ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି: ପନିପରିବାର ଦାମ୍ ଶୀଘ୍ର କମିବ ବୋଲି RBI ଅନୁମାନ କରୁଛି

ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି: ପନିପରିବାର ଦାମ୍ ଶୀଘ୍ର କମିବ ବୋଲି RBI ଅନୁମାନ କରୁଛି

ମୁଦ୍ରା ନୀତି କମିଟିର ଏକ ବୈଠକ ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikant Das) କହିଛନ୍ତି ଯେ ନିକଟ ଭବିଷ୍ୟତରେ ପନିପରିବାର ଦର କମିପାରେ । ମୁଦ୍ରାସ୍ଫୀତି ଦର ୫.୨ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି ।

ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି: ପନିପରିବାର ଦାମ୍ ଶୀଘ୍ର କମିବ ବୋଲି RBI ଅନୁମାନ କରୁଛି
ଆର୍.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ; (ଡାହାଣ) ବାଲେଶ୍ୱରରେ ଏକ ପରିବା ଦୋକାନର ଦୃଶ୍ୟ
  • News18 Odia
  • Last Updated: February 5, 2021, 7:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଯୋଗୁଁ କଷ୍ଟ ଭୋଗୁଥିବା ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଅଛି । ପନିପରିବା ପାଇଁ ଆଉ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ନିକଟ ଭବିଷ୍ୟତରେ ପନିପରିବାର ଦର କମିପାରେ । ଶୁକ୍ରବାର ଦିନ ମୁଦ୍ରା ନୀତି କମିଟିର (MPC) ଏକ ବୈଠକ ପରେ ଆର୍‌.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikant Das) ଏହା କହିଛନ୍ତି ।

ଏହି ବୈଠକରେ ୨୦୨୦-୨୧ର ଚତୁର୍ଥ ତ୍ରୈମାସିକରେ ମୁଦ୍ରାସ୍ଫୀତି ହାରରେ (Inflation) ସଂଶୋଧନ କରାଯାଇଛି । ଆଗାମୀ ସମୟରେ ମୁଦ୍ରାସ୍ଫୀତି ଦର ୫.୨ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ମିଳିଲା ଶବ ବୁହାହୋଇଥିବା ସ୍କୁଟି; ରାକେଶର ମିଛଧରା ପରୀକ୍ଷା ହୋଇପାରେ

ଆର୍‌.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାସ୍ଫୀତି ଲକ୍ଷ୍ୟ ସ୍ଥିର କରିବାର ବ୍ୟବସ୍ଥା ଭଲ କାମ କରିଛି । ‘‘ମୁଦ୍ରା ନୀତି ଅନୁଯାୟୀ ତରଳତା (liquidity) ସମ୍ବନ୍ଧୀୟ ଆଭିମୁଖ୍ୟ ଉଦାରବାଦୀ ରହିଛି । ଆର୍‌.ବି.ଆଇ. ଏହା ନିଶ୍ଚିତ କରିବ ଯେ ସରକାରଙ୍କ ବଜାରରୁ ଋଣ ଉଠାଇବାର ଯୋଜନା କୌଣସି ପ୍ରତିବନ୍ଧକ ବିନା ଯେମିତି ଚାଲିବ,’’ କହିଛନ୍ତି ଦାସ ।

MPCର ଏହି ବୈଠକରେ ଏହା ବି ନିଷ୍ପତ୍ତି ନିଆଯାଇଛି ଯେ ରିଜର୍ଭ ବ୍ୟାଙ୍କ ୨୭ ମାର୍ଚ୍ଚ ୨୦୨୧ ସୁଦ୍ଧା ଧୀରେ ଧୀରେ ବ୍ୟାଙ୍କଗୁଡିକର ନଗଦ ରିଜର୍ଭ ଅନୁପାତକୁ (CRR) ୩.୫ ପ୍ରତିଶତକୁ ଫେରାଇ ଆଣିବ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ + ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ

ଆର୍‌.ବି.ଆଇ. ଗଭର୍ଣ୍ଣର କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମୁଦ୍ରା ନୀତିରେ ଉଦାରବାଦୀ ଆଭିମୁଖ୍ୟ ବଜାୟ ରଖାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୧୦.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଏବେ ମୁଦ୍ରାସ୍ଫୀତି ୪ ପ୍ରତିଶତର ସନ୍ତୋଷଜନକ ପରିସରକୁ ଆସିଯାଇଛି ।

ଉଲ୍ଲେଖନୀୟ କଥା ହେଉଛି MPCର ଶେଷ ତିନୋଟି ବୈଠକ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସମ୍ପ୍ରତି ରେପୋ ହାର (repo rate) ସର୍ବନିମ୍ନ ସ୍ତର ୪ ପ୍ରତିଶତ ରହିଛି । ଓଲଟା ରେପୋ ହାର (reverse repo rate) ମଧ୍ୟ ୩.୩୫ ପ୍ରତିଶତ ଅଛି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତାଉପରେ ଖଣ୍ଡାରେ ଆକ୍ରମଣ କଲେ

ରିଜର୍ଭ ବ୍ୟାଙ୍କ ଗତ ଥର ୨୨ ମଇ ୨୦୨୦ରେ ନୀତିଗତ ଦରରେ ସଂଶୋଧନ କରିଥିଲା । ସେହି ସମୟରେ କରୋନା ଭାଇରସ୍ (Coronavirus) କାରଣରୁ ଅର୍ଥନୀତିରେ ଚାହିଦା ବଢ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏମ୍‌.ପି.ସି. ବୈଠକକୁ ଅପେକ୍ଷା ନ କରି ହାର ହ୍ରାସ କରିଥିଲା ।



ଗତ ବର୍ଷ ଫେବୃଆରୀରୁ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୧.୧୫ ପ୍ରତିଶତ ହ୍ରାସ କରିଛି । ଛଅ-ଜଣିଆ ମୁଦ୍ରା ନୀତି କମିଟିର ଏହା ୨୭ତମ ବୈଠକ ଥିଲା । ଏଥିରେ ତିନି ଜଣ ବାହ୍ୟ ସଦସ୍ୟ – ଆଶିମା ଗୋୟଲ, ଜୟନ୍ତ ଆର୍‌. ବର୍ମା ଓ ଶଶାଙ୍କ ଭିଡ଼େ – ସଦସ୍ୟ ଅଛନ୍ତି ।
Published by: Anand Shankar Thankur Das
First published: February 5, 2021, 7:33 PM IST