News18 Odia Digital
ମୁମ୍ବାଇ: ବିଦ୍ୟୁତ୍ ଜାମୱାଲ୍ (Vidyut Jammwal) ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍ ଅଭିନେତାଙ୍କ ମଧ୍ୟରୁ ଜଣେ । ସେ ନିଜ ଫିଲ୍ମ ସହିତ ନିଜ ଷ୍ଟଣ୍ଟ୍ ଓ ଆକ୍ସନ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ସମସ୍ତେ ଜାଣନ୍ତି ଯେ ବିଦ୍ୟୁତ୍ ଜାମୱାଲ୍ ଜଣେ ଫିଟନେସ୍ ଫ୍ରିକ୍ ଅଭିନେତା, ଅର୍ଥାତ୍ ଫିଟନେସ୍ ଉପରେ ସେ ସବୁବେଳେ ଧ୍ୟାନ ଦିଅନ୍ତି । ଏହି ଅଭିନେତା ବର୍ତ୍ତମାନ ଚାହୁଁଛନ୍ତି ଯେ ଲୋକେ ଯେମିତି ନିଜର ବିଭିନ୍ନ ରୋଗ ବିଷୟରେ ଖୋଲାଖୋଲି ଭାବରେ କଥା ହେଉଛନ୍ତୁ ଓ ଧ୍ୟାନ ଦେଉଛନ୍ତି ଠିକ୍ ସେମିତି ସେମାନେ ନିଜ ସେକ୍ସୁଆଲ୍ ପ୍ରବ୍ଲେମ୍ (sexual problems) ବିଷୟରେ ଅର୍ଥାତ୍ ଯୌନ ସମସ୍ୟା ବିଷୟରେ ବି ସେତିକି ଖୋଲା ହେବା ଉଚିତ ଓ ତା’ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ । ଆଜିକାଲି ଏହି ବିଷୟକୁ ନେଇ ବିଦ୍ୟୁତ ଜାମୱାଲ ଲୋକଙ୍କୁ ଜାଗରୁକ କରାଉଥିବା ଦେଖାଯାଉଛି।
ନିକଟରେ ଏହି ଅଭିନେତା ନିଜ ଇନଷ୍ଟାଗ୍ରାମରେ ଯୌନ ସ୍ୱାସ୍ଥ୍ୟ ବିଷୟରେ ଏକ ପୋଷ୍ଟ ଶେୟାର୍ କରିଛନ୍ତି, ଯାହା ମାଧ୍ୟମରେ ସେ ନିଜ ପ୍ରଶଂସକମାନଙ୍କୁ କିଛି ବିଶେଷ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ବିଦ୍ୟୁତ ଜାମୱାଲ କହିଛନ୍ତି ଯେ ସେ ଏପରି ୧୯ଟି ବ୍ୟାୟାମ ଶେୟାର୍ କରୁଛନ୍ତି ଯାହାକୁ କଲେ ପୁରୁଷମାନେ ଇରେକ୍ଟାଇଲ୍ ଡିସଫଙ୍କସନ (erectile dysfunction) ସମସ୍ୟାରୁ ମୁକ୍ତି ପାଇପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେଇରେକ୍ଟାଇଲ୍ ଡିସଫଙ୍କସନ (erectile dysfunction) ସମସ୍ୟା ଅନେକ ବିବାହିତ ଓ ଅବିବାହିତ ପୁରୁଷଙ୍କଠାରେ ଦେଖାଦେଇଥାଏ । ଏଥିରେ ଯୌନ କାର୍ଯ୍ୟ ସମୟରେ ଲିଙ୍ଗ ଯଥେଷ୍ଟ ମାତ୍ରାରେ ଓ ଯଥେଷ୍ଟ ସମୟ ପର୍ଯ୍ୟନ୍ତ ଉତ୍ତେଜିତ ହୋଇ ସଳଖ ରହେନାହିଁ । ଏହି ସମସ୍ୟାକୁ ଲିଙ୍ଗ ଶିଥିଳତା ବି କହନ୍ତି । ଏହା ଫଳରେ ଯୌନ କାର୍ଯ୍ୟରେ ଅତୃପ୍ତିର ସାମନା କରିବାକୁ ହୋଇଥାଏ । ମୁଖ୍ୟତଃ ଏଥିରେ ନାରୀକୁ ଅଧିକ ଅତୃପ୍ତି ମିଳିଥାଏ ଓ ସେହି କାରଣରୁ ତାଙ୍କର ନିଜ ପୁରୁଷ ସାଥୀଙ୍କ ସହ ସମ୍ପର୍କରେ ବାଧା ଉପୁଜିଥାଏ ।
ଏଇଠି ଦେଖନ୍ତୁ ବିଦ୍ୟୁତ୍ଙ୍କ ଭିଡିଓ:
ଭିଡିଓ ଶେୟାର କରି ବିଦ୍ୟୁତ ଜାମୱାଲ କ୍ୟାପସନରେ ଲେଖିଛନ୍ତି, ‘‘ବର୍ତ୍ତମାନ ଯୌନ ସ୍ୱାାସ୍ଥ୍ୟ ଓ ଇରେକ୍ଟାଇଲ୍ ଡିସଫଙ୍କସନ (ଇମ୍ପୋଟେନ୍ସ, impotence, ନପୁ୍ଂସକତା) ବିଷୟରେ ଖୋଲାଖୋଲି କଥା ହେବାର ସମୟ ଆସିଛି । ପ୍ରତି ୧୦ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଇରେକ୍ଟାଇଲ୍ ଡିସଫଙ୍କସନରେ ପୀଡି଼ତ । ଏଠାରେ କଲାରିସୁତ୍ରରୁ ୧୯ଟି ବ୍ୟାୟାମ ଦିଆଯାଇଛି, ଯାହା ଯଦି ପ୍ରତି ଦିନ କଲେ ଆପଣଙ୍କ ରକ୍ତ ପ୍ରବାହ (blood flow) ସଠିକ୍ ଭାବରେ ହେବ ଓ ଏହା ଯୌନ ଶକ୍ତିକୁ ପେଲଭିକ୍ ସ୍ଥଳକୁ (pelvic area) ଫେରାଇ ଆଣିବାରେ ସାହାଯ୍ୟ କରିବ ।’’ ଲୋକେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ଯାଇ ତାଙ୍କର ଏହି ବ୍ୟାୟାମ ଦେଖିପାରିବେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସୋନୁ ସୁଦ୍ ମିଛୁଆ? ତାଙ୍କ ସାହାଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ଗଞ୍ଜାମ ଜିଲ୍ଲାପାଳ; ସୋନୁ ଜବାବ ଦେଲେ‘‘ଯୌନ ସ୍ୱାସ୍ଥ୍ୟ ଆପଣଙ୍କ ସମଗ୍ର ଶରୀରର ସ୍ୱାସ୍ଥ୍ୟର ଏକ ଅଂଶ । ସେଥି ପାଇଁ ଏହା ବିଷୟରେ ଖୋଲାଖୋଲି ଭାବେ କଥା ହେବା ଅତି ଗୁରୁତ୍ୱପୂର୍ଣ୍ଣ ।ଏହା ଦ୍ୱାରା ଏହା ସହିତ ଜଡି଼ତ ଭୁଲ୍ ଧାରଣା ଦୂର ହୋଇପାରିବ ।ଏକ ଭଲ ଓ ସୁସ୍ଥ ଜୀବନଯାପନ କରିବା ପାଇଁ ଆପଣଙ୍କୁ ସ୍ୱାଗତ,’’ ଲେଖିଛନ୍ତି ବିଦ୍ୟୁତ ଜାମୱାଲ । ସମ୍ପୂର୍ଣ୍ଣ ଭିଡିଓ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅଛି ବୋଲି ସେ କହିଛନ୍ତି ।
ବିଦ୍ୟୁତ ଜାମୱାଲ ମାର୍ଶଲ ଆର୍ଟରେ (martial arts) ତାଲିମପ୍ରାପ୍ତ ଅବିନେତା । ନିକଟରେ ତାଙ୍କ ନାମ ବିଶ୍ୱର ପ୍ରମୁଖ ମାର୍ଶଲ ଆର୍ଟ କଳାକାରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଅଭିନେତା ନିଜ ଫିଲ୍ମରେ ଆକ୍ସନ୍ ଦୃଶ୍ୟ ଓ ମାର୍ଶଲ ଆର୍ଟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।