ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗୋପାଳପୁର ମିଲିଟାରୀ ଷ୍ଟେସନ ବିଜୟ ସ୍ମାରକୀ; ମଶାଲର ଭବ୍ୟ ସ୍ବାଗତ କରାଯାଇଛି

ଗୋପାଳପୁର ମିଲିଟାରୀ ଷ୍ଟେସନ ବିଜୟ ସ୍ମାରକୀ; ମଶାଲର ଭବ୍ୟ ସ୍ବାଗତ କରାଯାଇଛି

ଆର୍ମି ଏୟାର ଡ଼ିଫେନ୍ସ କଲେଜରେ ବିଜୟ ମଶାଲ ସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହା ପରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ସେନାଙ୍କୁ ବିଫଳତାର ସ୍ବାଦ ଚଖାଇଥିବା ଯବାନମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଗୋପାଳପୁର ମିଲିଟାରୀ ଷ୍ଟେସନ ବିଜୟ ସ୍ମାରକୀ; ମଶାଲର ଭବ୍ୟ ସ୍ବାଗତ କରାଯାଇଛି
ଗୋପାଳପୁର ମିଲିଟାରୀ ଷ୍ଟେସନ ବିଜୟ ସ୍ମାରକୀ
  • News18 Odia
  • Last Updated: October 22, 2021, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବିଜୟ ସ୍ମାରକୀ ଦେଶ କୋଣ ଅନୁକୋଣରେ ପହଞ୍ଚିବା ପରେ ବୁଧବାର ରାତିରେ ଗୋପାଳପୁର ମିଲିଟାରୀ ଷ୍ଟେସନ ତଥା ଆର୍ମି ଏୟାର ଡ଼ିଫେନ୍ସ କଲେଜରେ ପହଞ୍ଚିଥିଲା । ବିଜୟ ମାର୍ସଲ ପହଞ୍ଚିବା ପରେ ବରିଷ୍ଠ ଆର୍ମି ଅଫିସରମାନେ ମଶାଲକୁ ଭବ୍ୟ ସ୍ବାଗତର ସହିତ ମିଲିଟାରୀ ଷ୍ଟେସନ ମଧ୍ୟକୁ ନେଇଥିଲେ ।

ଏହି ଅବସରରେ ଆର୍ମି ଏୟାର ଡିଫେନ୍ସ କଲେଜର କୋମାଣ୍ଡେଣ୍ଟ ଲେଫନାଣ୍ଟ ଜେନାରାଲ ଶତୀନ୍ଦର ସିଂ କହିଥିଲେ, ‘‘ଆଜି ଗୋପାଳପୁର ମିଲିଟାରୀ ଷ୍ଟେସନ ମଧ୍ୟରେ ରହିଥିବା ଯୁଦ୍ଧ ସ୍ମାରକୀରେ ବିଜୟ ମଶାଲକୁ ରଖାଯାଇଥିଲା । ଏହା ପରେ ୧୯୭୧ ମସିହାରେ ଯୁଦ୍ଧରେ ଦେଶ ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିବା ଯବାନଙ୍କ କର୍ତ୍ତବ୍ୟନିଷ୍ଠାକୁ ସମସ୍ତେ ମନେ ପକାଇଥିଲେ । କାରଣ ୧୯୭୧ ମସିହାରେ ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସାଧରଣ ନଥିଲା । ପାକିସ୍ତାନର ହଜାର ହଜାର ସଂଖ୍ୟାରେ ସେନାମାନଙ୍କୁ ହରାଇବା ସହଜ ମଧ୍ୟ ନଥିଲା । କିନ୍ତୁ ଭାରତୀୟ ସେନାମାନେ ବେଶ ସାହାସୀ ଥିବା ଯୋଗୁଁ ତାହା ସମ୍ଭବପର ହୋଇପାରିଛି । ପାକିସ୍ତାନ ଆକ୍ରମଣ କରିବାର ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ ହରାଇଥିଲା ଭାରତୀୟ ସେନା । ୯୩,୦୦୦ରୁ ଅଧିକ ପାକିସ୍ତାନ ସେନା ଭାରତ ନିକଟରେ ପରାଜୟ ବରଣ କରିବା ସହିତ ଆତ୍ମସମର୍ପଣ କରିଥିଲେ । ତେଣୁ ଯୁଦ୍ଧରେ ସାମିଲ ହୋଇଥିବା ଯବାନ ସହ ଯୁଦ୍ଧରେ ନିଜର ଜୀବନକୁ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଦେଶ ପାଇଁ ସେମାନଙ୍କର ବଳିଦାନ ଅବସ୍ମରଣୀୟ ।‘‘

ଆର୍ମି ଏୟାର ଡ଼ିଫେନ୍ସ କଲେଜରେ ବିଜୟ ମଶାଲ ସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହା ପରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ସେନାଙ୍କୁ ବିଫଳତାର ସ୍ବାଦ ଚଖାଇଥିବା ଯବାନମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ଯବାନମାନେ ଏହି ଅବସରରେ ଯୋଗ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଜୟ ସ୍ମାରକୀ ଦେଶ କୋଣ ଅନୁକୋଣରେ ପହଞ୍ଚିବା ପରେ ବୁଧବାର ରାତିରେ ଗୋପାଳପୁର ମିଲିଟାରୀ ଷ୍ଟେସନ ପହଞ୍ଚିଥିଲା


ବରିଷ୍ଠ ଆର୍ମି ଅଫିସରମାନେ ଯେଉଁଭଳି ତାଙ୍କୁ ନିର୍ଦ୍ଦେଶ ଦେଉଥିଲେ ସେହି ସମୟରେ ତାହା କରୁଥିଲେ ଯବାନମାନେ । ଦେଶ ମା' ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉନଥିଲେ ଯବାନ । ଯୁଦ୍ଧ ସମୟରେ କେବଳ ବିଜୟର ପଦଧ୍ବନୀକୁ ସାଥିରେ ନେଇ ଲଢ଼େଇ କରି ଚାଲିଥିଲେ । ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନ ସେନାକୁ ପରାସ୍ତ କରିବାରେ ସଫଳ ହୋଇଥିଲେ । ସେମାନେ କିଭଳି ଭାବେ ଯୁଦ୍ଧ ସମୟରେ ଭାରତକୁ ବିଜୟ କରିବାରେ ଉଦ୍ୟମ କରିଥିଲେ ସେ ନେଇ ନିଜର ଅନୁଭୂତି ବଖାଣିଥିଲେ । ଏହା ସହ ଆର୍ମି ଏୟାର ଡ଼ିଫେନ୍ସ କଲେଜର ବରିଷ୍ଠ ଆର୍ମି ଅଫିସରମାନଙ୍କୁ ମଧ୍ୟ ଯୁଦ୍ଧ ସମୟର ଅନୁଭୂତିକୁ ମଧ୍ୟ ବାଣ୍ଟିଥିଲେ । ଆର୍ମି ଏୟାର ଡ଼ିଫେନ୍ସ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଯୋଗୁଁ ବେଶ ଖୁସୀ ପ୍ରକାଶ କରିଛନ୍ତି ୧୯୭୧ ଯୁଦ୍ଧରେ ସାମିଲ ଥିବା ଯବାନ ରଙ୍କନିଧି ପଣ୍ଡ ।

ଅବସରପ୍ରାପ୍ତ କର୍ଣ୍ଣଲ ସୁରେନ୍ଦ୍ର ନାଥ ବକ୍ସି କହିଛନ୍ତି, ‘‘ଯବାନମାନେ ବହୁ ପରିଶ୍ରମ କରି ଯୁଦ୍ଧରେ ବିଜୟ ଲାଭ କରିଥିବା ବେଳେ ବର୍ତ୍ତମାନ ତାଙ୍କୁ ସେମାନଙ୍କର ପରିଶ୍ରମର ଫଳ ମିଳିଛି । ତେବେ ଯୁଦ୍ଧ ସମୟରେ ଭାରତ ପାଖରେ ଏଭଳି ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା । କିନ୍ତୁ ବର୍ତ୍ତମାନ ଭାରତ ପାଖରେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାଙ୍ଗକୁ ନୂତନ ଜ୍ଞାନକୌଶଳ ମଧ୍ୟ ରହିଛି । ଯାହାକି ଭାରତ ଯୁଦ୍ଧ କ୍ଷେତ୍ରରେ ବର୍ତ୍ତମାନ ଆହୁରି ବଳିଷ୍ଠ ହୋଇପାରିଛି ।‘‘

ବୁଧବାର ଗୋପାଳପୁର ମିଲିଟାରୀ ଷ୍ଟେସନରେ ବିଜୟ ମାର୍ଶଲ ପହଞ୍ଚିବା ପରେ ଗୁରୁବାର ଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ୧୯୭୧ ଯୁଦ୍ଧକୁ ନେଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜାରି ରହିବ ।
Published by: Lipina Das
First published: October 22, 2021, 5:24 PM IST