ପୁଣି ଥରେ ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତାଲା ଦାୟର କଲେ ବର୍ଷା ପ୍ରିୟଦର୍ଶିନୀ

ନିଜ ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପିତାମାତାଙ୍କ ବିରୁଦ୍ଧରେ ବର୍ଷା ଦାୟର କରିଥିବା ଏହି ସଦ୍ୟ ମାମଲାରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ତାଙ୍କ କୋଠରୀର ବିଦ୍ୟୁତ ସଂଯୋଗକୁ କାଟି ଦିଆଯାଇଛି ।

ପୁଣି ଥରେ ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତାଲା ଦାୟର କଲେ ବର୍ଷା ପ୍ରିୟଦର୍ଶିନୀ
ଅନୁଭବ ମହାନ୍ତି; (ଡାହାଣ) ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (ଫାଇଲ୍ ଫଟୋ)
  • News18 Odia
  • Last Updated: March 17, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଲିଉଡର ଷ୍ଟାର୍‌ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଅଦାଲତ ବାହାରେ ମଧ୍ୟ ସେମାନଙ୍କ ବିବାଦ ଉତ୍କଟ ରୂପ ଗ୍ରହଣ କରିଛି । ଏହି କ୍ରମରେ ଅଭିନେତ୍ରୀ ବର୍ଷା ନିଜ ଶାଶୁଘର ଲୋକେ ପୁଣି ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ବୁଧବାର ଦିନ କଟକ ପୁରୀଘାଟ ଥାନାରେ ଏକ ଏତାଲା ଦେଇଛନ୍ତି ।

ବର୍ଷା ଥାନାରେ କରିଥିବା ଅଭିଯୋଗ ମୁତାବକ ନିଜ ଶାଶୁଘରେ ସେ ରହୁଥିବା କୋଠରୀରୁ ବିଦ୍ୟୁତ ସଂଯୋଗକୁ ଜାଣି ଶୁଣି କାଟି ଦିଆଯାଇଛି । ଫଳରେ ତାଙ୍କ ରୁମର କୌଣସି ବୈଦୁତିକ ଉପକରଣ କାମ କରୁନାହିଁ । ଏପରିକି ତାଙ୍କର ୱାଟର୍‌ ପ୍ୟୁରିଫାୟରଟି ମଧ୍ୟ କାମ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଶାଶୁ ଘର ଲୋକ ତାଙ୍କୁ ହଇରାଣ ଏପରି କରିଥିବା ସେ ନିଜ ଏତାଲାରେ ଉଲ୍ଲେଖ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ଏ ନେଇ ନ୍ୟୁଜ୧୮ ଡିଜିଟାଲ୍‌ ପକ୍ଷରୁ ବର୍ଷାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏ ସମ୍ପର୍କରେ କୌଣସି ମତାମତ ଦେବେ ନାହିଁ ବୋଲି କହିଥିଲେ । ତେବେ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଏହା ବର୍ଷାଙ୍କ ପ୍ରଥମ ଅଭିଯୋଗ ବା ଥାନାରେ ଦେଇଥିବା ଏତାଲା ନୁହେଁ । ସେ ଏହା ପୂର୍ବରୁ ଶାଶୁଘର ଲୋକଙ୍କ ନାଁରେ ପୁରୀଘାଟ ଥାନାରେ ମୋଟ ତିନିଟି ମାମଲା ଦାୟର କରିଛନ୍ତି ।

ପୁରୀଘାଟ ଥାନା


ପ୍ରଥମ ମାମଲାରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ କୋଠରୀ ମଧ୍ୟକୁ କିଛି ବ୍ୟକ୍ତି ବିନା ଅନୁମତିରେ ପ୍ରବେଶ କରିଥିଲେ ଓ ତାଙ୍କୁ ଧମକ ଦେଇଥିଲେ । ଦ୍ବିତୀୟ ମାମଲାରେ ସେ ଘରୁ ବହାରକୁ ଯାଇ ରାତିରେ ଫେରିବା ସମୟରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ତୃତୀୟ ମାମଲାରେ ଘରର ମରାମତି ଆଳ ଦେଖାଇ ତାଙ୍କୁ ଘରୁ ବହାରି ଯିବା ପାଇଁ କୁହାଯାଇଥିଲା ବୋଲି ସେ ଅଭିଯଓଗ କରିଥିଲେ । ବୁଧବାର ଦିନର ଅଭିଯୋଗକୁ ନେଇ ତାଙ୍କ ପକ୍ଷରୁ ଚତୁର୍ଥ ମାମଲା ଦାୟର ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ପୂର୍ବ ଓଲିଉଡ୍‌ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ସେହି ମାମଲାକୁ କଟକର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ୍‌ କୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା ୧୯ ତାରିଖ ଦିନ ଉଭୟ ପତିପତ୍ନୀ କଟକ ପରିବାର ଅଦାଲତରେ ହାଜର ହେବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ଏହି ସଦ୍ୟ ମାମଲାଟି ଏହି ଷ୍ଟାର୍‌ ଦମ୍ପତିଙ୍କ ଘରୋଇ କଳିକୁ ନେଇ ସାଧାରଣରେ ହେଉଥିବା ଆଲୋଚନାକୁ ପୁଣି ଖୋରାକ ଯୋଗାଇଛି ।
Published by: Anand Shankar Thankur Das
First published: March 17, 2021, 11:59 PM IST