ଉଦଳା RWS ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜର ଅଫିସ, କେନ୍ଦ୍ରାପଡା ପୈତୃକ ଘର, ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ଜଣ ଏଏସଆଇ ସାମିଲ ହୋଇଛନ୍ତି।

ଉଦଳା RWS ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଉଦଳା RWS ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଉଦଳା RWS ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ।

ମୟୂରଭଞ୍ଜର ଅଫିସ, କେନ୍ଦ୍ରାପଡା ପୈତୃକ ଘର, ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ଜଣ ଏଏସଆଇ ସାମିଲ ହୋଇଛନ୍ତି।

ଚଢ଼ାଉ ବେଳେ ଜଣାପଡ଼ିଛି, ଭୁବନେଶ୍ୱର ଆଇଗିନିଆରେ ରବି ନାରାୟଣଙ୍କ ରହିଛି ଏକ ୩ମହଲା ଘର, ପାତ୍ରପଡାରେ ଏକ ଫ୍ଲାଟ, ନୟାପଲିରେ ବ୍ୟବସାୟିକ ଅନୁଷ୍ଠାନ ରହିଛି।

ଉଦଳା RWS ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ


ସେହିପରି ଆଇଗିନିଆ ଘରୁ ଠାବ ହୋଇଛି ୨୫ଟି ନାମିଦାମୀ ଘଣ୍ଟା। ଯାହାର ମୂଲ୍ୟ ପାଖାପାଖି ୧୫ ଲକ୍ଷ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ। ସେହିଭଳି ଘରୁ ଜବତ ହୋଇଛି ରୂପାର ଗ୍ଲାସ, ସାଙ୍ଗକୁ ସୁନା ଗହଣା ଓ ଟଙ୍କା। ଚଢ଼ାଉ ଜାରି ରହିଥିବାରୁ ଆଗକୁ ଆହୁରି ସମ୍ପତ୍ତି ଠାବ ହେବ ବୋଲି ଆକଲନ କରିଛି ଭିଜିଲାନ୍ସ।
Published by:Lipina Das
First published: