ଦୟନୀୟ ଅବସ୍ଥାରେ ରାଜ୍ୟ ବାହାରକୁ ଗୋ ଚାଲାଣ; ୯ ଜଣ ଅଟକ
- News18 Odia
- Last Updated :
- Odisha (Orissa), India
News 18 Odia Digital
ବ୍ରହ୍ମପୁର; ବେଆଇନ ଭାବେ ଗୋ ଚାଲାଣ କରିବା ବେଳେ ଧରିଲେ ପଶୁପ୍ରେମୀ । ରାତି ପ୍ରାୟ ୩ଟା ସମୟରେ ହିଞ୍ଜିଳି ଅଞ୍ଚଳରୁ ବ୍ରହ୍ମପୁର ରାସ୍ତା ଦେଇ ବାହାର ରାଜ୍ୟକୁ ଗୋ ଚାଲାଣ ହେଉଥିଲା । ଏହି ସମୟରେ କିଛି ପଶୁପ୍ରେମୀ ଓ ଅବକାରୀ ବିଭାଗର କର୍ମଚାରୀ ଫାଷ୍ଟଗେଟ ନିକଟରେ ଠିଆ ହୋଇଥିଲେ । ପ୍ରଥମେ ଗୋଟିଏ ଗାଡ଼ି ଫାଷ୍ଟଗେଟ ଦେଇ ଆସୁଥିବା ବେଳେ ତାକୁ ଅଟକାଯାଇ ଗାଡ଼ିକୁ ଯାଞ୍ଚ କରାଯାଇଥିଲା । ଗାଡ଼ିର ଡାଲାରେ ୧୦ଟି ଗାଇକୁ ଦୟନୀୟ ଅବସ୍ଥାରେ ରଖାଯାଇଥିବା ଦେଖିବାକୁ ମିଳିଥିଲା ।
ଏନେଇ ଗାଡ଼ିର ଡ଼୍ରାଇଭର ଓ ଗାଡ଼ିରେ ବସିଥିବା ଜଣେ ଯୁବକକୁ ଅଧିକ ପଚରାଉଚରା କରାଯାଇଥିଲା । କିନ୍ତୁ ସେମାନେ କୈାଣସି ସଠିକ ସୂଚନା ଦେଇନଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଏଭଳି ୫ଟି ଗାଡ଼ି ଲାଗିଥିଲା ଫାଷ୍ଟଗେଟ ନିକଟରେ । ୫ଟି ଗାଡ଼ିରେ ମୋଟ ୫୨ଟି ଗାଇକୁ ଦୟନୀୟ ଅବସ୍ଥାରେ ରଖାଯାଇ ଚାଲାଣ କରାଯାଉଥିଲା । ଗୋରୁ ଚାଲାଣ ଅଭିଯୋଗରେ ୫ଟି ଗାଡ଼ିରେ ରହିଥିବା ୯ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରାଯିବା ସହ ସମସ୍ତ ଗାଇ ଓ ଗାଡିକୁ ମଧ୍ୟ ଜବତ କରି ଥାନାରେ ରଖାଯାଇଛି ।
ହିଞ୍ଜିଳି ଅଞ୍ଚଳରୁ ଗାଇକୁ ଆଣି ବ୍ରହ୍ମପୁର ପଟେ କନିଷିକୁ ନିଆଯାଉଥିଲା । କନିଷିରୁ ଏକ କଣ୍ଟେନର ଯୋଗେ ରାଜ୍ୟ ବାହାରକୁ ନିଆଯାଇଥାନ୍ତା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । '' ଗୋମାତା ପ୍ରତି ଏଭଳି ବ୍ୟବହାର ସହ ଚାଲାଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଦୟନୀୟ ଅବସ୍ଥାରେ ଗାଇ ଗୁଡ଼ିକ ଚାଲାଣ କରାଯାଉଥିବା ଯୋଗୁଁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି,'' ପଶୁପ୍ରେମୀ ଭୈରବୀ ସାହୁ । ପଶୁପ୍ରେମୀ ଓ ଗଣମାଧ୍ୟମରେ ଏନେଇ ଖବର ପାଇବା ପରେ ବଡ଼ ବଜାର ଥାନାରେ ପହଞ୍ଚିଥିଲେ ପଶୁ ଡାକ୍ତରଖାନାର ଟିମ । ''ପଶୁ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ପହଞ୍ଚି ଗାଇ ମାନଙ୍କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ସମସ୍ତ ଗାଇ ମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ବେଳେ କିଛି ଗାଇ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି,'' ପଶୁ ଡାକ୍ତର କିରଣ ବିଷୋୟୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।