଏତେ ଟଙ୍କା ଠୁଳ କରିଥିଲେ ତେବେ ଅବସର ପୂର୍ବରୁ କାହିଁକି ରେଡ କରାଗଲା? ପୂର୍ବରୁ କଣ କରୁଥିଲା ଭିଜିଲାନ୍ସ?’’
Published by: Anand Shankar Thankur Das
First published: August 12, 2020, 11:18 PM IST
corona virus btn
corona virus btn
Loading