ବାଲେଶ୍ୱରରେ ପରିବା ବଜାରରେ ନିଆଁ ଲାଗିଲା; ୫୦୦ ଟଙ୍କାରେ ବି ପୂରୁ ନାହିଁ ବ୍ୟାଗ୍!

କିଛି ଦିନ ତଳେ ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲାରେ ପ୍ରଭାବିତ ହେଉଥିବା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜୁଥିଲା । ଅନେକ ପରିବା ଚାଷୀଙ୍କ ପନି ପରିବା କ୍ଷେତ ସପ୍ତାହେ ଧରି ପାଣି ଭିତରେ ବୁଡ଼ି ରହି ନଷ୍ଟ ହୋଇଯାଇଛି ।

ବାଲେଶ୍ୱର ରହରରେ ଏକ ପରିବା ଦୋକାନର ଦୃଶ୍ୟ

ବାଲେଶ୍ୱର ରହରରେ ଏକ ପରିବା ଦୋକାନର ଦୃଶ୍ୟ

  • News18 Odia
  • Last Updated :
  • Share this:
News18 Odia Digital

ବାଲେଶ୍ୱର: ଜିଲ୍ଲାର ସବୁ ସ୍ଥାନରେ ଅହେତୁକ ଭାବେ ବୃଦ୍ଧି ପାଇଛି ପନି ପରିବା ଦର । କିଛି ଦିନ ହେବ ଆଳୁ ଚଢ଼ା ଦରରେ ବିକ୍ରି ହେଉଛି । ୩୦ ଟଙ୍କା କିଲୋ ପ୍ରତି ଆଳୁ ବିକ୍ରି ହେଉଥିବା ବେଳେ ଏବେ ପନି ପରିବା ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡ ବିନ୍ଧା ପାଲଟିଛି । ବାଇଗଣ ୮୦ ଟଙ୍କାକୁ ପୋଟଳ ବି ୮୦ ଟଙ୍କା, କଲରା ୬୦ ଟଙ୍କା ତ ବିଲାତି ୫୦ ଟଙ୍କା ।

ଦୁଇ ତିନୋଟି ପରିବା ଛାଡ଼ିଦେଲେ ପ୍ରାୟ ସବୁ ପରିବାର କିଲୋ ପ୍ରତି ଦାମ ୫୦ ଟଙ୍କା ଉପରେ ରହିଛି । ଫଳରେ ୨୦୦ ଟଙ୍କାର ପରିବା କିଣୁଥିବା ଗ୍ରାହକଙ୍କୁ ଏବେ ୫୦୦ ଟଙ୍କାର ପରିବା କିଣିବାକୁ ପଡୁଛି । ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି ବଜାରକୁ ଆବଶ୍ୟକତା ମୁତାବକ ପରିମାଣର ପରିବା ଆସୁନାହିଁ । ଯେତିକି ଆମଦାନୀ ହେଉଛି ସେହି ତୁଳନାରେ ଚାହିଦା ଅଧିକ ରହିଥିବାରୁ ଦର ବୃଦ୍ଧି ପାଇଛି ।

କିଛି ଦିନ ପୂର୍ବରୁ ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲା ଦେଇ ପ୍ରଭାବିତ ହେଉଥିବା ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଉପୁଜୁଥିଲା । ଫଳରେ ଅନେକ ପରିବା ଚାଷୀଙ୍କ ପନି ପରିବା ସପ୍ତାହେ ଧରି ପାଣି ଭିତରେ ବୁଡ଼ି ରହି ନଷ୍ଟ ହୋଇଯାଇଛି । ବାଲେଶ୍ୱର ସହରକୁ ମୁଖ୍ୟତଃ ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରୁ, ରେମୁଣା, ଭୋଗରାଇ, ଜଳେଶ୍ବର ଓ ବାଳିଆପାଳ ଆଦି ଅଞ୍ଚଳରୁ ଅଧିକ ପରିମାଣରେ ପରିବା ଆସିଥାଏ । ସୁବର୍ଣ୍ଣରେଖାରେ ବନ୍ୟା ଫଳରେ ଭୋଗରାଇ, ବାଳିଆପାଳ ଓ ଜଳେଶ୍ବରର ଅଧିକାଂଶ ଚାଷୀଙ୍କ ଚାଷ ଉଜୁଡ଼ି ଯାଇଛି ।

ଆହୁରି କିଛି ଦିନ ଏମିତି ଚଢ଼ା ଦର ଲାଗି ରହିପାରେ।


ବୁଢ଼ାବଳଙ୍ଗ ନଦୀରେ ଆସିଥିବା ବନ୍ୟା ଦ୍ୱାରା ରେମୁଣା ସଦରର ଚାଷୀ ପ୍ରଭାବିତ ହୋଇଛନ୍ତି । ସରକାରୀ ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମି ବନ୍ୟା ଦ୍ୱାରା ନଷ୍ଟ ହୋଇଛି । ତେଣୁ ବଜାରକୁ ଅବଶ୍ୟକ ପରିମାଣରେ ପନି ପରିବା ଆସୁନଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି ।   ଆଶା ଅଛି ଆଉ କିଛି ଦିନ ପରେ ବଜାରକୁ ଅଧିକ ପନି ପରିବା ଆମଦାନୀ ହେବ ଓ ଦର ଧୀରେ ଧୀରେ ଖସିବା ଆରମ୍ଭ କରିବ ।

ବନ୍ୟା ଆଳରେ ଅସାଧୁ ବ୍ୟବସାୟୀମାନେ କଳାବଜାରୀ କରିବାର ଆଶଙ୍କା ବୃଦ୍ଧି ପାଉଥିବରୁ ଏଥି ପ୍ରତି ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ ବୋଲି ବି ଦାବି ହେଉଛି ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ବର୍ତ୍ତମାନ ଯେଉଁ ପରିସ୍ଥିତି ହୋଇଛି ପରିବା କିଣିବା ସୁନା ଗହଣା କିଣିବା ଭଳି ପରିସ୍ଥିତି ହୋଇଯାଇଛି । ୫୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହେଉନାହିଁ । ବନ୍ୟା ପରେ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି ପରିବା ଦର । ବନ୍ୟା ପାଇଁ ପରିବା ଚାଷ ନଷ୍ଟ ହୋଇଥିବାରୁ ଦର ବଢୁଥିବା ଶୁଣିବାକୁ ମିଳୁଛି । ମାତ୍ର ଏଇ ବନ୍ୟା ଆଳରେ ଯେପରି କଳା ବଜାରୀ ନ ହୁଏ ସେଥି ପ୍ରତି ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ,’’ କହିଛନ୍ତି ଚିରଞ୍ଜୀବି ପାଣିଗ୍ରାହୀ ନାମକ ଜଣେ ଗ୍ରାହକ ।



ନୂଆ ବଜାରର ପରିବା ବ୍ୟବସାୟୀ ସନ୍ତୋଷ କୁମାର ସାହୁ କହିଛନ୍ତି, ‘‘ଦର ଏବେ ବଢ଼ିଛି । ଜହ୍ନି ଓ କାକୁଡ଼ି ଭଳି କିଛି ପରିବା ଛାଡ଼ିଦେଲେ ପ୍ରାୟ ବାକି ସବୁ ୫୦ରୁ ୮୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି । ଆମକୁ ଗୋଦାମରେ ଯେମିତି ଦାମରେ ମିଳୁଛି ଆମେ ସେମିତି ବିକିବାକୁ ବାଧ୍ୟ ହେଉଛୁ । ମୁଖ୍ୟତଃ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବନ୍ୟା ପାଇଁ ଏଭକି ସ୍ଥିତି ହୋଇଛି । ଆଗକୁ ଆହୁରି କିଛି ଦିନ ଏମିତି ଚଢ଼ା ଦର ଲାଗି ରହିପାରେ।’’
Published by:Anand Shankar Thankur Das
First published: