ରାଜ୍ୟରେ ଲକଡାଉନ ଅବଧିରେ ବଢ଼ିଲା ଗାଡ଼ି ବିକ୍ରି ଓ ମୋଟର ଯାନ ରାଜସ୍ୱ; କମିଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ

ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ଏକ ତଥ୍ୟରୁ ଜଣାପଡିଛି ଯେ ଜୁନ ମାସରେ ମୋଟର ଯାନ ରାଜସ୍ୱ ବୃଦ୍ଧି ଘଟିଛି । ଗତବର୍ଷ ତୁଳନାରେ ରାଜସ୍ୱ କମିଥିଲେ ବି ଲାକଡାଉନ ସମୟରେ ଅନ୍ୟ ମାସ ଅପେକ୍ଷ ବୃଦ୍ଧି ହୋଇଛି ।

ରାଜ୍ୟରେ ଲକଡାଉନ ଅବଧିରେ ବଢ଼ିଲା ଗାଡ଼ି ବିକ୍ରି ଓ ମୋଟର ଯାନ ରାଜସ୍ୱ; କମିଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ
ରାଜ୍ୟରେ ଲକଡାଉନରେ କମିଲା ଦୁର୍ଘଟଣା ମୃତ୍ୟୁ
  • News18 Odia
  • Last Updated: August 31, 2020, 5:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଓ ସଟଡାଉନ ଭଳି ନିଷ୍ପତି ନେଉଛନ୍ତି । ସଂକ୍ରମଣ ହାର କମାଇବାକୁ ଲକଡାଉନ ମାଧ୍ୟମରେ କରୋନାର ଚେନକୁ ଭାଙ୍ଗିବା ପାଇଁ ରୀତିମତ ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଅନଲକର ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନେକ କଟକଣା ମଧ୍ୟ କୋହଳ ହୋଇଛି । କିନ୍ତୁ ମାର୍ଚ୍ଚ ପରଠାରୁ ସମ୍ପୂର୍ଣ୍ଣ କଟକଣା ଥିଲେ ବି ଏହି ସମୟରେ ଦୁର୍ଘଟଣା ରପୋର୍ଟ ମଧ୍ୟ ଚମକାଇ ଦେବା ଭଳି ଦେଖିବାକୁ ମିଳିଛି ।

ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ତଥ୍ୟ ଅନୁସାରେ ମାର୍ଚ୍ଚ ୨୪ ରୁ ମେ ୩୧ ମଧ୍ୟରେ ହ୍ରାସ ପାଇଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗତବର୍ଷ ଏହି ସମୟ ତୁଳନାରେ ଦୁର୍ଘଟଣା ମୃତ୍ୟୁ କମିଥିଲେ ବି ସଂଖ୍ୟା କିନ୍ତୁ କମ ହୋଇନାହିଁ ।

ଏହି ଅବଧି ମଧ୍ୟରେ ପୁରା କଟକଣା ଜାରି ରହିଥିଲେ ବି ୩୮୪ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୭୨୨ ଜଣ ଆହତ ହୋଇଥିବା ବେଳେ ମୋଟ ୮୩୬ ସଡକ ଦୁର୍ଘଟଣା ଘଟିଛି । କିନ୍ତୁ ଗତ ବର୍ଷ ଏହି ସମୟ ମଧ୍ୟରେ ୧୦୮୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୭୫ ଆହତ ଓ ୨୧୦୭ ଦୁର୍ଘଟଣା ଘଟିଥିଲା । ୨୦୧୯ ଏପ୍ରିଲରେ ୪୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ ୧୧୮ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।୨୦୧୯ ଏପ୍ରିଲ ରେ ମୋଟ ୮୭୭ ସଡକ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟରେ ୨୩୧ ଦୁର୍ଘଟଣା ହୋଇଛି । ସେହିପରି ଗତ ବର୍ଷ ମେ ମାସରେ ମୃତ୍ୟୁ ସଂଖ୍ୟା ୪୯୪ ଥିବା ବେଳେ ଚଳିତ ବର୍ଷ ୨୪୩ ଓ ଗତ ବର୍ଷ ମେ' ମାସରେ ମୋଟ ୯୫୩ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ବର୍ଷ ମେ' ମାସରେ ୫୫୧ ଦୁର୍ଘଟଣା ଘଟିଛି ।

ଏହି ତଥ୍ୟ ମାର୍ଚ୍ଚ ୨୪ ରୁ ମେ ୩୧ ମଧ୍ୟରେ ହୋଇଥିବା ବେଳେ ଗତ ବର୍ଷ ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ତୁଳନାଁରେ ପ୍ରାୟ ୩୨ ପ୍ରତିଶତ କମ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା କୁହାଯାଉଛି । ତେଣୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ, ରାଜ୍ୟ ସରକାର ପୁଲିସ ଡିଜି ଓ ପରିବହନ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି । ଦୁଇ ଚକିଆ ଜାନରେ ଯେପରି ତିନି ଜଣ ବସିକି ଯିବେନି, ବେପରୁଆ ଗାଡ଼ି ଚାଳନା, ବିନା ହେଲମେଟରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଟାର୍ଗେଟ କରିବାକୁ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

"ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ହାର କମିଛି । ଲକଡାଉନ ପୁରା ଗାଡି ଚଳାଚଳ ବନ୍ଦ ହୋଇନଥିଲା । କିଛି ପରିମାଣରେ ହେଉ ଗାଡି ମଟର ଯାତାୟାତ କରୁଥିଲା । ସେଥିପାଇଁ ହୁଏତ ଦୁର୍ଘଟଣା ଘଟିଥିବ । ରାସ୍ତାରେ ଅମାନିଆ ଓ ଆଇନ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଏନ୍ଫୋର୍ସମେଣ୍ଟ ଅଛି । ଯାହା ବନ୍ଦ ହୋଇଯାଇଥିଲା ତାହା ଏବେ ଚାଲୁ ହୋଇଛି । ଏହା ଦ୍ୱାରା ଦୁର୍ଘଟଣା ରୋକାଯାଇପାରିବ ଓ ସଡ଼କ ସୁରକ୍ଷା ଦ୍ୱାରା ମଧ୍ୟ ସମସ୍ତଙ୍କୁ ମଧ୍ୟ ସଚେତନ କରାଯାଉଛି । ଚେକିଂ ଆରମ୍ଭ ହେଲଣି ଓ ଆଗାମୀ ଦିନରେ ଚେକିଂକୁ କଡ଼ାକଡ଼ି କରାଯିବ'' କହିଛନ୍ତି ପରିବହନ ମନ୍ତ୍ରୀ କହିଛନ୍ତି ।
Published by: Jagdish Barik
First published: August 31, 2020, 5:06 PM IST
corona virus btn
corona virus btn
Loading