ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭିଜିଲାନ୍ସ ରେଡ୍: ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀ ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାଣୀ!

ଭିଜିଲାନ୍ସ ରେଡ୍: ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀ ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାଣୀ!

ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ମୋଟ ୧୪ଟି ପ୍ଲଟ୍ ଠାବ ହୋଇଛି । ସେଥିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ୍ ରହିଛି। ଗୋଟିଏ କାର୍ ସାଙ୍ଗକୁ ତିନିଟି ବାଇକ୍, ଦୁଇ ଲକ୍ଷ ଟଙ୍କାରୁ ଅଧିକର ଇନସ୍ୟୁରାନ୍ସ ଜମା ଓ ୬ ଲକ୍ଷ ୩୬ ହଜାର ଟଙ୍କାର ସୁନା ଗହଣା ଠାବ ହୋଇଛି ।

ଭିଜିଲାନ୍ସ ରେଡ୍: ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀ ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାଣୀ!
ଅଙ୍ଗନବାଡ଼ି କର୍ମୀ କବିତା ମଥାନ; (ଡାହାଣ) ତାଙ୍କଠୁ ମିଳିଥିବା ସୁନା ଗହଣାରୁ କିଛି
  • News18 Odia
  • Last Updated: September 14, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆୟ-ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗର ସାମନା କରୁଥିବା ଜଣେ କୋଟିପତି ଆଙ୍ଗନବାଡି଼ କର୍ମୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ଏହି ଆଙ୍ଗନାବାଡି କର୍ମୀଙ୍କ ମାଲିକାନାରେ ଥିବା ଚାରି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ମଙ୍ଗଳବାର ଦିନ ଆଙ୍ଗନବାଡି଼ କର୍ମୀଙ୍କୁ ଅଟକ ରଖି ଚଢ଼ାଉ ଜାରି ରଖିଥିଲା ଇିଜିଲାନ୍ସ ବିଭାଗ । ଆଗକୁ ଆହୁରି ସମ୍ପତ୍ତି ଠାବ ହେବାର ଅନୁମାନ କରାଯାଉଛି ।

ରାଜଧାନୀ ଉପକଣ୍ଠ କୋରଡକଣ୍ଟା ଆଙ୍ଗନବାଡି଼ କେନ୍ଦ୍ରରେ କାର୍ଯ୍ୟରତ ଆଙ୍ଗନବାଡି଼ କର୍ମୀ କବିତା ମଥାନଙ୍କ ଘର ସମେତ ତାଙଅକ ସହ ଜଡ଼ିତ ଅନ୍ୟ ସ୍ଥାନରେ ମଙ୍ଗଳବାର ଦିନ ଭିଜିଲାନ୍ସ ବିଭାଗର ଛଅଟି ଟିମ୍‌ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ଜାରି ରହିଥିବା ବେଳେ କବିତା ଏବେ ସୁଦ୍ଧା ଚାରି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ପତି, ପତ୍ନୀ, ଲକଡାଉନ୍ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

‘’୧୦ ଜଣ ଡି.ଏସ୍‌.ପି. ଓ ଛଅ ଜଣ ଆଇ.ଆଇ.ସି.ଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳ ଭୋର୍‌ ୬ଟା ସମୟରୁ ଚଢ଼ାଉ ଆରମ୍ଭ ହୋଇଥିଲା । ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର କୋରଡକଣ୍ଟାରେ ଥିବା କବିତାଙ୍କ ଦୁଇ ମହଲା ବିଶିଷ୍ଟ ଘର, ଝାରପଡାରେ ଥିବା ଏକ ଚାରି ମହଲା ଘର ସାଙ୍ଗକୁ ଏକ ତିନିମହଲା ଘର ଓ ଦୁଇଟି ଦୁଇମହଲା ଘର ଠାବ ହୋଇଛି,’’ ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ।

କବିତା ମଥାନଙ୍କ ଘରେ ରେଡ୍ ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

କବିତାଙ୍କ ମୋଟ ୧୪ଟି ପ୍ଲଟ୍‌ ଠାବ ହୋଇଛି । ସେଥିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ୍‌ ରହିଛି। ଗୋଟିଏ କାର୍‌ ସାଙ୍ଗକୁ ତିନିଟି ବାଇକ୍‌, ଦୁଇ ଲକ୍ଷ ଟଙ୍କାରୁ ଅଧିକର ଇନସ୍ୟୁରାନ୍ସ ଜମା, ୬ ଲକ୍ଷ ୩୬ ହଜାର ଟଙ୍କାର ସୁନା ଗହଣା ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ଠାବ କରିଛି ଭିଜିଲାନ୍ସ ବିଭାଗ ।

ଏହା ବି ପଢ଼ନ୍ତୁ | ତାଲିବାନ୍ ସରକାରରେ No. ୨ ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

‘‘ମୋ’ ଦରମା ମାସକୁ ସାଢେ ସାତ ହଜାର । ମୁଁ ମୋ’ ଚାକିରି ଟଙ୍କାରେ ଏହି ସମ୍ପତ୍ତି କରିନି । ମୋ’ ସ୍ୱାମୀଙ୍କ ରୋଜଗାରରେ ଏ ସବୁ ସମ୍ପତ୍ତି ହୋଇଛି । ତେଣୁ ମୁଁ କୌଣସି ଦୁର୍ନୀତିରେ ଲିପ୍ତ ନାହିଁ । କେହି ଚକ୍ରାନ୍ତ କରି ମୋ’ ବିରୁଦ୍ଧରେ ଅଭିଯୋଗ କରି ମୋତେ ଫସାଇବାକୁ ଚାହୁଁଛି,’’ କହିଛନ୍ତି ଆଙ୍ଗନବାଡି଼ କର୍ମୀ କବିତା ମଥାନ ।



କବିତାଙ୍କ ନା’ରେ ପୂର୍ବରୁ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ଆସିଥିଲା । ବିଶେଷ କରି କୁନି କୁନି ପିଲାମାନଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଅଣ୍ଡା ଓ ଛତୁଆ ଆଦିକୁ ସେ ହେରଫେର କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ତେଣୁ କୋର୍ଟଙ୍କ ଠାରୁ ଅନୁମତି ଆଣି ଭିଜିଲାନ୍ସ ବିଭାଗ ରେଡ଼ କରିଥିଲା । ଜଣେ ଅଙ୍ଗନାବାଡି କର୍ମୀ କିଭଳି ଭାବେ ଚାରି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହେଲେ ତାକୁ ନେଇ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ବିଭାଗ ।
Published by: Anand S.T. Das
First published: September 14, 2021, 11:59 PM IST