ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାକରି ପଛରେ ନ ଦୌଡ଼ି ନିଯୁକ୍ତିଦାତା ହୁଅ: ବାଣୀ ବିହାରରୁ ଉପରାଷ୍ଟ୍ରପତିଙ୍କ ଯୁବ ପିଢ଼ିକୁ ଆହ୍ୱାନ

ଚାକରି ପଛରେ ନ ଦୌଡ଼ି ନିଯୁକ୍ତିଦାତା ହୁଅ: ବାଣୀ ବିହାରରୁ ଉପରାଷ୍ଟ୍ରପତିଙ୍କ ଯୁବ ପିଢ଼ିକୁ ଆହ୍ୱାନ

ଦେଶର ପାଞ୍ଚ ଜଣ ଶ୍ରେଷ୍ଠ ଓଡିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ ଏମ୍. ଭେଙ୍କେୟା ନାଇଡ଼ୁ । ଅନଲାଇନରେ ସମାବର୍ତ୍ତନ ସମାରୋହ ଦେଖିବା ବ୍ୟବସ୍ଥା ନ ଥିବାରୁ ଅନେକ ଛାତ୍ରଛାତ୍ରୀ ନିରାଶ ହୋଇଥିଲେ ।

ଚାକରି ପଛରେ ନ ଦୌଡ଼ି ନିଯୁକ୍ତିଦାତା ହୁଅ: ବାଣୀ ବିହାରରୁ ଉପରାଷ୍ଟ୍ରପତିଙ୍କ ଯୁବ ପିଢ଼ିକୁ ଆହ୍ୱାନ
ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ନିଜ ବକ୍ତବ୍ୟ ରଖୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମହିମ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ ଯୁବ ପିଢ଼ିକୁ ଆହ୍ବାନ ଦେଇଛନ୍ତି ଯେ ସେମାନେ ଚାକିରୀ ପଛରେ ନ ଦୌଡ଼ି ନିଜେ ନିଯୁକ୍ତିଦାତା ହେବାକୁ ଚେଷ୍ଟା କରନ୍ତୁ । ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସହ ସୂର୍ବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁଏହି ଆହ୍ବାନ ଦେଇଛନ୍ତି ।

ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ଉପରାଷ୍ଟ୍ରପତି । କାର୍ଯ୍ୟକ୍ରମର ଆରମ୍ଭରେ ଦେଶର ପାଞ୍ଚ ଜଣ ଶ୍ରେଷ୍ଠ ଓଡିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ ସେ । ଏହି ଡିଗ୍ରା ପାଇଥିବା ପାଞ୍ଚ ଜଣ ବ୍ୟକ୍ତି ଓଡିଆ ହିସାବରେ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ମାଟିର ପୂର୍ବ ଛାତ୍ର ହିସାବରେ ନିଜକୁ ଗର୍ବିତ ମଣୁଥିବା କହିଛନ୍ତି । ସେହି ପାଞ୍ଚ ଜଣ ଓଡ଼ିଆ ହେଉଛନ୍ତି ଆର୍‌.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇ କୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ରାଜ୍ୟର ସର୍ବପୂରାତନ ମଣଷ-ଗଢା କାରଖାନା ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସହ ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇଥିଲେ । ସାମାଜିକ ଓ ଆର୍ଥନୈତିକ ପରିବର୍ତ୍ତନରେ ବିଶ୍ବବିଦ୍ୟାଳୟର ଭୂମିକା ରହିଛି ଏବଂ ଚାକିରି ନ ଖୋଜି ନିଯୁକ୍ତିଦାତା ହେବାକୁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ ଦେଇଥିଲେ । ଏହା ସହ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ବି ସେ ପରାମର୍ଶ ଦେଇଥିଲେ ।

ବିପର୍ଯ୍ୟୟ ପରିଚାଳନାକୁ ଉତ୍କଳ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ଉପରାଷ୍ଟ୍ରପତି।


‘‘ସାଧୁତା ଓ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି । ଶିକ୍ଷାର୍ଥୀମାନେ ସମାଜକୁ କ୍ଷୁଧା, ରୋଗ ଓ ଅଜ୍ଞାନତାରୁ ମୁକ୍ତି ଦିଅନ୍ତୁ । ପରିବର୍ତ୍ତନ ପାଇଁ ଆହ୍ବାନକୁ ସ୍ୱୀକାର କରନ୍ତୁ,’’ କହିଥିଲେ ଉପରାଷ୍ଟ୍ରପତି । ସେ ଏହି ସମାରୋହରେ ୪୧ ଜଣଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ନିଜ ନିଜ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

କୋଭଡ କଟକଣା ହେତୁ ସମାବର୍ତ୍ତନ ଉତ୍ସବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ଓ ଏଥିରେ ଭାଗ ନେଉଥିବା ସମସ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ସମାରୋହ ଆରମ୍ଭ ହେବା ପୂର୍ବରୁ ସମାର୍ବତ୍ତନ ସ୍ଥଳକୁ କୋଭିଡ ନେଗେଟିଭ୍ ରିପୋର୍ଟ ପରେ ହିଁ ସମସ୍ତଙ୍କୁ ଭିତରକୁ ଛଡାଯାଇଥିଲା । ଶାନ୍ତିଶୃଙ୍ଖଳା ସହ କୋଭିଡ କଟକଣା ଓ ସୁରକ୍ଷା ବଳୟ ଭିତରେ ଉତ୍ସବ ଶେଷ ହୋଇଥିବା ଓ ଉପରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଖୁସି ପ୍ରକାଶ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ଆହ୍ବାନକୁ ନେଇ ସେମାନେ ଗର୍ବିତ ମନେକରିଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

‘‘ଆଜି ଭଳି ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉପରାଷ୍ଟ୍ରପତିଙ୍କ ସହ ଯୋଗ ଦେବା ଏକ ଗୌରବର କଥା । ମୁଁ ମଧ୍ୟ ଉତ୍କଳ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର । ଆଉ ପୁରାତନ ଛାତ୍ର ଭାବେ ଆଜିର ସୁବର୍ଣ୍ଣ ଜୟନ୍ତୀ ଓ ବିଶ୍ୱବିଦ୍ୟାଳୟର ଉନ୍ନତିକୁ ନେଇ ମୁଁ ବେଶ୍‌ ଗର୍ବିତ,’’ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ।

ଏହା ବି ପଢ଼ନ୍ତୁ | ଫିଲ୍ମସ୍ଲମ୍ଡଗ୍ ମିଲିଅନେୟାର୍' ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲା

ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି, ‘‘ଅନେକ ଦିନରୁ ଉପରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରୟାସ ଜାରି ରହିଥିଲା । ଆଜି ସେ ସମୟ ଆସି ବେଶ୍‌ ଭଲରେ ସମାବର୍ତ୍ତନ ଉତ୍ସବ ଶେଷ ହୋଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ।’’



ପୂର୍ବରୁ ସମାବର୍ତ୍ତନ ସ୍ଥଳକୁ ୫୦୦ ଅତିଥିଙ୍କ ପ୍ରବେଶ ପାଇଁ ଅନୁମତି ଥିବା ବେଳେ କୋଭିଡ କଟକଣା ହେତୁ ଶେଷ ମୂହୁର୍ତ୍ତରେ ଏହାକୁ ୨୦୦କୁ କମାଇ ଦିଆଯାଇଥିଲା । କୋଭିଡ ନେଗେଟିଭ୍ ରିପୋର୍ଟ ଥାଇ ମଧ୍ୟ ସମାରୋହ ସ୍ଥଳକୁ ବାରଣ ହେତୁ ପ୍ରବେଶ ସମୟରେ ସାମୟିକ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା । ଅନଲାଇନରେ ଦେଖିବା ବ୍ୟବସ୍ଥାକୁ ମଧ୍ୟ ବାଦ୍ ଦିଆଯାଇଥିବାରୁ ଅନେକ ଛାତ୍ରଛାତ୍ରୀ ନିରାଶ ହୋଇଥିବା କହିଛନ୍ତି ।
Published by: Anand ST Das
First published: April 3, 2021, 9:01 PM IST