ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ; ଟେଲି କନ୍‌ଫେରେନ୍‌ସିଂ ଯୋଗେ ବଲାଙ୍ଗିର LPG ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କଲେ

ପାଗ ଖରାପ ଥିବା ଯୋଗୁଁ ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତ ବାତିଲ ହେଲା । ରାଇପୁର ଏୟାରପୋର୍ଟରେ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ସେ ଟେଲି କନ୍‌ଫେରେନ୍‌ସିଂ ଜରିଆରେ ବଲାଙ୍ଗୀର ଜିଲ୍ଲାର ବରକାନୀସ୍ଥିତ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କଲେ ।

ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ

ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ

  • Share this:
ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁଙ୍କ ଓଡ଼ିଶାର ବଲାଙ୍ଗିର ଗସ୍ତ ଖରାପ ପାଗ ଯୋଗୁଁ ବାତିଲ ହୋଇଯାଇଛି । ବଲାଙ୍ଗିରରେ ବିପିସିଏଲ୍‌ର ଏକ ନବନିର୍ମିତ ଏଲ୍‌ପିଜି ବଟ୍ଲିଂ ପ୍ଲାଣ୍ଟ୍‌ର ଲୋକାର୍ପଣ ସହ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲୀ ଉତ୍ସବରେ ଯୋଗ ଦେଇଥାନ୍ତେ ସେ । ପାଗ ଖରାପ ଥିବା ଯୋଗୁଁ ରାଇପୁରରୁ ଫେରିଗଲେ ଉପରାଷ୍ଟ୍ରପତି ।

ରାଇପୁର ଏୟାରପୋର୍ଟରେ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ପରେ ଶେଷରେ ତାଙ୍କୁ ଗସ୍ତ ବାତିଲ କରିବାକୁ ପଡ଼ିଲା। ହେଲେ ସେ ଟେଲି କନ୍ଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲ୍ଲାର ବରକାନୀସ୍ଥିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌ର ଲୋକାର୍ପଣ କଲେ ।

ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରି ଭେଙ୍କେୟା ନାଇଡୁ କହିଲେ: ‘‘ପରମ୍ପରା ଅନୁସାରେ ନାରୀ ହେଉଛନ୍ତି ଦେବୀ ତୁଲ୍ୟ । ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ ସେଠି ଦେବତା ବାସ କରନ୍ତି । ତେଣୁ ନାରୀଙ୍କ ବିକାଶ ଓ ସଶକ୍ତ କରିବା ପାଇଁ ସରକାର ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଛନ୍ତି । ଏହି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁ ବହୁତ ଖୁସି ।’’

ବରକାନୀସ୍ଥିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ରାଜ୍ୟରେ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌ (BPCL) ର ଦ୍ବିତୀୟ ଏଲପିଜି ବଟଲିଂ ପ୍ଲାଣ୍ଟ୍‌, ଯାହା ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଅତ୍ୟନ୍ତ ଅତ୍ୟାଧୁନିକ ।

ଓଡ଼ିଶାରେ ପୂର୍ବରୁ ବିପିସିଏଲ୍‌ର ଏକ ଏଲପିଜି ବଟଲିଂ ପ୍ଲାଣ୍ଟ୍‌ ଖୋର୍ଦ୍ଧାରେ ଅଛି । ଏହି ନୂଆ ପ୍ଳାଣ୍ଟ୍‌ର ଲୋକାର୍ପଣ ପରେ ଓଡ଼ିଶାରେ ସମସ୍ତ ତୈଳ ବିପଣନକାରୀ କମ୍ପାନୀ ଦ୍ବାରା ସ୍ଥାପିତ ମୋଟ୍‌ ଏଲପିଜି ବଟଲିଂ ସଂଖ୍ୟା ୭ ଛୁଇଁବ ।

୨୦୧୮ ମସିହା ମେ’ ୨୧ ତାରିଖରେ ବରକାନୀ ବଟଲିଂ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ୧୯ ମାସ ଭିତରେ ସମ୍ପୂର୍ଣ୍ଣ ହୋଇପାରିଛି ଦେଶର ଏହି ଅତ୍ୟାଧୁନିକ ବଟଲିଂ ପ୍ଲାଣ୍ଟ୍‌ । ଏଥି ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୦୩ କୋଟି ଟଙ୍କା ।
Published by:Anand Shankar Thankur Das
First published: