News18 Odia Digital
ଭୁବନେଶ୍ୱର: ପୋଲିସ ଘରେ ପୋଲିସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନାରେ ସବ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।
ଭୁବନେଶ୍ୱର ପାଇକ ନଗର ସ୍ଥିତ ଚାରି ମହଲା ବିଲ୍ଡିଂ, ତମାଣ୍ଡ ଥାନା ଏବଂ ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ପୈତୃକ ଘରେ ଚଢ଼ାଉ ହୋଇଛି। ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣ ଡି.ଏସ.ପି, ୧୧ଆଇଆଇସି, ୬ ଜଣ ସବ ଇନ୍ସପେକ୍ଟରଙ୍କ ଏକକାଳୀନ ୩ଟି ଜାଗାରେ ଚାଲିଛି ଚଢାଉ। ଅଭିମନ୍ୟୁ ଚୌଧୁରୀ ଦୀର୍ଘ ଦିନ ହେବ ଗୋଟିଏ ଥାନାରେ କାର୍ଯ୍ୟରତ ଥିଲେ।
ଚଢ଼ାଉ ବେଳେ ଘରୁ ବିପୁଳ ପରିମାଣର ଟଙ୍କା, ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର, ଜମି ଜମା କାଗଜପତ୍ର ଜବତ ହୋଉଛି। ଏହା ସହ ଘରୁ ଦୁଇଟି ଖଣ୍ଡା ଜବତ ହୋଇଛି । ଜବତ ଖଣ୍ଡା କାହିଁକି ଘରେ ରଖିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ଅଭିମନ୍ୟୁ କନେଷ୍ଟବଳରୁ ଏସ୍ଆଇ ପର୍ଯ୍ୟନ୍ତ ଗୋଟିଏ ଥାନାରେ ଥିବାରୁ ତାଙ୍କର ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ସହଜ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏସ୍ଆଇ କୋଟିକୋଟି ଟଙ୍କାର ମାଲିକ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି ଯାହାର ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।