ନାରୀତ୍ବକୁ ଅସମ୍ମାନ: ଏତଲା ରୂପରେ ଅନୁଭବଙ୍କ ଭିଡି଼ଓର ଜବାବ ରଖିଲେ ବର୍ଷା

ଦିଲ୍ଲୀ ବାନ୍ଧବୀ ମୋ ଡିଭୋର୍ସର କାରଣ । ଭିଡ଼ିଓରେ ମୋ ଚରିତ୍ର ସଂହାର କରାଯାଉଛି । ମୋ ନାରୀତ୍ୱକୁ ଅସମ୍ମାନ କରାଯାଉଛି ବୋଲି ବର୍ଷା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ।

ପୁରୀ ଘାଟ ଥାନାରେ ଏତଲା ଦେଲେ ବର୍ଷା (ପ୍ରତୀକାତ୍ମକ ଛବି)

ପୁରୀ ଘାଟ ଥାନାରେ ଏତଲା ଦେଲେ ବର୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବ ବିବାଦ ମାମଲାରେ ପୁଣି ଆସିଲା ଆଉ ଏକ ଟୁଇଷ୍ଟ । ସ୍ବାମୀ ଅନୁଭବଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଆଉ ଏତାଲା ଦାୟର କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶୀନି। ଅନୁଭବ ଲଗାତାର ଦୁଇ ଦୁଇଟି ଭିଡ଼ିଓ ଜାରି କରି ନିଜର ଦାମ୍ପତ୍ୟ ଜୀବନ ତଥା ବର୍ଷାଙ୍କ ସହିତ ତାଙ୍କ ତିକ୍ତ ସମ୍ପର୍କ ବାବଦରେ ସର୍ବସାଧାରଣରେ ବୟାନ ଜାରି କରିବା ପରେ ଏତାଲା ମାଧ୍ୟମରେ ଏହାର ପାଲଟା ଜବାବ ରଖିଛନ୍ତି ବର୍ଷା ।

ନିଜ ଏତାଲାରେ ବର୍ଷା ଉଲେଖ କରିଛନ୍ତି କି ମାମଲା କୋର୍ଟରେ ବିଚରାଧୀନ ଥିବା ବେଳେ ଅନୁଭବ କୋର୍ଟରେ ଅବମାନନା କରି ତାଙ୍କୁ ଅଭିଯୁକ୍ତ ସଜେଇ, ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରି ଅନୁଭବ ଭିଡିଓ କରି ବିଗିଡ଼ିଥିବା ନିଜର ସାମାଜିକ ଛବିକୁ ବଦଳେଇବା ପାଇଁ ଚେଷ୍ଟା କରୁଛନ୍ତି । ଭିଡ଼ିଓ ମାଧ୍ୟମରେ ଅନୁଭବ ତାଙ୍କ ନାରୀତ୍ବକୁ ଆଘାତ ଦେବା ସହ ତାଙ୍କୁ ଅପମାନିତ କରି, ଚରିତ୍ର ସଂହାର କରି ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ଛଡ଼ାଇ ନେବା ପାଇଁ ଉଦ୍ୟମ କରୁଥିବା କଥା ଏତାଲାରେ କହିଛନ୍ତି ବର୍ଷା । ଏହା ସହିତ ଅନୁଭବ ନିଜ ସମର୍ଥକମାନଙ୍କୁ ଏକାଠି କରି ତାଙ୍କ ବିରୁଦ୍ଧରେ ଅତି ନିମ୍ନମାନର କଥା କହି ସମାଜରେ ତାଙ୍କ ବାବଦରେ ସମ୍ପୂର୍ଣ୍ଣ ମିଥ୍ୟା ଧାରଣା ସୃଷ୍ଟି କରୁଥିବା ନିଜ ଏତଲାରେ ଉଲେଖ କରିଛନ୍ତି ବର୍ଷା ।

ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ନାଁ ନ ନେଇ ତାଙ୍କୁ ନିଜ ଡିଭୋର୍ସର କାରଣ ବୋଲି ଏତାଲାରେ ଦର୍ଶାଇଛନ୍ତି ବର୍ଷା । "ମୋର ବାପା ଭାଇ କେହି ନ ଥିବାର ସୁଯୋଗ ନେଇ ନିଜ କ୍ଷମତା, ବଳ ଓ ଅର୍ଥର ପ୍ରୟୋଗ କରି ( ଦିଲ୍ଲୀରେ ଥିବା ତାଙ୍କ ବାନ୍ଧବୀ ଯିଏ କି ମୋ ଡିଭୋର୍ସର କାରଣ) ମୋତେ ଓ ମୋର ପରିବାରକୁ ବଦନାମ କରି ଆମର ଅପରୁଣୀୟ କ୍ଷତି ଘଟାଇ ଚାଲିଛନ୍ତି," ଏତଲାରେ ଲେଖିଛନ୍ତି ବର୍ଷା।

ଏହା ବ୍ୟତୀତ ୨୦୨୦ ମସିହା ଜୁଲାଇ ମାସ ୭ ତାରିଖ ରାତି ୧୧ଟା ରେ ମୋ ସ୍ବାମୀ ଏକ ବଣ୍ଡ ପେପରରେ ଦସ୍ତଖତ କରିବା ପାଇଁ ଅନୁଭବ ତାଙ୍କୁ କହିଥିଲେ । ଯେଉଁଥିରେ କି ଫିଲ୍ମ ଲାଇନ ଛାଡ଼ିବା ସହ ରାଜନିତିରେ ଯୋଗ ନ ଦେବା , ସମାଜସେବା ନ କରିବା, କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ନ ଦେବା, ୨୪ ଘଣ୍ଟା ଘରେ ରହିବା ଓ ବାପ ଘର ଲୋକଙ୍କ ସହ ସମ୍ପର୍କ ନ ରଖିବା ସର୍ତ୍ତ ଥିଲା । ତେବେ ସବୁ ସର୍ତ୍ତରେ ବର୍ଷା ରାଜିଥିଲେ ମଧ୍ୟ ବାପଘର ଲୋକଙ୍କ ସହ ସମ୍ପର୍କ ନେଇ ଥିବା ସର୍ତ୍ତକୁ ବାଦ ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଅନୁଭବ ଏଥିରେ ରାଜି ନ ହୋଇ ଛାଡ଼ ପତ୍ର ଦେବା ଆବେଦନ କରିଥିବା ବର୍ଷା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ।

ଏହା ସହ ଏହି ଭଳି ଭିଡ଼ିଓ ତାଙ୍କର ସମ୍ମାନ ହାନୀ କରୁଥିବାରୁ ସେହି ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ମିଥ୍ୟା ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।
Published by:Soumya Das
First published: