ସେଲିବ୍ରିଟି ଦମ୍ପତି ବିବାଦ: ଅନୁଭବଙ୍କ ବିରୋଧରେ ଆଉ ଏକ ଏତଲା ଦାୟର କଲେ ବର୍ଷା

ଅଭିନେତା ତଥା ସାଂସଦ ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା। କଟକ ସାଇବର ଥାନାର ସେ ଏହି ଏତଲା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଅନୁଭବଙ୍କ ବିରୋଧରେ ଆଉ ଏକ ଏତଲା ଦାୟର କଲେ ବର୍ଷା

ଅନୁଭବଙ୍କ ବିରୋଧରେ ଆଉ ଏକ ଏତଲା ଦାୟର କଲେ ବର୍ଷା

  • Share this:
News18 Odia Digital

କଟକ: ଦିନକୁ ଦିନ ତୀବ୍ର ହେଉଛି ସେଲିବ୍ରିଟି ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ଅନୁଭବ ଭିଡ଼ିଓ ଜାରି କରିବା ପରେ ରବିବାର ଦିନ ପ୍ରଥମେ କଟକ ପୁରୀଘାଟ ଥାନାରେ ଏତଲା ଦାୟର କରିଥିବା ବର୍ଷା ପ୍ରିୟଦର୍ଶୀନି ବୁଧବାର ଦିନ ପୁଣି ଆଉ ଏକ ଏତଲା ଦାୟର କରିଛନ୍ତି। ଏଥର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ବର୍ଷା।

କଟକ ସାଇବର ଥାନାରେ ବର୍ଷା ଦାୟର କରିଥିବା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି, "କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଖରାପ ମନ୍ତବ୍ୟ ଓ ଅପମାନସୂଚକ ବାକ୍ୟର ବ୍ୟବହାର କରାଯାଉଛି। କିଛି ଲୋକ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ କରୁଛନ୍ତି। ସେହି ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’’

ସେପଟେ ବର୍ଷାଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ସାଇବର ଥାନା ପୋଲିସ। ଆଇପିସିର ଧାରା ୫୦୯ ଓ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ।
"ବର୍ଷା ପ୍ରିୟଦର୍ଶୀନି ଥାନାକୁ ଆସି ଏତଲା ଦେଇଛନ୍ତି। ତାଙ୍କ ଏତଲାଟି ପାଇବା ପରେ ମାମଲା ରୁଜୁ କରିଛୁ। ଏହା ପରେ ମାମଲାର ତଦନ୍ତ ଆରମ୍ଭ କରାଯିବ," କହିଛନ୍ତି କଟକ ସଇବର ଥାନାଧିକାରୀ ଚନ୍ଦ୍ରିକା ସ୍ବାଇଁ।

ତେବେ ବର୍ଷା ଏହି ଏତଲାରେ ଅନୁଭବଙ୍କ ନାଁ ଉଲ୍ଲେଖ କରି ନାହାଁନ୍ତି। ଯାହାକି ପ୍ରଥମ ଥର ଲାଗି ଘଟିଛି। କାରଣ ଏହାର ପୂର୍ବରୁ ବର୍ଷା ଦାୟର କରିଥିବା ୮ଟି ଏତଲା ଅନୁଭବ କିମ୍ବା ତାଙ୍କର ପରିବାର ଲୋକଙ୍କ ନାଁ ରହିଥିଲା। ତେବେ ଏହି ଏତଲାଟିରେ ଅନୁଭବ ନାଁ ନଥିଲେ ମଧ୍ୟରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଭିଡିଓ ଜାରି କରିଥିବାରୁ ପୋଲିସର ଅନୁଭବଙ୍କୁ ନିଜର ତଦନ୍ତ ପରିସରକୁ ଆଣିପାରେ।

ଏହାରି ଭିତରେ ଅନୁଭବଙ୍କ ଦୁଇ ଦୁଇଟି ପିଟିସନର ଶୁଣାଣି କଟକ ଏସ.ଡି.ଜେ.ଏମଙ୍କ କୋର୍ଟରେ ହୋଇଥିବା ବେଳେ ନିଜ ନିଷ୍ପତ୍ତିକୁ ସଂଗ୍ରକ୍ଷିତ ରଖିଛନ୍ତ କୋର୍ଟ। ଅନୁଭବଙ୍କ ପୈତୃକ ଘର ଛାଡ଼ି ବର୍ଷା ଅନ୍ୟତ୍ର ରୁହନ୍ତୁ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଅନୁଭବଙ୍କ ପକ୍ଷରୁ ଗୋଟିଏ ପିଟିସନ ଦୟାର କରଯାଇଥିବା ବେଳେ ଅନ୍ୟ ଏକ ମାମଲାରେ ବର୍ଷା ନିଜର ଇନକମ ପ୍ରୁଫ୍ ଦିଅନ୍ତୁ ବୋଲି ଅନୁଭବ ଆଉ ଏକ ଆବେଦନ କରିଥିଲେ।
Published by:Lipina Das
First published: