ନବୀନ ପଟ୍ଟନାୟକଙ୍କ (ପ୍ରତୀକାତ୍ମକ ଛବି)
News 18 Odia Digital
ଭୁବନେଶ୍ୱର: ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଲିଖିତ ଆକାରେ ପ୍ରଶ୍ନ ପଚାରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଯାହା ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।
ପ୍ରଶ୍ନ ଏହା ଥିଲା କି ରାଜ୍ୟରେ କେତେ ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଛି ଓ କେତେ ସମ୍ପତ୍ତି ଜବତ କରାଯାଇଛି ? ମୁଖ୍ୟମନ୍ତ୍ରୀ ଲିଖିତ ଆକାରର ଏକ ଉତ୍ତର ଦେଇ କହିଥିଲେ ଯେ ଗତ ୫ ବର୍ଷରେ ଜାନୁଆରୀ ୨୦୧୭ ରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା । ଚଢ଼ାଉ ବେଳେ ଏହି ୫ ବର୍ଷରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତି ଠାବ କରାଯାଇଛି।
ଏହି ତଥ୍ୟରୁ ଯାହା ଅନୁମାନ କରାଯାଉଛି ରାଜ୍ୟରେ ପ୍ରାୟ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଯଦି ରୋକ ନ ଲଗାଯାଇଥାଏ ତାହେଲେ ଏହା ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।