କରୋନା ଓ ବନ୍ୟା ଯୋଗୁଁ ପରିବା ଦର କନ୍ଦାଉଛି; ଆହୁରି ମାସେ ରହିବ ଏମିତି ଉଞ୍ଚା ଦର

ରାଜଧାନୀ ଭୁବନେଶ୍ୱରକୁ ଦୈନିକ କର୍ଣ୍ଣାଟକ, ତାମିଲ ନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରୁ ମୋଟ ୫୦ ଟ୍ରକ ପରିବା ଆସେ । ଏବେ ବର୍ଷା ଓ ବନ୍ୟା ଯୋଗୁଁ ୧୦ରୁ ୧୫ ଟ୍ରକ୍ ଆସିୁଛି ।

ଭୁବନେଶ୍ୱରର ଏକ ପରିବା ମାର୍କେଟର ଦୃଶ୍ୟ

ଭୁବନେଶ୍ୱରର ଏକ ପରିବା ମାର୍କେଟର ଦୃଶ୍ୟ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ହାଟକୁ ଯାଉଛନ୍ତି ଗ୍ରାହକ । ହାତରେ ବ୍ୟାଗ ଅଛି । ଗୋଟିଏ ବଡ଼ ବ୍ୟାଗ ଫୁଲ ହେବା ପାଇଁ ଅତି କମରେ ୭୦୦ ଟଙ୍କା ଦରକାର । ନ ହେଲେ ବ୍ୟାଗ ଫୁଲ ହେବନି । କେବଳ ବେପାରୀଙ୍କୁ ରେଟ ପଚାରା ଯାଉଛି, ବେପାରୀଙ୍କ ମୁହଁରୁ ଯାହା ଶୁଣୁଛନ୍ତି ଗ୍ରାହକ ପରିବା କିଣିବେ କ’ଣ, ତା ବଦଳରେ ଆମିଷ କିଣି ଘରକୁ ଫେରୁଛନ୍ତି । ପରିବା କିଣି ଲୋକଙ୍କ ପକେଟ ଖାଲି ହୋଇଯାଉଛି । ହାତ ମାରି ହେଉନି ପରିବାରେ ।

କରୋନା ସଂକ୍ରମଣ ଓ ବନ୍ୟା ପରେ ଏବେ ପରିବା ଯନ୍ତ୍ରଣା ଲୋକଙ୍କୁ କନ୍ଦାଉଛି । ଯେଉଁ ପରିବାରେ ହାତ ମାରିବେ ସବୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କା ଉପରେ । ମାର୍କେଟରେ ଟମାଟୋ ଦର କିଲୋ ପିଛା ୬୦ ଟଙ୍କା, ସଜନା ଛୁଇଁ ୧୪୦ ଟଙ୍କା, ବିନ୍ସ ୧୪୦ ଟଙ୍କା, ଗାଜର ୪୦ ଟଙ୍କା, ଗୋଟା କୋବି ୬୦ ଟଙ୍କା, କାଙ୍କଡ ୬୦ ଟଙ୍କା, ପୋଟଳ ୧୦୦ ଟଙ୍କା, ଜହ୍ନି ୫୦ ଟଙ୍କା, ସାରୁ ୬୦ ଟଙ୍କା, ଭଣ୍ଡା ୩୦ ଟଙ୍କା ଓ ଭେଣ୍ଡି ୪୦ ଟଙ୍କା ।

ଗ୍ରାହକ କୈଳାଶ ପାତ୍ର କହିଛନ୍ତି, ‘‘ଗତ ୧୦ ଦିନ ହେବ ପରିବା ଦର ଏଭଳି ବଢିଛି ଯେ ଏଉ ଛୁଇଁ ହେଉନି । ବଡ଼ ପରିବାର ହୋଇଥିବାରୁ ଚଳାଇବା କଷ୍ଟକର ହୋଇପଡ଼ିଛି । ଆଗରୁ ପ୍ରତି ହାଟ ପାଳିରେ ୧୦ କିଲୋ ପରିବା ଘରକୁ ନେଉଥିଲି । ଏବେ ୨ କିଲୋରେ ସନ୍ତୁଷ୍ଟ ହେବାକୁ ପଡୁଛି ।’’

ଏହି ସମୟରେ ପରିବା ଦର ବଢ଼ିବାର ପ୍ରମୁଖ କାରଣ ହେଉଛି ବର୍ଷର ପ୍ରାୟ ଏହି ସମୟରେ ବନ୍ୟା ହୁଏ । ଫସଲ ନଷ୍ଟ ହୁଏ । ହୋଲେସେଲ ଓ ରିଟେଲ ଦାମ୍‌ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରୁହେ । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଓ ନିଜର ଅତି ଲାଭ କାରଣରୁ ଡବଲ ରେଟରେ ବିକନ୍ତି ବ୍ୟବସାୟୀମାନେ । ଦେଶୀ ବା ଲୋକାଲ ପରିବା ଚାଷ ନଷ୍ଟ ହୋଇଥାଏ, ଆଉ ବାହାରୁ ବି ଆସି ପାରେନି ବେଶୀ ପରିବା ।

ରାଜଧାନୀ ଭୁବନେଶ୍ୱରକୁ ଦୈନିକ ବେଙ୍ଗାଲୁରୁ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରୁ ମୋଟ ୫୦ ଟ୍ରକ ପରିବା ଆସେ । ସକାଳ ୬ରୁ ଦିନ ୨ଟା ଯାଏ ଗାଡ଼ିଗୁଡ଼ିକ ଏକ ନମ୍ବର ମାର୍କେଟରେ ଓ ସନ୍ଧ୍ୟା ୬ରୁ ଭୋର ୪ଟା ଯାଏ ଆଇଗିଣିଆରେ ଲାଗେ । ଏହା ହୋଲସେଲ ମାର୍କଟ ଥିବାରୁ ପୁରୀ, ଖୋର୍ଦ୍ଧା, ନୟାଗଡ, ବାଲୁଗାଁ ଓ କଟକକୁ ପରିବା ଯାଏ । ଯେଉଁ ୫୦ ଟ୍ରକ ପରିବା ଦୈନିକ ଆସୁଥିଲା ଏବେ ବର୍ଷା ଓ ବନ୍ୟା ଯୋଗୁ ୧୦ରୁ ୧୫ ଟ୍ରକ୍‌ ଆସିୁଛି । ରାଜଧାନୀକୁ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରରୁ ଆସେ ଦେଶୀ ପରିବା  ।

ଏହା ବି ପଢ଼ନ୍ତୁ | ରେଳବାଇର ବଡ଼ ଘୋଷଣା: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ; ୧୦ ତାରିଖରୁ ଆପଣ କରିପାରିବେ ବୁକିଂ

ଏହା ବି ପଢ଼ନ୍ତୁ | Teachers Day: ଏହି ଗୁରୁମାନେ ଯିଏ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ପରି ତାରକା ଟିମ୍ ଇଣ୍ଡିଆକୁ ଦେଇଛନ୍ତି

ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ‘‘ଏବେ ବନ୍ୟା ଯୋଗୁଁ ଚାଷ ଉଜୁଡ଼ିଛି । ଆଳୁ ଦର ଯେଉଁ କିଲୋ ପିଛା ୩୫ ଟଙ୍କା ଅଛି ତାହା ଡିସେମ୍ବର ଯାଏ ରହିବ । କାରଣ ବିହାର, ୟୁପି ଓ ଆସାମରେ ବନ୍ୟା ଯୋଗୁଁ ଅଧିକ ଆବଶ୍ୟକତା ଦୃଷ୍ଟିରୁ ପଶ୍ଚିମ ବଙ୍ଗରୁ ବାହାରୁଥିବା ଆଳୁର ଡିମାଣ୍ଡ ବେଶୀ ରହିଛି । ପରିବାର ଏମିତି ଉଞ୍ଚା ଦର ଆଉ ମାସେ ବା ଦେଢ ମାସ ଯାଏ ଲାଗି ରହିବ ।’’



ପରିବା ଦର ବଢ଼ିବାର ଅନ୍ୟ ଏକ କାରଣ ହେଉଛି ଅସାଧୁ ଓ ମନମୁଖୀ କାରବାର କରୁଥିବା ବେପରୀଙ୍କ ଉପରେ ରୋକ ଲାଗି ନ ପାରିବା । ସରକାର ନିରବ ଦ୍ରଷ୍ଟା ହୋଇ ରହିଛନ୍ତି । ଏମତି ବର୍ଷ ପରେ ବର୍ଷ ଗଡ଼ି ଚାଲିଛି, କିନ୍ତୁ ଏହାର କୌଣସି ସମାଧାନର ରାସ୍ତା ବାହାରି ପାରୁନି ।
Published by:Anand Shankar Thankur Das
First published: