News18 Odia Digital
ଭୁବନେଶ୍ୱର: ନିଜ ଆୟଠାରୁ ବହୁ ଗୁଣ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନର ଜଣେ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ମାରିବା ବେଳେ ଯାହା ମିଳିଲା ତାକୁ ଦେଖି ଭିଜିଲାନ୍ସ ଅଧିକାରୀମାନଙ୍କ ଆଖି ଟେରା ହୋଇଯାଇଥିଲା ।
ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ସହ ପୁଳା ପୁଳା ସୁନା ଓ ରୂପାର ଗହଣା ବାହାରିଛି । ଜବତ ସୁନା ପାଖାପାଖି ଦେଢ଼ କିଲୋଗ୍ରାମ୍ ହୋଇପାରେ ବୋଲି କୁହାଯାଉଛି । ଶୁକ୍ରବାର ଦିନ ତାଙ୍କ ଭୁବନେଶ୍ବର ନିଳାଦ୍ରୀ ବିହାରରେ ଥିବା ଘର ସମେତ ସମେତ ଛଅଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସର ଏକ ଟିମ୍ । ପୂରା ସମ୍ପତ୍ତିର ଆକଳନ ଏ ପର୍ଯ୍ୟନ୍ତ ସରି ନାହିଁ । ସାହୁ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ତାକୁ ନେଇ ଏବେ ସବୁଠିୁ ଉଡ଼ିବୁଲୁଛି ପ୍ରଶ୍ନ ।
ଏହା ବି ପଢ଼ନ୍ତୁ | ଅଭିନେତା ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲାବିରଞ୍ଚି ନାରାୟଣ ସାହୁଙ୍କ ଘରେ ଥାକ ଥାକ ହୋଇ ଥୁଆ ହୋଇଥିବା ମିଳିଥିଲା ବିଡ଼ା ବିଡ଼ା ଟଙ୍କା । ରେଡ୍ ବେଳେ ତାଙ୍କ ଘରୁ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶାଳକଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଶି ମୋ’ଟ ୨୫ ଲକ୍ଷ ଟଙ୍କା ଜବତ ହୋଇଛି । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ତାଙ୍କର ଦୁଇଟି ଦୁଇ-ମହଲା କୋଠା ଓ ୧୪ଟି ପ୍ଲଟ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ । ସାହୁଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଚଢ଼ାଉ ପାଇଁ ପ୍ରସ୍ତୁତ ହୋଇଥିଲା ଭିଜିଲାନ୍ସ ।

ରେଡ୍ ବେଳେ ମିଳିଥିବା ଟଙ୍କା ଓ ସୁନାର ଆକଳନରେ ବ୍ୟସ୍ତ ଭିଜିଲାନ୍ସ ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେଭୁବନେଶ୍ବର ନିଳାଦ୍ରୀ ବିହାର ବାସଭବନ ସହ ଭୁବନେଶ୍ୱର ଓ କଟକରେ ମୋଟ ଛଅଟି ଜାଗାରେ ଏକକାଳୀନ ଚଢ଼ାଉ ହୋଇଥିଲା । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡି଼ବନ୍ଧ ଗାଁରେ ଥିବା ବିରଞ୍ଚିଙ୍କ ପୈତୃକ ଘରେ ବି ହୋଇଥିଲା ଚଢ଼ାଉ । ଏହା ସହ ବିରଞ୍ଚିଙ୍କ ଶ୍ବଶୁର ଘର ଉପରେ ବି ରେଡ୍ କରାଯାଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସ ଏସ୍.ପି.ଙ୍କ ସମେତ ଚାରି ଜଣ ଡି.ଏସ୍.ପି., ୧୩ ଜଣ ଇନ୍ସପେକ୍ଟର୍ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

ଭିଜିଲାନ୍ସ ଏସ୍.ପି. ଆର୍. ପ୍ରକାଶ
ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ‘‘ତାଙ୍କ ବିରୁଦ୍ଧରେ ଦୁର୍ନୀତି ଉପାୟରେ ମାତ୍ରାଧିକ ସମ୍ପତ୍ତି ଠୁଳ କରିଥିବାର ଅନେକ ଅଭିଯୋଗ ଆସିଥିଲା । ଆମେ ନଗଦ ଟଙ୍କା, ସୁନା ରୂପା ଓ ସମ୍ପତ୍ତିର କାଗଜପତ୍ର ଆଦି ଜବତ କରିଛୁ । ଏ ପର୍ଯ୍ୟନ୍ତ ସବୁ ଜବତ ସମ୍ପତ୍ତିର ଆକଳନ କରିବା ସରି ନାହିଁ । ସେ କେମିତି ଏତେ ସମ୍ପତ୍ତିର ଅଧିକାରୀ ହେଲେ ତାକୁ ନେଇ ତାଙ୍କ ସହ ପଚରାଉଚରା ଚାଲିଛି । କୌଣସି ପ୍ରାର୍ଥୀଠାରୁ ସେ ଲାଞ୍ଚ ନେଇଛନ୍ତି କି ନାହିଁ ତାହା ଉପରେ ବି ଆମେ ତଦନ୍ତ ଚଳାଇଛୁ,’’ କହିଛନ୍ତି ଭିଜିଲାନ୍ସ ଏସ୍.ପି. ଆର୍. ପ୍ରକାଶ ।
ଚଢ଼ାଉ ବେଳେ ବାରଞ୍ଚି ନାରାୟଣ ସାହୁଙ୍କ ଘରୁ ବିପୁଳ ପରିମାଣ ସୁନା ଓ ରୂପା ଅଳଙ୍କାର ସହ ବିଦେଶୀ ମୁଦ୍ରା ବି ମିଳିଛି । ପୂରା ସମ୍ପତ୍ତିର ଆକଳନ କରିବାରେ ଲାଗିଛନ୍ତି ଚଢ଼ାଉରେ ସାମିଲ ଥିବା ଭିଜିଲାନ୍ସ ଅଧିକାରୀମାନେ। ଆଗକୁ ଆହୁରି ଅଧିକ ସମ୍ପତି ମିଳିବା ସମ୍ଭାବନା ରହିଛି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।