ଗଜପତିରେ ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଅଧ୍ୟାପକ; ₹୨.୮୩ କୋଟିର ସମ୍ପତ୍ତି ଠାବ ହେଲା

ଏକ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ନାଗେଶ୍ବର ରାଓଙ୍କ ଘରୁ ମିଳିଛି ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା । ସେ ୧୯୯୫ ମସିହାରେ ଏହି କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ତାଙ୍କ ଚାକିରି ରେଗୁଲାର ହୋଇଥିଲା ।

ଗଜପତିରେ ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଅଧ୍ୟାପକ; ₹୨.୮୩ କୋଟିର ସମ୍ପତ୍ତି ଠାବ ହେଲା
କୋଟିପତି ଅଧ୍ୟାପକ ନାଗେଶ୍ୱର ରାଓ; (ଡାହାଣ) ତାଙ୍କ ଘରୁ ମିଳିଥିବା ଟଙ୍କା ଓ ସୁନା ଗହଣା
  • News18 Odia
  • Last Updated: October 19, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବାସୁଦେବ ଦାଶ | News18 Odia Digital

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଏକ ଅନୁଦାନପ୍ରାପ୍ତ କଲେଜର ଜଣେ ଅଧ୍ୟାପକ । କୋଟିପତି ଅଧାପକ ଜି. ନାଗେଶ୍ବର ରାଓଙ୍କ ପାରଳାଖେମୁଣ୍ଡିରେ ଥିବା ଘର ସମେତ ଛଅଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଦିନ ତମାମ ଏକକାଳୀନ ଚଢ଼ାଉ କରି ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୫ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଛି ।

ରାଓଙ୍କ ଘରୁ ମିଳିଛି ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା । ଗଜପତି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ଥିବା ତାଙ୍କର ମୋଟ ଛଅଟି ସମ୍ପତ୍ତି ଉପରେ ଚଢ଼ାଉ ହୋଇଥିଲା । ରାଓଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ଏବେ ବି ତଦନ୍ତ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ବିଭାଗର ଅଧିକାରୀମାନେ । ତଦନ୍ତ ଯେତିକି ଆଗଉଛି ତାଙ୍କ ସମ୍ପତ୍ତିର ତାଲିକା ସେତିକି ଲମ୍ବି ଲମ୍ବି ଚାଲିଛି ।

ଏକ ଅନୁଦାନପ୍ରାପ୍ତ କଲେଜର ଜଣେ ଅଧ୍ୟାପକଙ୍କ ପାଖରେ ଏତେ ସମ୍ପତ୍ତି ଦେଖି ଅଧିକାରୀମାନଙ୍କ ଆଖି ଖୋସି ହୋଇଯାଇଛି । ତଦନ୍ତ ସରିବା ବେଳକୁ ନାଗେଶ୍ୱର ରାଓଙ୍କ ସମ୍ପତ୍ତିର ପରିମାଣ ଆହୁରି ବୃଦ୍ଧି ହେବ ବୋଲି ଆଶା ରଖିଥିବା କହିଛନ୍ତି ଭିଜିଲାନ୍ସ ଅଧିକାରୀମାନେ ।

ଚଢ଼ାଉ ସମୟରେ ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ


ବର୍ତ୍ତମାନ ସୁଦ୍ଧା ମିଳିଥିବା ସମ୍ପତ୍ତି ମଧ୍ୟରେ ଅଛି ପାରଳାଖେମୁଣ୍ଡିର ରାଧାଗୋବିନ୍ଦ ନଗରରେ ରାଓ ରହୁଥିବା ଦୁଇ ମହଲା କୋଠା, ଯାହାର ମୂଲ୍ୟ ୧ କୋଟି ୫୦ ଲକ୍ଷ ୧ ହଜାର ୪୪୦ ଟଙ୍କା ଆକଳନ କରାଯାଇଛି । ଏହି ଘର ସମ୍ମୁଖରେ ଥିବା ଏକ ଗ୍ୟାରେଜର ମୂଲ୍ୟ ୨ ଲକ୍ଷ ୮୩ ହଜାର ୮୬୪ ଟଙ୍କା ଆକଳନ କରାଯାଇଛି । ଏହା ବ୍ୟତୀତ ବେତାଗୁଡ଼ାରେ ଥିବା ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କାର ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସର ଓ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ୨୩ ଲକ୍ଷ ୧୧ ହଜାର ୩୬୮ ଟଙ୍କା ମୂଲ୍ୟର ୫୧ଟି ପ୍ଲଟ୍‌ ବି ଠାବ ହୋଇଛି ।

ଭିଜିଲାନ୍ସ ବିଭାଗର ନଜରରେ ପଡ଼ିଥିବା ରାଓଙ୍କ ଅନ୍ୟ ସମ୍ପତ୍ତି ମଧ୍ୟରେ ଅଛି ୬ ଲକ୍ଷ ୮୩ ହଜାର ଟଙ୍କାର ଘରୋଇ ଆସବାବପତ୍ର, ୧୨ ଲକ୍ଷ ୬୦ ହଜାର ୩୯୦ ଟଙ୍କା ମୂଲ୍ୟର ଏକ ମାରୁତି ସୁଜୁକି କାର୍‌ (ଓଡି ୨୦ବି ୦୩୪୨), ୭୦ ହଜାର ଟଙ୍କା ମୂଲ୍ୟର ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ (ଓଡି ୨୦ଏ ୯୮୮୩), ୫ ଲକ୍ଷ ୧୧ ହଜାର ୮୫୦ ଟଙ୍କାର ୩୯୩ ଗ୍ରାମ୍‌ ସୁନା ଅଳଙ୍କାର, ୮୫ ହଜାର ୩୩୬ ଟଙ୍କାର ତିନି କିଲୋ ୪୬୫ ଗ୍ରାମ୍‌ ରୂପା ଅଳଙ୍କାର, ଷ୍ଟେଟ ବ୍ୟାଙ୍କରେ ଫିକ୍ସଡ ଡେପୋଜିଟ୍ ଥିବା ୫ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଲକରରେ ଥିବା ୩ ଲକ୍ଷ ୫୦ ହଜାର ଟଙ୍କାର ୧୪୩ ଗ୍ରାମ୍‌ ସୁନା ଅଳଙ୍କାର ଆଦି । ଏହି ସମସ୍ତ ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ଭିଜିଲାନ୍ସ ବିଭାଗ ।

ଏହି VIDEO ଦେଖନ୍ତୁ ବିହାରରେ ଆପଣଙ୍କୁ ସ୍ାଗତ: ‘ମିର୍ଜାପୁର ଟ୍ରେଲର ଦେଖିଛନ୍ତି କି? ଧମାଲ୍ ମଚାଉଛି! ଦେଖନ୍ତୁ

ଜି. ନାଗେଶ୍ୱର ରାଓ ବର୍ତ୍ତମାନ ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ କଲେଜର ଏଜୁକେସନ ବିଭାଗରେ ଅଧ୍ୟାପକ ଅଛନ୍ତି । ସେ ୧୯୯୫ ମସିହାରେ ଏହି କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ତାଙ୍କ ଚାକିରି ରେଗୁଲାର ହୋଇଥିଲା । ଏହି କଲେଜ ବର୍ତ୍ତମାନ ଏକ ସରକାରୀ ଅନୁଦାନ ପ୍ରାପ୍ତ କଲେଜ । ତେଣୁ ଏଠାକାର ଅଧ୍ୟାପକମାନଙ୍କ ଦରମା କମ୍ ରହିଥିବା ବେଳେ ଏତେ ଟଙ୍କାର ସମ୍ପତ୍ତି ରାଓ କେଉଁଠୁ ଆଣିଲେ ତା’ର ତଦନ୍ତ ଜାରି ରହିଛି ।

‘‘ଆମକୁ ଏହି ଅଧ୍ୟାପକଙ୍କ ସମ୍ପର୍କରେ ଏକ ଅଭିଯୋଗ ମିଳିବା ପରେ ଆମେ ଏକ ମାମଲା (୩/୨୦୨୦) ରୁଜୁ କରି ତାଙ୍କ ସମ୍ପତ୍ତିଗୁଡ଼ିକ ଉପରେ ଚଢ଼ାଉ କରିଥିଲୁ ଓ ନିୟମ ମୁତାବକ ସେଗୁଡ଼ିକର ମୂଲ୍ୟ ଆକଳନ କରିଥିଲୁ । ତଦନ୍ତ ଓ ଆକଳନ ଏବେ ବି ଜାରି ରହିଛି,’’ କହିଛନ୍ତି ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଯାଦୁ ସେମିତି!

ଚଢ଼ାଉ ହୋଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ଅଛି ରାଓଙ୍କ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସ୍ଥିତ ଘର, ତାଙ୍କ ବାପା ରହୁଥିବା ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିରେ ଥିବା ଘର, ବେତାଗୁଡାରେ ଥିବା ତାଙ୍କ ମାର୍କେଟ କମ୍ପ୍ଲେକ୍ସ, ରାୟଗଡ଼ ଥାନା ଅଧୀନ ବୁର୍ଜାଙ୍ଗ ସ୍ଥିତ ତାଙ୍କର ପୈତୃକ ଘର ଓ ଆନ୍ଧ୍ର ପ୍ରଦେଶର ଚିପୁରପିଲିରେ ଥିବା ତାଙ୍କ ଶ୍ବଶୁରଙ୍କ ଘର ।



ବର୍ତ୍ତମାନ ସୁଦ୍ଧା ରାଓ ରହୁଥିବା ରାଧାଗୋବିନ୍ଦ ନଗର ସ୍ଥିତ ଘରୁ ଏତେ ପରିମାଣର ସମ୍ପତ୍ତି ସମ୍ପର୍କିତ ତଥ୍ୟ ମିଳିଥିବା ବେଳେ ଅନ୍ୟ ସ୍ଥାନରୁ କ’ଣ ମିଳିଛି ତାହା ଜଣା ପଡ଼ିନାହିଁ ।
Published by: Anand Shankar Thankur Das
First published: October 19, 2020, 11:55 PM IST
corona virus btn
corona virus btn
Loading