ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ପ୍ରସଙ୍ଗ; ସୋସିଆଲ ମିଡିଆରେ ହାତ ଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର

ଶ୍ରୀମନ୍ଦିର ଡ୍ରୋନ ଭିଡ଼ିଓ ଭାଇରାଲ ପ୍ରସଙ୍ଗ , ହାତ ଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର । ଡ୍ରୋନ ଉଡ଼ାଇ ଭୁଲ୍‌ କରିଛି , ସେଥିପାଇଁ ହାତ ଯୋଡି କ୍ଷମା ମାଗୁଛି ।

ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ପ୍ରସଙ୍ଗ; ସୋସିଆଲ ମିଡିଆରେ ହାତ ଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର

ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ପ୍ରସଙ୍ଗ; ସୋସିଆଲ ମିଡିଆରେ ହାତ ଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିର ଡ୍ରୋନ ଭିଡ଼ିଓ ଭାଇରାଲ ପ୍ରସଙ୍ଗ , ହାତ ଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର । ଡ୍ରୋନ ଉଡ଼ାଇ ଭୁଲ୍‌ କରିଛି , ସେଥିପାଇଁ ହାତ ଯୋଡି କ୍ଷମା ମାଗୁଛି । ଏହା ସହିତ କହିଛନ୍ତି ‘ଡ୍ରୋନ ଉଡ଼ାଇବା ନେଇ ପୋଲିସର ଅନୁମତି ନେଇନଥିଲି’ । ‘ସୋସିଆଲ ମିଡିଆ ଆକାଉଣ୍ଟରୁ ଭିଡିଓ ଡିଲିଟ୍‌ କରିଦେଇଛି’ । ‘ଶ୍ରୀମନ୍ଦିରରେ ଡ୍ରୋନ ଉଡ଼େଇବା ମନା ବୋଲି ଜାଣିନଥିଲି’ । କ'ଣ କହିଲେ ୟୁଟ୍ୟୁବର ଶୁଣନ୍ତୁ ।

https://fb.watch/hccnkD6WTT/

ଦୁଇ ସପ୍ତାହ ତଳେ ୟୁଟ୍ୟୁବରେ Unified Animesh ନାମକ ଜଣେ ବଙ୍ଗୀୟ ୟୁଟ୍ୟୁବର ଏକ ଡ୍ରୋନରେ ନିଆଯାଇଥିବା ଭିଡ଼ିଓ ପୋଷ୍ଟ କରିଥିଲେ । ୫ମିନିଟ ୪୩ସେକେଣ୍ଡ ଅବଧିର ଏକ ଭିଡ଼ିଓରେ ସେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଙ୍ଗ କରିଛନ୍ତି । ନୀଳଚକ୍ରଠାରୁ ସିଂହଦ୍ଵାର ଯାଏଁ କେଉଁଠି କଣ ଅବସ୍ଥିତ ତାକୁ ଡ୍ରୋନ ମାଧ୍ୟମରେ ଦେଖାଇଥିଲେ । ୟୁଟ୍ୟୁବର ଜଣକ ଭିଡ଼ିଓ ଆରମ୍ଭରେ ସାବଧାନ କରେଇ କହିଥିଲେକି , ଏହି ଭିଡ଼ିଓ ତାଙ୍କର ଐକିକୃତ ଅଧିକାର କୌଣସି ବ୍ୟକ୍ତି ଅଥବା ସଂସ୍ଥା ଏହାକୁ ବ୍ୟବହାର କଲେ ସେ ଆଇନିଗତ କାର୍ଯ୍ୟାନୁଷ୍ଠାନ ନେବେ । ଭିଡ଼ିଓ ପ୍ରାରମ୍ଭରେ ଏହି ଭିଡ଼ିଓ କରିବାକୁ ସୁଯୋଗ ଦେଇଥିବାରୁ ପୁରୀ ପୋଲିସ ଅଥବା ଓଡ଼ିଶା ପୋଲିସ ବିଭାଗକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ ମଧ୍ୟ କରିଥିଲେ ।

ଏହା ସହିତ ଶ୍ରୀମନ୍ଦିରର ରାତ୍ରି ସମୟର ଆଉ କିଛି ଭିଡିଓ ତାଙ୍କ ପାଖରେ ଉପଲବ୍ଧ ଅଛି ସେ ତାକୁ ଠିକଣା ସମୟରେ ଦେଖାଇବେ ଏବଂ କାହାକୁ ଏହି ସମସ୍ତ ଭିଡିଓ ଆବଶ୍ୟକ ଥିଲେ ସେ ପ୍ରତି ଆଙ୍ଗଲର ଭିଜୁଆଲ ଦରକାର ହେଲେ ୨୦ହଜାର ଅର୍ଥ ଦେଇ କିଣି ମଧ୍ୟ ପାରିବେ ବୋଲି ହ୍ୱାଟସ ଆପରେ ସୂଚନା ଦେଇଥିଲେ "।

ଭିଡ଼ିଓ ଭାଇରାଲ ପରେ ଶ୍ରୀମନ୍ଦିର ସେବାୟତ ବିନାୟକ ଦାସ ମହାପାତ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।
ସେପଟେ" । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଚନ୍ଦ୍ରଶେଖର ରାଓ କହିଥିଲେ ଖୁବଶୀଘ୍ର ଏନେଇ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଏହି ବଙ୍ଗୀୟ ୟୁଟ୍ୟୁବର ବର୍ତ୍ତମାନ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ।
Published by:Soubhagya Mishra
First published: