ଭିଜିଲାନ୍ସ ଜାଲରେ କୋଟିପତି ଏଲ.ଆଇ; କଟକ ଭୁବନେଶ୍ୱରରେ ରହିଛି ୯୧ଟି ପ୍ଲଟ

ଭୁବନେଶ୍ୱର କଳାରାହଙ୍ଗ ଏଲ.ଆଇ ଜଗନ୍ନାଥ ରାଉତଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର କଟକରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ।

ଭୁବନେଶ୍ୱର ଏଲ.ଆଇ ଜଗନ୍ନାଥ ରାଉତଙ୍କ ଘରେ ଚଢ଼ାଉ କରିଛି (ଭିଜିଲାନ୍ସ ପ୍ରତୀକାତ୍ମକ ଛବି)

ଭୁବନେଶ୍ୱର ଏଲ.ଆଇ ଜଗନ୍ନାଥ ରାଉତଙ୍କ ଘରେ ଚଢ଼ାଉ କରିଛି (ଭିଜିଲାନ୍ସ ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆର୍ୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରାଣୀଧନ ନିରୀକ୍ଷକ ବା ଏଲ .ଆଇଙ୍କ ଘରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ୱର କଳାରାହଙ୍ଗ ଏଲ.ଆଇ  ଜଗନ୍ନାଥ ରାଉତଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର କଟକରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ । ରେଡ଼ ବେଳେ ଜଗନ୍ନାଥଙ୍କ ସମ୍ପତି ଦେଖି ଆଶ୍ଚର୍ଯ୍ଯ ହୋଇଯାଇଛି ଭିଜିଲାନ୍ସ । କଟକ ଭୁବନେଶ୍ୱରରେ ରହିଛି ୯୦ଟି ପ୍ଲଟ ଓ ବଡ଼ ବଡ଼ କୋଠା । ତେବେ ଏ ସବୁ ସମ୍ପତ୍ତି ପାଇଁ କେଉଁଠୁ ଟଙ୍କା ଆଣିଲେ ସେନେଇ ତଦନ୍ତ କରୁଛି ତଦନ୍ତକାରୀ ଟିମ ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋଟିପତି ପ୍ରାଣୀଧନ ନିରୀକ୍ଷକ ବା ଏଲ.ଆଇଙ୍କ ଆଖି ଖୋସିଗଲା ପରି ସମ୍ପତ୍ତି । କଟକ ଭୁବନେଶ୍ୱରରେ ରହିଛି ୯୧ଟି ପ୍ଲଟ । ସେଥିମଧ୍ୟରୁ ଭୁବନେଶ୍ୱରରେ ୮୧ ଟି ପ୍ଲଟ ଥିବାବେଳେ କଟକରେ ରହିଛି ୧୦ଟି । ଯାହାର ମୂଲ୍ୟ ୩କୋଟି ୩୩ଲକ୍ଷ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ସେହିଭଳି ରଘୁନାଥପୁର ଗୋବିନ୍ଦଭବନରେ ଏକ ୩ମହଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ରହିଛି । ଯାହାର ମୂଲ୍ୟ ୧କୋଟି ୪୬ଲକ୍ଷ ହେବ।

ରଘୁନାଥପୁରରେ ଆଉ ଏକ ୩ମହଲା କୋଠା ରହିଛି । ଯାହାର ମୂଲ୍ୟ ୪୭ ଲକ୍ଷ ୬୪ହଜାର ବୋଲି ଆକଳନ କରିଛି ଭିଜିଲାନ୍ସ। ରଘୁନାଥପୁର ଗ୍ରୀନ ଗାର୍ଡେନ ଅପାର୍ଟମେଣ୍ଟରେ ୩୭ଲକ୍ଷ ୨୭ହଜାର  ବୋଲି ଜଣା ପଡ଼ିଛି । ସେହି ରଘୁନାଥପୁରରେ ଆଉ ଏକ ଦୁଇ ମହଲା ବିଶିଷ୍ଟ ଘର ଥିବାବେଳେ ତାହାର ମୂଲ୍ୟର ହିସାବ ଚାଲିଛି । ଏକ ମହଲା ଘର ସେହି ରଘୁନାଥପୁର ରେ ଥିବାବେଳେ ମୂଲ୍ୟ ୨୮ଲକ୍ଷ ୨୮ ହଜାର ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ୩୯ଲକ୍ଷ ୪୮ହଜାର ଟଙ୍କାର ବ୍ୟାଙ୍କ ଓ ଇଂସ୍ୟୁରାନ୍ସ ଡ଼ିପୋଜିଟ ଠାବ ହୋଇଛି । ଅଧକିଲୋ ସୁନା, ୧୦ଗ୍ରାମର ହୀରା ଓ ୨୫୦ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି । ଏସବୁର ମୂଲ୍ୟ ୨୦ଲକ୍ଷ ୬୦ହଜାର ଟଙ୍କା ହେବବୋଲି ଆକଳନ କରାଯାଇଛି । ୮ ଲକ୍ଷ ଟଙ୍କାର କାର ସାଙ୍ଗକୁ ୧୬ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ, କଟକ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୋର ଜଗନ୍ନାଥ ରାଉତଙ୍କ ଘର ଅଫିସରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ୫ଜଣ ଡ଼ିଏସପି, ୧୦ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଚଢ଼ାଉ କରୁଛି ଭିଜିଲାନ୍ସ ।
Published by:Soumya Das
First published: