ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ୧୨ଟି ବ୍ୟାଙ୍କ୍ ଆକାଉଣ୍ଟ ଠାବ; ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ ଚାକିରୀ ଜୀବନର ୨୭ ବର୍ଷରେ କୋଟିପତି ବନିଯାଇଥିଲେ । ନିଜ ଦୁଇ ପୁଅଙ୍କୁ ରାଜ୍ୟ ବାହାରେ ପାଠ ପଢ଼ାଇବାରେ କୋଟିଏରୁ ଟଙ୍କାରୁ ଅଧିକ ସେ ଖର୍ଚ୍ଚ କରିଛନ୍ତି ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ୧୨ଟି ବ୍ୟାଙ୍କ୍ ଆକାଉଣ୍ଟ ଠାବ; ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ
ଶୁଭେନ୍ଦୁ କୁମାର ପ୍ରଧାନ; (ଡାହାଣ) ତାଙ୍କ ଘରୁ ଜବତ ସୁନା ଅଳଙ୍କାରରୁ ଗୋଟିଏ
  • News18 Odia
  • Last Updated: January 28, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digial

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ ଚାକିରୀ ଜୀବନର ୨୭ ବର୍ଷରେ କୋଟିପତି ବନିଯାଇଥିଲେ । ଗ୍ରେଡ ଥ୍ରୀ କର୍ମଚାରୀ ହୋଇ ବି ସେ ଅମାପ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ଆଲିସନ ବଙ୍ଗଳାରେ ରହିବା ସହ ଦାମୀ ଗାଡି଼ ଚଢ଼ି ରାଜକୀୟ ଢଙ୍ଗରେ ଅଏସ କରୁଥିବା ଏହି ଅଧିକାରୀଙ୍କ କଳା କାରନାମା ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛି ।

ପୁରୀ ଜିଲ୍ଲା କାକଟପୁରର ଶ୍ରୀଚନ୍ଦନପୁରର ମୂଳ ବାସିନ୍ଦା ଶୁଭେନ୍ଦୁ କୁମାର ପ୍ରଧାନଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍‌ ତାଙ୍କର ୧୨ଟିରୁ ଅଧିକ ବ୍ୟାଙ୍କ୍‌ ଆକାଉଣ୍ଟ ଠାବ କରିଛି ଓ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା

ଭୁବନେଶ୍ୱର ଉପକଣ୍ଠରେ ତାଙ୍କର ପାଞ୍ଚଟି ଲକ୍ଷାଧିକ ଟଙ୍କାର ପ୍ଲଟ୍‌ ଅଛି ଓ ତିନୋଟି ଟି ସ୍ଥାନରେ ଫ୍ଲାଟ୍‌ ବି ଅଛି । ହଂସପାଳରେ ତାଙ୍କର ଏକ ଫ୍ଲାଟ, ଡୁମୁଡୁମାରେ ଟ୍ରିପଲ ଏକ୍ସ ଓ ନିଜ ଗାଁ କାକଟପୁରରେ ତାଙ୍କର ଗୋଟିଏ ଫ୍ଲାଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱର ଉପକଣ୍ଠ ଅଣ୍ଡିଲୋରେ ଗୋଟିଏ ପ୍ଲଟ୍‌, ବାଇନ୍ଦୋଳରେ ଦୁଇଟି, ଧନୀଲରେ ଦୁଇଟି ଓ ନିଜ ଗାଁରେ ଦୁଇଟି ପ୍ଲଟ୍‌ ରହିଛି ତାଙ୍କର ।

ଭିଜିଲାନ୍ସ ଅଧିକାରୀମାନେ ପ୍ରଧାନଙ୍କ ଘରେ ଖୋଜାଖୋଜିରେ ଲାଗିଛନ୍ତି ।


ଜୁନିଅର ଇଞ୍ଜିନିଅର ଶୁଭେନ୍ଦୁ କୁମାର ପ୍ରଧାନଙ୍କ ପୈତୃକ ବାସଭବନ ସହ ଡୁମୁଡୁମା ଫେଜ୍‌-୨ରେ ଥିବା ଏଲ୍‌-୧୨୦୦ ଘର ଓ ସରକାରୀ ଅଫିସ ଉପରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ । ରେଡ ପରେ ପଳାଶୁଣୀ ନିକଟରେ ଏକ ଫ୍ଲାଟ ଥିବା ଜାଣିବାକୁ ପାଇଥିଲା । ଏହା ପରେ ପଳାଶୁଣୀରେରେ ଛାପା ମାରିଥିଲା ଭିଜିଲାନ୍ସ ଟିମ । କୋଡ଼ିଏ ଜଣ ବରିଷ୍ଠ ଭିଜିଲାନ୍ସ ଅଧିକାରୀ ଏହି ରେଡ ପକ୍ରିୟାରେ ସାମିଲ ହୋଇଥିଲେ । ତଦନ୍ତ ଏବେ ଜାରି ରହିଛି।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ନିଜ ଦୁଇ ପୁଅଙ୍କୁ ରାଜ୍ୟ ବାହାରେ – ମଧ୍ୟ ପ୍ରଦେଶ ଓ ହାଇଦ୍ରାବାଦରେ – ଡାକ୍ତରୀ ଓ ବିଟେକ ଇଜିନିୟରିଂ ପଢ଼ାଇଛନ୍ତି ପ୍ରଧାନ । ଏଥିରେ କୋଟିଏରୁ ଅଧିକ ଟଙ୍କା ସେ ଖର୍ଚ୍ଚ କରିଥିବା ପ୍ରମାଣ ପାଇଛି ଭିଜିଲାନ୍ସ ବିଭାଗ ।

‘‘ସେ ଜଣେ ଜୁନିଅର ଇଞ୍ଜିନିଅର । ଏତେ ଦାମୀ ଘର ଓ ଦାମୀ ଗାଡି କିଭଳି ଆଣିଲେ ସେ ଦିଗରେ ଅଧିକ ତଦନ୍ତ ଚାଲିଛି,’’ କହିଛନ୍ତି ଆଡିସିନାଲ ଏସ୍‌.ପି. ଅକ୍ଷୟ ମିଶ୍ର । ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିଶ୍ୱସ୍ତ କୁକୁରର ଅନ୍ତିମ ଯାତ୍ରା ଆୟୋଜିତ ହେଲା; ଏବେ ତାପାଇଁ ନିର୍ମାଣ ହେବ ଏକ ସ୍ମାରକୀ

ଆଲିସାନ ବଙ୍ଗଳାରେ ସମୟ ବିତାଉଥିବା ଶୁଭେନ୍ଦୁ ପ୍ରଧାନ କହିଛନ୍ତି, ‘‘ମୋ’ ଶ୍ୱଶୁର ଓ ବାପାଙ୍କ ସମ୍ପତ୍ତିରେ ମୁଁ ବଡ଼ ଲୋକ ହୋଇଛି । କାହାରିକୁ ହାତ ପକାଇନି କି ଚୋରି କରିନି । ମୋ’ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ଯଦି ମୁଁ ସତ୍ୟରେ ଥାଏ ଦିନେ ନା ଦିନେ ଏହି ସବୁ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହେବ ।’’



ଆୟ ବହିର୍ଭିତ ସମ୍ପତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବର୍ଷକ ଭିତରେ ୪୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲାଣି ।
Published by: Anand Shankar Thankur Das
First published: January 28, 2021, 11:56 PM IST