ଡ଼ିସେମ୍ବର ଯାଏଁ ବଢ଼ିଲା ଗାଡ଼ି ଡକ୍ୟୁମେଣ୍ଟର ବୈଧତା; ସରକାରୀ ଘୋଷଣାରେ ସ୍ପଷ୍ଟତା ନାହିଁ

ଲକଡାଉନ ଯୋଗୁଁ ପୂର୍ବରୁ ୧ ଫେବୃୟାରୀ ୨୦୨୦ରୁ ସରୁଥିବା ଗାଡିର ବିଭିନ୍ନ କାଗଜପତ୍ରର ଅବଧିକୁ ପ୍ରଥମେ ଜୁନ ୩୦ ଓ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଡ଼ିସେମ୍ବର ଯାଏଁ ବଢ଼ିଲା ଗାଡ଼ି ଡକ୍ୟୁମେଣ୍ଟର ବୈଧତା; ସରକାରୀ ଘୋଷଣାରେ ସ୍ପଷ୍ଟତା ନାହିଁ
ଡ଼ିସେମ୍ବର ଯାଏଁ ବଢ଼ିଲା ଗାଡି ଡକ୍ୟୁମେଣ୍ଟର ବୈଧତା
  • News18 Odia
  • Last Updated: August 27, 2020, 3:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କୋଭିଡ଼ ଯୋଗୁଁ ଗାଡ଼ି ମାଲିକମାନଙ୍କୁ ଆଶ୍ୱସ୍ତି ମିଳିଛି । ବଢୁଥିବା କୋଭିଡ ସଂକ୍ରମଣକୁ ଗୁରୁତ୍ୱ ଦେଇ ଗାଡିର ବିଭିନ୍ନ କାଗଜପତ୍ର ଯଥା ବୈଧତା ସରିଥିବା ଡିଏଲ, ଏଲଏଲ, ଫିଟନେସ ପାଇଁ ଆସନ୍ତା ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ମହଲତ ମିଳିଛି । ଏହି ସମୟ ଭିତରେ ଏଭଳି ବୈଧ କାଗଜପତ୍ର ନଥିବା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତେବେ ଏହି ସରକାରୀ ଘୋଷଣା ପରେ ପ୍ରଦୂଷଣ ସାର୍ଟିଫିକେଟ ଓ ଗାଡ଼ି ବୀମା କାଗଜପତ୍ରର ଅବଧିକୁ ନେଇ ଚର୍ଚ୍ଚା ଉଠିଛି । ବିଶେଷ କରି ମହଲତ ମିଳିଥିବା କାଗଜପତ୍ର ଭିତରେ ପ୍ରଦୂଷଣ ସାର୍ଟିଫିକେଟ ଓ ବୀମା ସାର୍ଟିଫିକେଟକୁ ଗଣତି କରାଯାଇଛି କି ନାହିଁ ତାକୁ ନେଇ ସ୍ପଷ୍ଟତା ନଥିବାରୁ ଚର୍ଚ୍ଚା ଜୋର ଧରିଛି ।

କୋଭିଡ଼ ସଂକ୍ରମଣକୁ ପ୍ରତିହତ କରିବାକୁ ଯାଇ ଗତ ମାର୍ଚ୍ଚ ଶେଷ ସପ୍ତାହରେ ସାରାଦେଶରେ ଲକଡାଉନ ଲାଗୁ ହୋଇଥିଲା। ଏହି କାରଣରୁ ୧ ଫେବୃୟାରୀ ୨୦୨୦ରୁ ସରୁଥିବା ଗାଡିର ବିଭିନ୍ନ କାଗଜପତ୍ରର ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ଓ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କୋଭିଡ଼ର ପ୍ରଭାବ ଏ ପର୍ଯ୍ୟନ୍ତ କମିନଥିବାରୁ ଏହାକୁ ଏବେ ପରିବହନ ବିଭାଗ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରିଛନ୍ତି । ଅର୍ଥାତ ଏହି ସମୟ ଭିତରେ ଏଭଳି ବୈଧ କାଗଜପତ୍ର ନଥିବା ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏନେଇ ସରକାରୀ ଭାବେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବିଜ୍ଞପ୍ତିରେ ନିର୍ଦ୍ଦେଶ ଭାବେ ପ୍ରଦୂଷଣ ସାର୍ଟିଫିକେଟ ଓ ଗାଡ଼ି ବୀମା ସାର୍ଟିଫିକେଟ ନେଇ ସ୍ପଷ୍ଟ ସୂଚନା ନଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଲୋକଙ୍କ ମତରେ ଏନେଇ ସରକାରୀ ବିଜ୍ଞାପନରେ ସ୍ପଷ୍ଟ ସୂଚନା ରହିବା ଜରୁରୀ।

"ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ଼ର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଗାଡିର କାଗଜପତ୍ର ଅବଧିକୁ ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ଉଦ୍ୟମ । ଏହାଦ୍ରରା ଅନେକ ଲୋକ ଉପକୃତ ହୋଇପାରିବେ। ହେଲେ ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ ପ୍ରଦୂଷଣ ସାର୍ଟିଫିକେଟ ଓ ବୀମା ସାର୍ଟିଫିକେଟ ନେଇ ସ୍ପଷ୍ଟତା ନଥିବାରୁ ତାହା ଅନେକଙ୍କୁ ବାଧୁଛି," କହିଛନ୍ତି ଭୁବନେଶ୍ୱର ଚକେଇ ସିହାଣୀ ବାସିନ୍ଦା ଅଭିଜିତ ଦାସ ।

"ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ ଡ଼ିଏଲ, ଏଲଏଲ ତଥା ଗାଡିର ଫିଟନେସ କଥା କୁହାଯାଇଥିବା ବେଳେ ସ୍ପଷ୍ଟ ଭାବରେ ପଲ୍ୟୁସନ ଓ ଇନସ୍ୟୁରାନ୍ସ କଥା କୁହାଯାଇ ନାହିଁ । ତାହାହିଁ ଅନେକ ସନ୍ଦେହକୁ ଟାଣିଆଣୁଛି । ଅନ୍ତତଃ ରାଜ୍ୟ ସରକାର ଏ ବାବଦରେ ସ୍ପଷ୍ଟତା ରଖିବା ଜରୁରୀ," କହିଛନ୍ତି ବୀମା ଏକ୍ସପର୍ଟ ପ୍ରକାଶ ମହାପାତ୍ର।

"କୋଭିଡ ସଂକ୍ରମଣ ସ୍ଥିତିକୁ ଗୁରୁତ୍ୱ ଦେଇ ଗାଡି କାଗଜପତ୍ରର ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଭଲ ନିଷ୍ପତ୍ତି । ଏହାଏକ ସମୟୋପଯୋଗୀ ନିଷ୍ପତ୍ତି । କିନ୍ତୁ ଏହାର ନକରାତ୍ମକ ଦିଗ ବି ଅଛି । ଏହି ବର୍ଦ୍ଧିତ ଅବଧି ଭିତରେ କୌଣସି ଦୁର୍ଘଟଣା ଘଟିଲେ ଥାର୍ଡ଼ ପାର୍ଟି ବା ତୃତୀୟ ପକ୍ଷ ବୀମା ରାଶି ଗ୍ରହଣୀୟ ହେବ ନାହିଁ । ଅନ୍ୟାନ୍ୟ ଅସୁବିଧା ମଧ୍ୟ ରହିଛି । ସବୁଠାରୁ ବଡ ସମସ୍ୟା ହେଲା ସେ ଡ଼ିସେମ୍ବର ୩୧ ପରେ ଏକାଥରକେ ଯଦି ସବୁ ଲୋକେ ଗାଡି କାଗଜପତ୍ର ପାଇଁ ଲାଇନ ଲଗାନ୍ତି ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ। ସେ ନେଇ ବିଭାଗ ଗୁରୁତ୍ୱ ଦେବା ଦରକାର,'' କହିଛନ୍ତି ରୋଡ଼ ସେଫଟି ଏକ୍ସପର୍ଟ ସୁବ୍ରତ ନନ୍ଦଙ୍କ ।

ଗାଡି କାଗଜପତ୍ରରେ କଟକଣା ନ ଥିବାରୁ ଲକଡାଉନ ସମୟରେ ବି ସଡ଼କ ଦୁର୍ଘଟଣା ହାର ଚିନ୍ତାଜନକ ରହିଛି ବୋଲି କିଛି ଏକ୍ସପର୍ଟ ମତ ରଖିଛନ୍ତି।
Published by: Jagdish Barik
First published: August 27, 2020, 3:30 PM IST
corona virus btn
corona virus btn
Loading