ଅନୁଭବଙ୍କ ବର୍ଷା: ‘‘ଶେଷ ଜୀବନ ଥିବା ଯାଏ ମୁଁ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ’’

ପରିବାର ଲୋକଙ୍କ ସହ ଘରେ ଗଣେଶ ପୂଜା ସମୟର ଏକ ଭିଡିଓ ପୋଷ୍ଟ କରି ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗକୁ ନେଇ ପ୍ରଶ୍ନ କରିଛନ୍ତି ଅନୁଭବ। ବର୍ଷା ଏହାର ଉତ୍ତର ରଖିଛନ୍ତି ଓ ଲେଖିଛନ୍ତି: ‘‘ସବୁ ସହି ତାଙ୍କୁ ଅବାଟରୁ ଫେରାଇ ଆଣିବାର ବିଶ୍ବାସ ରହିଛି ।’’

ଅନୁଭବଙ୍କ ବର୍ଷା: ‘‘ଶେଷ ଜୀବନ ଥିବା ଯାଏ ମୁଁ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ’’
ଅନୁଭବଙ୍କ ଘରେ ଗଣେଶ ପୂଜା ସମୟରେ ବର୍ଷା (ଡାହାଣ)
  • News18 Odia
  • Last Updated: September 9, 2020, 12:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସେଲିବ୍ରେଟି ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଅଦଲାତରେ ପହଞ୍ଚିଥିଲେ ମଧ୍ୟ ଗୋଟିଏ ଛାତ ତଳେ ରହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲଢ଼େଇ ଆରମ୍ଭ କରିଛନ୍ତି ପତିପତ୍ନୀ । ନିଜକୁ ଠିକ୍‌ ଓ ଅନ୍ୟକୁ ଭୁଲ୍‌ ବୋଲି ଦର୍ଶାଇ ନିଜ ନିଜର ପକ୍ଷ ରଖିଛନ୍ତି ଏହି ଷ୍ଟାର ଦମ୍ପତି ।

ଅନୁଭବଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିଥିବା ପତ୍ନୀ ବର୍ଷାଙ୍କୁ ନେଇ ମଙ୍ଗଳବାର ଦିନ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ । ଏଥିରେ ସେ ବର୍ଷା ଅନୁଭବଙ୍କ ବାପା ଓ ମା’ଙ୍କ ସହିତ ପୂଜାରେ ବସିଥିବାର ଦେଖିବାକୁ ମିଳୁଛି । ଏକ ମିନିଟ ଦୁଇ ସେକେଣ୍ଡର ଏହି ଭିଡିଓରେ ପୂଜକଙ୍କ ସହିତ ତାଙ୍କ ଘରର ଅନ୍ୟ କିଛି ସଦସ୍ୟ ଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଭିଡିଓଟି ପୋଷ୍ଟ କରି ଅନୁଭବ ଲେଖିଛନ୍ତି: ‘‘ଏହି ଭିଡିଓ କ’ଣ କୌଣସି ପ୍ରକାରେ ଦର୍ଶାଉଛି ଯେ ମାନ୍ୟବର କେହି ଜଣେ ଘରେଇ ହିଂସାକୁ ସାମ୍ନା କରୁଛନ୍ତି!?!?!?!?!? । ମାନ୍ୟବର କେହି ଜଣେ ମୋ’ ପିତାମାତାଙ୍କ ଘରେ ମୋ’ର ମଧୁର ପରିବାର ସହିତ ଶ୍ରୀ ଗଣେଶ ଚତୁର୍ଥୀ ପାଳନ କରୁଛନ୍ତି ।’’



ଅନୁଭବ ପୋଷ୍ଟ କରିଥିବା ଗଣେଶ ପୂଜା ସମୟର ଭିଡିଓ

ସେପଟେ ଅନୁଭବଙ୍କ ଏହି ପୋଷ୍ଟ ଆସିବାର କିଛି ସମୟରେ ମଧ୍ୟରେ ବର୍ଷା ମଧ୍ୟ ନିଜ ନିରବତା ଭଙ୍ଗ କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡ଼ିଆରେ ଦୁଇ ପୃଷ୍ଠା ବିଶିଷ୍ଟ ଏକ ଚିଠି ପୋଷ୍ଟ କରିଛନ୍ତି । ଏଥିରେ ସେ ଅନେକ କଥା ଲେଖିବା ସହ ଅନୁଭବଙ୍କୁ କାଉଣ୍ଟର ମଧ୍ୟ କରିଛନ୍ତି ।

‘‘ଏଇଟା ମୋ’ ଶାଶୁ ଘର । ମୁଁ ଏହି ଘରକୁ ବାହା ହୋଇ ଆସିଛି । ଏଠି ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ରହିବାର ମୋର ଅଧିକାର ରହିଛି । ମୁଁ ମୋ’ ମା’ଙ୍କ ପାଖକୁ ଫେରିଯିବାର କୌଣସି ଅବକାଶ ନାହିଁ । ବର୍ତ୍ତମାନ ମୋ ସ୍ବାମୀ କହୁଛନ୍ତି ଏହା ମୋ’ର ବ୍ର୍ୟକ୍ତିଗତ ବ୍ୟାପାର, ରାଜନୈତିକ ନୁହେଁ । ତ ହେଲେ ନିଜ ଏମ.ପି. ପ୍ୟାଡ୍‌ରେ ପ୍ରେସ୍‌ ରିଲିଜ୍ କାହିଁକି କରିଛନ୍ତି? ଯଦି ମୋ’ ସ୍ବାମୀ ମୋତେ ବହୁତ ଭଲ ପାଆନ୍ତି ତା ହେଲେ ଦୀର୍ଘ ଦୁଇ ମାସ ହେଲା ମୋ’ ଦୁଇଟି ଯାକ ମୋବାଇଲ ନମ୍ବରକୁ ବ୍ଲକ କରିଛନ୍ତି କାହିଁକି?’’ ଲେଖିଛନ୍ତି ବର୍ଷା ।

ଉତ୍ତରରେ ବର୍ଷା ସାର୍ବଜନୀନ କରିଥିବା ନିଜ ମନର କଥା


‘‘ମୋ’ ସ୍ବାମୀ ଅବାଟକୁ ଚାଲିଯାଇଛନ୍ତି । ସବୁ ସହି ତାଙ୍କ ଅବାଟରୁ ଫେରାଇ ଆଣିବାର ବିଶ୍ବାସ ରହିଛି । ମୁଁ ମୋ’ ସ୍ବାମୀଙ୍କୁ ସବୁ ବେଳେ ଭଲ ପାଇଛି । ଶେଷ ଜୀବନ ଥିବା ଯାଏ ମୁଁ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ । ଏତେ ସବୁ ପରେ ମଧ୍ୟ ମୁଁ ଛାଡ଼ପତ୍ର ଚାହେଁ ନାହିଁ । ମୋ’ ବାହାଘର ବଞ୍ଚେଇବାକୁ ମୁଁ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି । ଗୋଟିଏ ପରେ ଗୋଟିଏ ପରକୀୟା ପ୍ରୀତି ପାଇଁ ମୁଁ କଷ୍ଟ ପାଇ ଚାଲିଥିଲେ ମଧ୍ୟ ବାହାଘରକୁ ଭାଙ୍ଗିବାକୁ ଦେବାକୁ ମୁଁ କେବେ ବି ଚାହେଁ ନାହିଁ,’’ ଲେଖିଛନ୍ତି ବର୍ଷା ।

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଖାରଜ ହେଲା; ସେ ୧୪ ଦିନ ଜେଲରେ ରହିବେ

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଅନୁଭବଙ୍କ ଗଣେଷ ପୂଜା ପୋଷ୍ଟର ମଧ୍ୟ ଜବାବ ରହିଛନ୍ତି ବର୍ଷା । ‘‘ଘରୋଇ ହିଂସା ସବୁ ଦିନ ଚବିଶ ଘଣ୍ଟା ହୋଇ ନ ଥାଏ । ବରଂ କିଛି କିଛି ଘଟଣାକୁ ନେଇ ହୋଇଥାଏ । ଦରକାର ପଡ଼ିଲେ ସେମିତି କିଛି ଘଟଣାର ପ୍ରମାଣ ମୁଁ କୋର୍ଟକୁ ଦେବି,’’ ନିଜ ଚିଠିରେ ଉଲେଖ କରିଛନ୍ତି ବର୍ଷା ।



ଏହାରି ଭିତରେ ବର୍ଷାଙ୍କ ଏତାଲା ପରେ ପୁରୀଘାଟ ପୋଲିସ ସୋମବାର ଦିନ ବର୍ଷାଙ୍କ ରୁମ ଭିତରକୁ ପଶି ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗରେ ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ସାହୁଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥାନାକୁ ଡାକି ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରି ଛାଡ଼ି ଦେଇଛି । ତେବେ ଏହି ଜେରାରୁ କଣ ମିଳିଲା ତାହା ଜଣା ପଡ଼ିନାହିଁ । ଜେରା ପରେ ପୋଲିସକୁ ସହଯୋଗ କରୁଛୁ ବୋଲି ଗଣ ମାଧ୍ୟମକୁ କହିଛନ୍ତି ସୁଜିତ ।
Published by: Anand Shankar Thankur Das
First published: September 9, 2020, 12:22 AM IST
corona virus btn
corona virus btn
Loading