ପୁରୀ ‘ହାଜତ ମୃତ୍ୟୁ’: ମୃତକଙ୍କ ପରିବାରକୁ ପୋଲିସର ‘ପ୍ରଲୋଭନ’ ଭିଡିଓ ଆସିବା ପରେ ବିରୋଧ ତେଜିଲା

ଭିଡିଓରେ ମୃତକ କେ. ରମେଶଙ୍କ ପରିବାର ଲୋକଙ୍କୁ ପୋଲିସ ଅଧିକାରୀ ଜଣକ କହୁଥିବା ଶୁଣାଯାଉଛି ‘‘ପୁରୀରେ ଥଇଥାନ ଯୋଜନାରେ ଘର ଯୋଗାଇ ଦେବାକୁ ଚେଷ୍ଟା କରିବୁ, ହେଲେ ଗ୍ୟାରେଣ୍ଟି ଦେଇହେବନି, କିନ୍ତୁ ଘର ଦେବାକୁ ଚେଷ୍ଟା କରିବୁ ଆମେ… ।’’

ପୁରୀ ‘ହାଜତ ମୃତ୍ୟୁ’: ମୃତକଙ୍କ ପରିବାରକୁ ପୋଲିସର ‘ପ୍ରଲୋଭନ’ ଭିଡିଓ ଆସିବା ପରେ ବିରୋଧ ତେଜିଲା
ମୃତ କେ. ରମେଶ ଓ (ଡାହାଣ) ଭାଇରାଲ୍ ଭିଡିଓରେ ଥିବା ପୋଲିସ ଅଧିକାରୀ
  • News18 Odia
  • Last Updated: November 22, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପୁରୀ ସହରରେ ଘଟିଥିବା କଥିତ ହାଜତ ମୃତ୍ୟୁକୁ ନେଇ ହୋହଲ୍ଲା ଜାରି ରହିଛି । ମୃତକ କେ. ରମେଶଙ୍କ ପରିବାରକୁ ଏହି ମାମଲାରେ ମୁହଁ ବନ୍ଦ କରି ରହିବା ପାଇଁ ପୁରୀ ପୋଲିସ ତରଫରୁ ପ୍ରଲୋଭନ ଦିଆଯାଉଥିବାର ଏକ କଥିତ ଭିଡିଓ କ୍ଲିପ୍‌ ସାମନାକୁ ଆସିବା ପରେ ସରକାରଙ୍କ ଉପରେ ବିରୋଧୀ ଦଳମାନଙ୍କ ଆକ୍ରମଣ ଆହୁରି ତୀବ୍ର ହୋଇଛି ।

୩୩-ବର୍ଷୀୟ ପୁରୀ ବାସିନ୍ଦା କେ. ରମେଶଙ୍କ ମୃତ୍ୟୁକୁ ‘‘ହାଜତରେ ହତ୍ୟା’’ ବୋଲି ଅଭିହିତ କରି ଏହି ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ କହିଛି ଯେ ମୃତକଙ୍କ ପରିବାରକୁ ପ୍ରଲୋଭନ ଦେବାକୁ ଚେଷ୍ଟା କରାଯାଉଛି । ହେଲେ ବିରୋଧୀଙ୍କୁ କାଉଣ୍ଟର କରି ବିଜେଡି କହିଛି ଯେ ୨୦ ବର୍ଷର ରେକର୍ଡ କହୁଛି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷୀଙ୍କୁ କେବେ ଛାଡ଼ିନାହାନ୍ତି ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

ମୃତକ କେ. ରମେଶଙ୍କ ପରିବାର ଲୋକଙ୍କୁ ଜଣେ ପୋଲିସ ଅଧିକାରୀ କଥିତ ରୂପେ ପ୍ରଲୋଭନ ଦେଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ସେହି ଅଧିକାରୀ ଜଣକ ଭିଡିଓରେ କହୁଥିବା ଶୁଣାଯାଉଛି ‘‘ପୁରୀରେ ଥଇଥାନ ଯୋଜନାରେ ଘର ଯୋଗାଇ ଦେବାକୁ ଚେଷ୍ଟା କରିବୁ, ହେଲେ ଗ୍ୟାରେଣ୍ଟି ଦେଇହେବନି, କିନ୍ତୁ ଘର ଦେବାକୁ ଚେଷ୍ଟା କରିବୁ ଆମେ… ଲିଖିତ ଭାବେ ଦେବାର ମୋ’ର କ୍ଷମତା ନାହିଁ… ଗୋଟେ ବିଶ୍ବାସରେ କହିଲି ଚେଷ୍ଟା କରିବା, ହେବାର ସଂଭାବନା ଅଛି ।’’

ରମେଶଙ୍କୁ ନଭେମ୍ବର ୧୮ ତାରିଖରେ ପୋଲିସ ଘରୁ ଉଠାଇ ନେଇଥିଲା ।


ରମେଶଙ୍କ ପରିବାରର ଅଜାଣତରେ ତାଙ୍କ ମୃତ ଦେହର ଅନ୍ତିମ ସଂସ୍କାର ପୋଲିସ କରାଇଥିବା ନେଇ ଯେଉଁ ଅଭିଯୋଗ ଆସିଥିଲା ତାକୁ ଖଣ୍ଡନ କରିବା ସହ ପୋଲିସ ଏକ ଭିଡିଓ ଜାରି କରି ଦେଖାଇଥିଲା ଯେ ନିଜେ ରମେଶଙ୍କ ବାପା ହିଁ ମୁଖାଗ୍ନି ଦେଇଥିଲେ । ହେଲେ ବିଜେପି ଏହାକୁ ପ୍ରାୟୋଜିତ ବୋଲି ଅଭିଯୋଗ କରିଛି ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

‘‘ପୁରୀ ମାମଲାକୁ ଚପାଇଦେବାକୁ ସରକାର ଉଦ୍ୟମ କରୁଥିବା ସତ୍ତ୍ୱେ ତଥ୍ୟ ସବୁ ଘଣମାଧ୍ୟମରେ ଆସିଗଲାଣି । ଆହୁରି ଗୋଟେ ଜଘନ୍ୟ ଅପରାଧ କରିଛି ପୁରୀ ପୋଲିସ । ପରିବାରକୁ ଜବରଦସ୍ତି ନେଇ ଶବ ସଂସ୍କାର କରାଇଥିଲା ପୋଲିସ । ସେଇଟା ପ୍ରାୟୋଜିତ ଥିଲା । ଯଦି ତା’ (ମୃତ କେ. ରମେଶଙ୍କ) ମା’ ଆସିଯା’ନ୍ତା ତାହେଲେ ସବୁ ସତ କଥା ବାହାରି ପଡ଼ନ୍ତା,’’ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।

ଏହା ବି ପଢ଼ନ୍ତୁ | କମେଡିଆନ ଭାରତୀ ସିଂ ଗିରଫ ହେଲେ; ତାଙ୍କ ଘରୁ ଗଞ୍ଜେଇ ଜବତ; ସ୍ୱାମୀଙ୍କ ସହ ସେବନ କରୁଥିଲେ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ‘‘କେମିତି ସେ ମାମଲାକୁ ଖତମ କରି ଦିଆଯିବ ଓ ସାକ୍ଷୀ କେମିତି ମିଳିବେନି ତା’ର ପୂରା ବ୍ୟବସ୍ଥା କରାଯାଉଛି… ଯେଉଁ ପୋଲିସ କର୍ମୀ ପ୍ରଲୋଭନ ଦେବାକୁ ଯାଇଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ । ମୁଁ ରାଜ୍ୟ ଡିଜିପିଙ୍କୁ କହିବାକୁ ଚାହୁଁଛି ଯେ ଏମିତି ଘଟଣା ଘଟିବାକୁ ଦିଆଯିବା ଅର୍ଥ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଓ ସମ୍ବିଧାନକୁ ନଷ୍ଟ କରାଯାଉଛି ।’’ ମୃତକଙ୍କ ପରିବାରକୁ ପ୍ରଲୋଭନ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସହି ସେ ମାମଲାରେ ସଂପୃକ୍ତ ଥିବା ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନୂଆ ପୁରୀ ଏସ୍.ପି. କୱଁର ବିଶାଳ ସିଂ


ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ବିରୋଧୀମାନଙ୍କ ଅଭିଯୋଗକୁ ଖଣ୍ଡନ କରି ସରକାରୀ ଦଳର ବିଧାୟକ ପ୍ରତାପ ଦେବ ପାଲଟା ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ଏକ ‘‘ଦୁର୍ଘଟଣା’’ର ରାଜନୀତିକରଣ କରିଚାଲିଛନ୍ତି, ଯାହା ଅନୁଚିତ । ‘‘ବଡ଼ କଥା ହେଉଛି ଯେ ଯେଉଁ ଦୁର୍ଘଟଣାଟି ଘଟିଛି ତା’ର ୪୮ ଘଣ୍ଟା ଭିତରେ ରାଜ୍ୟ ସରକାର ଯାହା ଯାହା ପଦକ୍ଷେପ ନିଆଯିବା ଉଚିତ ସବୁ ନେଇଛନ୍ତି । ବିଗତ ୨୦ ବର୍ଷର ଇତିହାସକୁ ଆପଣ ଯଦି ଆନାଲିସିସ କରିବେ ତେବେ ଦେଖିବେ ଯେ ନବୀନ ପଟ୍ଟନାୟକ ସରକାର କେବେ ବି ଏଭଳି ସିଚୁଏସନରେ ଦୋଷୀକୁ ଦଣ୍ଡ ନ ଦିଆଇ ଛାଡ଼ି ନାହାନ୍ତି,’’ କହିଛନ୍ତି ଦେବ ।



ପୁରୀର ନୂଆ ଏସ୍‌.ପି. କୱଁର ବିଶାଲ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ଓ ତଦନ୍ତ ପ୍ରକ୍ରିୟା ଆଗେଇ ଚାଲିଛି । ‘‘ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଚିଠି ଦିଆଯାଇଛି । ଖୁବ ଶୀଘ୍ର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ସିଂ ।
Published by: Anand Shankar Thankur Das
First published: November 22, 2020, 11:59 PM IST
corona virus btn
corona virus btn
Loading