ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଏବେ ଚାଲୁଛି ଖୁବ୍ କମ୍ ଘରୋଇ ବସ୍; ଯାତ୍ରୀ ମରୁଡ଼ି ଯୋଗୁଁ ମାଲିକ ଓ ଷ୍ଟାଫ୍ ଚିନ୍ତାରେ

ରାଜ୍ୟରେ ଏବେ ଚାଲୁଛି ଖୁବ୍ କମ୍ ଘରୋଇ ବସ୍; ଯାତ୍ରୀ ମରୁଡ଼ି ଯୋଗୁଁ ମାଲିକ ଓ ଷ୍ଟାଫ୍ ଚିନ୍ତାରେ

ଯାତ୍ରୀ ହେଉ ନ ଥିବାରୁ ଅଧିକାଂଶ ରୁଟରେ ଗଡୁନାହିଁ ବସ୍ । ରାଜ୍ୟର ସର୍ବବୃହତ ବରମୁଣ୍ଡା ବସ ଷ୍ଟାଣ୍ଡରୁ ପୂର୍ବରୁ ଦୈନିକ ୧,୨୦୦ରୁ ଅଧିକ ବସ୍ ଚାଲୁଥିବା ବେଳେ ଏବେ ତାହା ମାତ୍ର ୧୫୦ ରୁ ୨୦୦ ଭିତରେ ସୀମିତ ରହୁଛି ।

ରାଜ୍ୟରେ ଏବେ ଚାଲୁଛି ଖୁବ୍ କମ୍ ଘରୋଇ ବସ୍; ଯାତ୍ରୀ ମରୁଡ଼ି ଯୋଗୁଁ ମାଲିକ ଓ ଷ୍ଟାଫ୍ ଚିନ୍ତାରେ
ବସମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଠିଆହୋଇ ରହିଛି ଅନେକ ବସ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶ ଅନୁସାରେ ୧୯ ତାରିଖଠାରୁ ସାରା ରାଜ୍ୟରେ ଗଡ଼ିବା ଆରମ୍ଭ କରିଥିଲା ଘରୋଇ ବସ୍ । କୋଭିଡ ସଂକ୍ରମଣ କାରଣରୁ ପ୍ରାୟ ତିନି ମାସ ବ୍ୟବଧାନରେ ଘରୋଇ ବସ ସେବା ଆରମ୍ଭ ହୋଇଥିବାରୁ ହାତ ବାନ୍ଧି ବସିଥିବା ବସ୍‌ ମାଲିକ, ବସ୍‌ କର୍ମଚାରୀ ଓ ଏପରିକି ଯାତ୍ରୀମାନେ ମଧ୍ୟ ବେଶ୍‌ ଖୁସି ଥିଲେ । କିନ୍ତୁ ମାତ୍ର ୧୧ ଦିନରେ ବଦଳିଯାଇଛି ସେମାନଙ୍କ ଖୁସି ।

ରାଜ୍ୟରେ ପୂର୍ବରୁ ଦୈନିକ ଗଡୁଥିବା ୧୪,୦୦୦ ବସ୍‌ ଭିତରୁ ଏବେ ରାସ୍ତାରେ ଗଡୁଛି ମାତ୍ର ୧,୨୦୦ରୁ କିଛି ଅଧିକ ବସ୍‌ । ଯାତ୍ରୀ ହେଉ ନ ଥିବାରୁ ଗତ ସପ୍ତାହ ଭିତରେ ବସ୍‌ ମାଲିକମାନେ ଅନେକ କ୍ଷତି ସହିଲେଣି ବୋଲି ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତିରେ ନିୟମିତ ଯାତ୍ରୀବାହୀ ବସ୍‌ ସେବାକୁ ନେଇ ଅନିଶ୍ଚିତତା ସୃଷ୍ଟି ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ | କରୋନାରବ୍ରେକଥ୍ରୁ ଇନ୍ଫେକ୍ସନ୍ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

ପ୍ରଥମ ପର୍ଯ୍ୟାୟରେ ମୋ’ଟ ୨୦ଟି ଜିଲ୍ଲାରେ ଯାତ୍ରୀବାହୀ ବସ୍‌ ପରିବହନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାକି ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିଲା ଏହି ସେବା । ବସ୍‌ ବନ୍ଦ ଥିବା କାରଣରୁ ରୋଜଗାର ଶୂନ୍ୟ ହୋଇ ହାତ ବାନ୍ଧି ବସିଥିବା ଘରୋଇ ବସର ହେଲପର,କଣ୍ଡକ୍ଟର ଓ ଡ୍ରାଇଭରମାନେ ପୁଣି ଥରେ ପୂର୍ବ ଭଳି ବସ୍‌ ସେବା ସ୍ୱାଭାବିକ ହେବ ବୋଲି ଆଶା ରଖିଥିଲେ । କିନ୍ତୁ ମାତ୍ର ୧୧ ଦିନ ଭିତରେ ମରିଯାଇଛି ସେମାନଙ୍କ ଖୁସି । ସଂଖ୍ୟାଧିକ ବସରେ ଯାତ୍ରୀ ହେଉ ନ ଥିବାରୁ ବସ୍‌ ମାଲିକଙ୍କ ସମେତ ବସ୍‌ କର୍ମଚାରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ଯାତ୍ରୀ ହେଉ ନ ଥିବାରୁ ବସ୍‌ ମାଲିକମାନଙ୍କ କ୍ଷତି ବଢ଼ିଚାଲିଛି ।


ଭୁବନେଶ୍ୱର-ବୁଗୁଡା ରୁଟରେ ଚାଲୁଥିବା ପ୍ରୀତି ବସର କଣ୍ଡକ୍ଟର ଅନସୁର ଖାନ୍‌ କହିଛନ୍ତି, ‘‘ଦୀର୍ଘ ଦେଢ଼ ବର୍ଷ ହେଲା ଆମେ ଏଭଳି ସ୍ଥିତି ଦେଇ ଗତି କରୁଛୁ । ଆମେ ଆଉ କେତେ ଅସୁବିଧା ଭିତରେ ରହିବୁ? ଏତେ ଦିନ ପରେ ବସ୍‌ ଚାଲିଲା, ହେଲେ ଆମର ରୋଜଗାର ନାହିଁ।’’

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

‘‘ଆମେ ଏବେ ନିଜ ଜୀବିକାକୁ ନେଇ ଚିନ୍ତାରେ। ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ଆମର ରୋଜଗାର ନାହିଁ। ଭାବିଥିଲି ବସ୍‌ ଚାଲିଲେ ସବୁ ଠିକ୍‌ ହୋଇଯିବ। ହେଲେ ୧୧ ଦିନ ହେଲାଣି, ଦେଖୁଛୁ ବସରେ ଲୋକ ହେଉନାହାନ୍ତି । ମାଲିକ କ୍ଷତି ସହୁଛି । ତେଣୁ ଆମକୁ କ’ଣ ଦରମା ଦେବ?’’ ପଚାରିଛନ୍ତି ବସ ଡ୍ରାଇଭର ଜଗନ୍ନାଥ ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

କମ୍‌ ବସ ଚାଲୁଥିବାରୁ ଯାତ୍ରୀମାନେ ମଧ୍ଯ ହତାଶ ହୋଇଛନ୍ତି । ହାତ ଗଣତି ରୁଟରେ ବସ୍‌ ଚାଲୁଥିବାରୁ ଯାତ୍ରୀ ଶରତ ନାୟକ କହିଛନ୍ତି, ‘‘ସରକାର ଏ ଦିଗକୁ ଗୁରୁତ୍ୱ ଦେବା ଦରକାର। ଲୋକେ ଅସୁବିଧା ଭୋଗୁଛନ୍ତି। ଅନ୍ତତଃ ସବୁ ରୁଟରେ ସରକାରୀ ବସ୍‌ ଚଳାଚଳ ବ୍ୟବସ୍ଥା କରାଯିବା ଉଚିତ।’’

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ

କେବଳ ଯାତ୍ରୀବାହୀ ବସର କର୍ମଚାରୀମାନେ ନୁହନ୍ତି, ଯାତ୍ରୀ ହେଉନଥିବାରୁ ସବୁ ବସ୍‌ ମାଲିକମାନଙ୍କ ଚିନ୍ତା ବଢି଼ଯାଇଛି। ରାଜ୍ୟ ଘରୋଇ ମାଲିକ ସଙ୍ଘର ସୂଚନା ଅନୁସାରେ ରାଜ୍ୟରେ ବିଭିନ୍ନ ରୁଟରେ ଚାଲୁଥିବା ଘରୋଇ ବସ୍‌ ସଂଖ୍ୟା ୧୪,୦୦୦ରୁ ଅଧିକ । ହେଲେ କୋଭିଡ କାରଣରୁ ହୋଇଥିବା କଟକଣା ପରେ ଏବେ ରାସ୍ତାରେ ଗଡୁଛି ସେଥିରୁ ମାତ୍ର ୧,୨୦୦ରୁ ୧,୫୦୦ ବସ୍‌ । ଯାତ୍ରୀ ହେଉ ନ ଥିବାରୁ ଅଧିକାଂଶ ରୁଟରେ ଗଡୁନାହିଁ ବସ୍‌ । ରାଜ୍ୟର ସର୍ବବୃହତ ବରମୁଣ୍ଡା ବସ ଷ୍ଟାଣ୍ଡରୁ ପୂର୍ବରୁ ଦୈନିକ ୧,୨୦୦ରୁ ଅଧିକ ବସ୍‌ ଚାଲୁଥିବା ବେଳେ ଏବେ ତାହା ମାତ୍ର ୧୫୦ ରୁ ୨୦୦ ଭିତରେ ସୀମିତ ରହୁଛି ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

‘‘ସବୁଠାରୁ ବଡ଼ କଥା ହେଉଛି ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ଏବେ ବି କଟକଣା ଥିବାରୁ ସ୍ଥିତି ଅଧିକ ଜଟିଳ ହେଉଛି। ଏଭଳି ସ୍ଥିତିରେ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବ ବୋଲି ଆଶଙ୍କା ବଢ଼ିଛି,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘର  ମୁଖପାତ୍ର ଦେବାଶିଷ ନାୟକ ।



ଭୁବନେଶ୍ୱର ବସ ଓନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ବସ୍‌ ଚଳାଚଳକୁ ରାଜ୍ୟ ସରକାର ସ୍ୱାଭାବିକ କରିବୋ ବୋଲି ଏବେ ବସ୍‌ ମାଲିକମାନଙ୍କ ଆଶା ଅଛି ।
Published by: Anand ST Das
First published: July 29, 2021, 11:34 PM IST