ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»OSSCର ଧନ କୁବେର ବିରଞ୍ଚିଙ୍କ ନେଟୱର୍କରେ ସାମିଲ ଥିଲେ କମିଶନରେଟ୍ ପୋଲିସର କର୍ମଚାରୀ?

OSSCର ଧନ କୁବେର ବିରଞ୍ଚିଙ୍କ ନେଟୱର୍କରେ ସାମିଲ ଥିଲେ କମିଶନରେଟ୍ ପୋଲିସର କର୍ମଚାରୀ?

ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବା ବିରଞ୍ଚି ସାହୁ କେମିତି ‘‘ଟଙ୍କା ଦିଅ, ଚାକିରୀ ନିଅ’’ ପଦ୍ଧତିର ଜାଲ ବୁଣିଥିଲେ ସେହି ଅଭିଯୋଗର ଏକ ନୂଆ ଫର୍ଦ୍ଦ ଏବେ ସାମନାକୁ ଆସିଛି ।

OSSCର ଧନ କୁବେର ବିରଞ୍ଚିଙ୍କ ନେଟୱର୍କରେ ସାମିଲ ଥିଲେ କମିଶନରେଟ୍ ପୋଲିସର କର୍ମଚାରୀ?
ବିରଞ୍ଚି ନାରାୟଣ ସାହୁ ଓ (ଡାହାଣ) ଅଭିଯୋଗ କରିଥିବା କେତେକ ବ୍ୟକ୍ତି
  • News18 Odia
  • Last Updated: August 6, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଧନ କୁବେର ସାଜିଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ କଳା କାରନାମାର ଗୁମର ଧୀରେ ଧୀରେ ଫିଟୁଛି । ‘‘ଟଙ୍କା ଦିଅ, ଚାକିରୀ ନିଅ’’ ପଦ୍ଧତିର ଜାଲ ସେ କେମିତି ବୁଣିଥିଲେ ତା’ର ଏକ ନୂଆ ଫର୍ଦ୍ଦ ସାମନାକୁ ଆସିଛି । ଅଭିଯୋଗ ମୁତାବକ ଏହା ପଛରେ କାମ କରୁଥିଲା ଏକ ବଡ଼ ନେଟୱର୍କ ଓ ସାରା ରାଜ୍ୟରେ ସରକାରୀ ଚାକିରି ଆଶାୟୀମାନଙ୍କୁ ଟାର୍ଗେଟ କରାଯାଇଥିଲା ।

ପାଞ୍ଚ ଲକ୍ଷ ଟଙ୍କା ବଦଳରେ ନିଶ୍ଚିତ ଚାକିରି ଓ ସୁନେଲି ଭବିଷ୍ୟତର ସ୍ବପ୍ନ ବିରଞ୍ଚି ନାରାୟଣ ସାହୁଙ୍କ ଏହି ନେଟୱର୍କ ଦେଖାଉଥିଲା ବୋଲି ଅଭିଯୋଗ ହୋଇଛି । ବିରଞ୍ଚି ଟଙ୍କା ନେଇ ଚାକିରି ଦେବାକୁ କମିଶନରେଟ ପୋଲିସର କେତେକ କର୍ମଚାରୀଙ୍କୁ ବ୍ୟବହାର କରିଥିବା ଅଭିଯୋଗ ସାମନାକୁ ଆସିଛି । ଏହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ।

ଏହା ବି ପଢ଼ନ୍ତୁ | ‘ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍‌

ବ୍ରହ୍ମଗିରି ଅଞ୍ଚଳର ନିବାସୀ ଶ୍ରୀନିବାସ ଦଳାଇ ନାମକ ଜଣେ ପରୀକ୍ଷାର୍ଥୀ ୨୦୧୬ ମସିହାରେ ପୋଲିସ ବିଭାଗରେ ଚାକିରୀ ପାଇଁ ପରୀକ୍ଷା ଦେଇଥିଲେ । ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ଶିନୀବାସଙ୍କର ଭରସା ଥିଲା । ନିଜ ଉପରେ ତାଙ୍କ ଉପରେ ବିଶ୍ବାସ ଥିଲା ଯେ ସେ ପରୀକ୍ଷାରେ ଭଲ କରିଥିବା ଯୋଗୁଁ ନିଶ୍ଚୟ ପାସ କରିବେ। କିନ୍ତୁ ସେହି ସମୟରେ କମିଶନରେଟ ପୋଲିସରେ କନେଷ୍ଟବଳ ଥିବା କଂଗ୍ରେସ ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଭେଟ ହେଲା ।

ଭିଜିଲାନ୍ସ ବିଭାଗ ଏବେ ଏହି ମାମଲାର ତଦନ୍ତ କରୁଛି ।


ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି

‘‘ଆଲୋଚନା କ୍ରମେ ଏହି ବ୍ୟକ୍ତି ମୋତେ ୫ ଲକ୍ଷ ଟଙ୍କା ଦେଲେ ଚାକିରିଟି ମିଳିଯିବ ବୋଲି କହିଥିଲେ । ସେ ମୋତେ ଭରସା ଦେଇଥିଲେ ଯେ ତାଙ୍କର ତତ୍କାଏଳୀନ ପି.ଏସ୍. ବିରଞ୍ଚି ସାହୁଙ୍କ ସହ ଭଲ ସମ୍ପର୍କ ରହିଛି । ସେ ଟଙ୍କା ନେଇ ବିରଞ୍ଚିକୁ ଦେବେ ଓ ମୋତେ ଚାକିରି ମିଳିଯିବ ବୋଲି କହିଥିଲେ । ଥରେ ନୁହେଁ, ବାରମ୍ବାର କିଛି ଲୋକଙ୍କ ଜରିଆରେ ଓ ବେଳେ ବେଳେ ଫୋନ୍‌ ଯୋଗେ ମଧ୍ଯ ସେ ମୋତେ ଏତି ପାଇଁ ପ୍ରବର୍ତାଇଥିଲେ,’’ କହିଛନ୍ତି ଶ୍ରୀନିବାସ ଦଳାଇ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

ଗଣମାଧ୍ୟମ ଆଗରେ ଶ୍ରୀନିବାସ ଅଭିଯୋଗ କରିଛନ୍ତି ଯେ ତାଙ୍କର ଚାକିରି ହୋଇ ନ ଥିଲା କାରଣ ସେ ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ଦେଇ ନ ଥଲେ । ପରେ ସେ ସୂଚନା ଅଧିକାର ଆଇନ (ଆର୍‌.ଟି.ଆଇ.) ଯୋଗେ ତଥ୍ୟ ମଗାଇ ଜାଣିବାକୁ ପାଇଥିଲେ ଯେ କଟ୍‌-ଅଫ୍ ମାର୍କ ଠାରୁ ଦୁଇ ମାର୍କ ଅଧିକ ରଖିଥିବା ସତ୍ତ୍ୱେ ତାଙ୍କୁ ଚାକିରି ମିଳି ନ ଥିଲା । ଏ ନେଇ ସେ ଓ.ଏସ.ଏସ.ସି. କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କିଛି ଫଳ ନ ମିଳିବାରୁ ସ୍ୟାଟରେ ଅଭିଯୋଗ କରିଥିଲେ । ପରେ ଏହି କେସ୍‌ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର ହୋଇଥିଲା ଓ ଏବେ ବି ସେହି କେସ୍‌ ଚାଲୁ ରହିଛି ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ଆହ୍ଲାବାଦ HC

‘‘ଏବେ ଏହି ମହାଦୁର୍ନୀତି ଘଟଣାର ଫର୍ଦ୍ଦ ଖୋଲୁଥିବାରୁ ଧନ କୁବେର ବିରଞ୍ଚିଙ୍କ ବିଷୟରେ ଏହି ତଥ୍ୟ ମୁଁ ସାମ୍ନାକୁ ଆଣୁଛି । ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା  ବ୍ୟାପକ ଦୁର୍ନୀତିରେ ବିରଞ୍ଚି ନାରାୟଣ ସାହୁଙ୍କ ଇଙ୍ଗିତରେ ଏକ ବିରାଟ ନେଟୱାର୍କ ଚାଲୁଥିଲା । ଏଥିରେ ବହୁ ଲୋକ ସାମିଲ ଅଛନ୍ତି। ସେମାନେ ବାହାର ରାଜ୍ୟର ପରୀକ୍ଷାର୍ଥୀଙ୍କ ସମେତ ରାଜ୍ୟ ଭିତରେ  ଚାକିରି ଆଶାୟୀମାନଙ୍କୁ ଟାର୍ଗେଟ କରୁଥିଲେ । ଟଙ୍କା ବଦଳରେ ଚାକିରି ଲୋଭ ଦେଖାଉଥିଲେ,’’ ଭିଜିଲାନ୍ସ ଆଗରେ ଫେରାଦ ହେବାକୁ ଆସିଥିବା ଶ୍ରୀନିବାସ କହିଛନ୍ତି।



ତାଙ୍କର ଏହି ଅଭିଯୋଗ ବିଷୟରେ ତଦନ୍ତକାରୀ ଟିମ୍‌ କିମ୍ବା ଓ.ଏସ୍‌.ଏସ୍‌.ସି. ପକ୍ଷରୁ କିଛି କୁହାଯାଇନାହିଁ। ଆଇନ ବିଷାରଦ ଆଡଭୋକେଟ ଚିତ୍ତରଞ୍ଜନ କବି କହିଛନ୍ତି, ‘‘ଏବେ ତ ଏହି ଘଟଣାର ତଦନ୍ତ ଚାଲିଛି। କିନ୍ତୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ଓ ଏହି ଅଭିଯୋଗକାରୀଙ୍କ ପରି ବ୍ୟକ୍ତିମାନଙ୍କ ତଥ୍ୟକୁ ସେଥିରେ ସାମିଲ କରାଯିବା ଉଚିତ । ତାହା ହେଲେ ଅନେକ ଘଟଣା ସାମ୍ନାକୁ ଆସିପାରିବ।’’
Published by: Anand ST Das
First published: August 6, 2021, 11:58 PM IST