ବାରିପଦାରେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଲା; ମିଳିଲା ୪୨ ଲକ୍ଷ ଟଙ୍କା

Vigilance raids Baripada ITDA engineer Santosh Das premises, finds Rs 42 lakh cash | ଆଇ.ଟି.ଡି.ଏ.ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କର ଭୁବନେଶ୍ୱର ବଡ଼ଗଡ଼ରେ ଏକ ଚାରି ମହଲା କୋଠା, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ନିର୍ମାଣାଧୀନ ଘର ଓ ବାଲେଶ୍ଵରରେ ଏକ ଚାରି-ମହଲା ଘର ସହ ତିନୋଟି ପ୍ଲଟ୍ ଅଛି ।

ସନ୍ତୋଷ ଦାସ ଓ ତାଙ୍କ ଘରୁ ଜବତ ହୋଇଥିବା ସୁନା ଓ ଟଙ୍କାରୁ କିଛି

ସନ୍ତୋଷ ଦାସ ଓ ତାଙ୍କ ଘରୁ ଜବତ ହୋଇଥିବା ସୁନା ଓ ଟଙ୍କାରୁ କିଛି

  • Share this:
News18 Odia Digital

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବାରିପଦା ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥାର (ଆଇ.ଟି.ଡି.ଏ.) ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଅଟକ ରଖି ଜେରା କରୁଛି ଭିଜିଲାନ୍ସ । ଚଢ଼ାଉ ବେଳେ ସନ୍ତୋଷଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ସେ କାହିଁକି ନିଜ ପାଖରେ ରଖିଥିଲେ ଓ ତାହା କେଉଁଠୁ ଆଣିଥିଲେ ସେ ନେଇ ତଦନ୍ତ କରୁଛି ଭିଜିଲାନ୍ସ ସେଲ୍‌ ।

ଗୁରୁବାରଠାରୁ ସନ୍ତୋଷଙ୍କ ସରକାରୀ କାର୍ଯ୍ୟାଳୟ ସମେତ ମୋଟ୍ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉରେ ୧୦ ଜଣ ଡି.ଏସ୍‌.ପି., ଚାରି ଜଣ ଇନ୍ସପେକ୍ଟର ଓ ୩୦ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୪୪ ଜଣ ସାମିଲ ଥିଲେ । ଚଢ଼ାଉ ବେଳେ ସନ୍ତୋଷଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଥିଲା ତଦନ୍ତକାରୀ ଟିମ୍‌ । ଏତେ ସମ୍ପତ୍ତି ସେ କେମିତି ଠୁଳ କଲେ ତାକୁ ନେଇ ଭିଜିଲାନ୍ସକୁ ସଠିକ୍‌ ତଥ୍ୟ ଦେଇ ନ ପାରିବାରୁ ସନ୍ତୋଷ ଦାସଙ୍କୁ ଅଟକ ରଖିଛି ଭିଜିଲାନ୍ସ ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

‘‘ଦୁଇ ଦିନର ରେଡ୍‌ ବେଳେ ସନ୍ତୋଷଙ୍କ ଘରୁ ଜବତ ହୋଇଛି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା । ଭୁବନେଶ୍ୱର ବଡ଼ଗଡ଼ରେ ରହିଛି ଏକ ଚାରି ମହଲା ବିଶିଷ୍ଟ କୋଠା । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ରହିଛି ତାଙ୍କର ଏକ ଫ୍ଲାଟ୍‌ । ଭୁବନେଶ୍ୱର କଳିଙ୍ଗ ବିହାରରେ ରହିଛି ଏକ ନିର୍ମାଣାଧୀନ ଘର । ବାଲେଶ୍ଵରରେ ତାଙ୍କର ଏକ ଚାରି-ମହଲା ଘର, ତିନୋଟି ପ୍ଲଟ୍‌ ଓ ଏକ କାର୍‌ ସାଙ୍ଗକୁ ତିନୋଟି ବାଇକ୍‌ ଠାବ କରାଯାଇଛି,’’ କହିଛନ୍ତି ଭିଜିଲାନ୍ସ ସେଲର ଏସ୍‌.ପି. ଏମ୍‌. ରାଧାକ୍ରିଷ୍ଣନ୍‌ ।

ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

ନିଜ ୩୫ ବର୍ଷର ଚାକିରୀ ଜୀବନ କାଳରେ ଆଠ ବର୍ଷ ହେବ ଆଇ.ଟି.ଡ଼ି.ଏ.ରେ କାର୍ଯ୍ୟରତ ଅଛନ୍ତି ସନ୍ତୋଷ ଦାସ । ତଦନ୍ତ ବେଳେ ଜଣା ପଡ଼ିଛି ଯେ ଆଦିବାସୀମାନଙ୍କ ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ସରକାରୀ ରାଶିକୁ ହରିଲୁଟ୍‌ କରି ନିଜ ସମ୍ପତ୍ତି ବଢ଼ାଉଥିଲେ ସେ । ଏ ନେଇ ଭିଜିଲାନ୍ସରେ ମାଳ ମାଳ ଅଭିଯୋଗ ହେବା ପରେ ଏହି କୁବେର ଯନ୍ତ୍ରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଏକ ବ୍ଲୁ ପ୍ରିଣ୍ଟ୍‌ ତିଆରି କରିଥିଲା ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

‘‘ଚଢ଼ାଉ ବେଳେ ସନ୍ତୋଷଙ୍କ ଘରୁ ଜବତ ହୋଇଛି ଅଧ କେଜିଏରୁ ଅଧିକ ସୁନା ଅଳଙ୍କାର ଓ ରୂପା । ଏବେ ବି ତଦନ୍ତ ଚାଲିଛି । ଆହୁରି ଅନେକ ସମ୍ପତ୍ତି ଠାବ ହେବା ଆଶା କରାଯାଉଛି । ଏବେ ସନ୍ତୋଷଙ୍କୁ ଅଟକ ରଖି ତାଙ୍କ ସମ୍ପତ୍ତି ସଙ୍କ୍ରାନ୍ତୀୟ ପଚରାଉଚରା କରାଯାଉଛି । ଆବଶ୍ୟକ ପ୍ରମାଣ ମିଳିଗଲେ ତାଙ୍କୁ ଗିରଫ କରାଯିବ,’’ କହିଛନ୍ତି ଭିଜିଲାନ୍ସ ସେଲ୍‌ ଏସ୍‌.ପି. ଏମ୍. ରାଧାକ୍ରିଷ୍ଣନ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

ଗତ କିଛି ଦିନ ହେବ ଦୁର୍ନୀତିଖୋର ସରକାରୀ ଅଫିସରମାନଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ କରୁଛି ଭିଜିଲାନ୍ସ । ଏହାର ତାଲିକାରେ ସବା ଉପରେ ଅଛନ୍ତି ଆଇ.ଟି.ଡି.ଏ.ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ । ତାଙ୍କ ଘରୁ ଜବତ ହୋଇଛି ୪୧ ଲକ୍ଷ ୭୭ ହଜାର ଟଙ୍କା । O.P.H.W.C.ର ବହିଷ୍କୃତ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରୁ ଜବତ ହୋଇଥିଲା ୩୮ ଲକ୍ଷ ୧୨ ହଜାର ୯ ଶହ ଟଙ୍କା । ବାଲେଶ୍ଵର ଷ୍ଟେଟ୍‌ ପଲ୍ୟୁସନ କଣ୍ଟ୍ରୋଲ୍‌ ବୋର୍ଡ଼ର ରିଜିଓନାଲ ଅଫିସର ନରୋତ୍ତମ ବେହେରାଙ୍କ ପାଖରୁ ଜବତ ହୋଇଥିଲା ୧୬ ଲକ୍ଷ ୫୦ ହଜାର ୧୩ ଟଙ୍କା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’

ଭବାନୀପାଟଣାର ସ୍ୱତନ୍ତ୍ର ପି.ପି. ଆଶୁତୋଷ ମିଶ୍ରଙ୍କ ଘରୁ ଜବତ ହୋଇଥିଲା ୧୫ ଲକ୍ଷ ୬୦ ହଜାର ୧୪୦ ଟଙ୍କା । ବାଲିଗୁଡା ଆଇ.ଟି.ଡି.ଏ.ର ମୁଖ୍ୟ କିରାଣୀ ବସନ୍ତ ପାଣିଙ୍କ ଘରୁ ଜବତ ହୋଇଥିଲା ୧୩ ଲକ୍ଷ ୨୫ ହଜାର ଟଙ୍କା । ଓ.ଏସ.ଏସ.ସି.ର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରୁ ଜବତ ହୋଇଥିଲା ୧୨ ଲକ୍ଷ ୪୬ ହଜାର ୪୯୨ ଟଙ୍କା । କେନ୍ଦୁଝର ବୈତରଣୀ ଡିଭିଜନର ଏସ୍‌.ଇ. ବିଧାନ ଚନ୍ଦ୍ର ସାହୁଙ୍କ ଘରୁ ଜବତ ହୋଇଥିଲା ୧୦ ଲକ୍ଷ ୭ ହଜାର ୬୨୦ ଟଙ୍କା ।
Published by:Anand S.T. Das
First published: