ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା; ଆରମ୍ଭ ହେଲା ବର୍ଷାଙ୍କ ଜେରା

ସୋମବାର ବର୍ଷାଙ୍କ ପକ୍ଷରୁ କୋର୍ଟରେ କିଛି ଫଟୋ ଓ କାଗଜପତ୍ର ଦାଖଲ କରାଯାଇଛି। ହେଲେ ମାମଲା ଦାୟର ହେବାର ତିନି ବର୍ଷ ପରେ ଏହି ସବୁ ଦସ୍ତାବିଜ ଦାଖଲ କରିବାକୁ ନେଇ ଆପତ୍ତି ଉଠାଇଲେ ଅନୁଭବଙ୍କ ଓକିଲ।

ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା

ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ସୋମବାର ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକର ପରିବାର ଅଦାଲତରେ ହୋଇଛି। ଏହି ଅବସରରେ ଉଭୟ ବର୍ଷା ଓ ଅନୁଭବ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ତେବେ କୋର୍ଟ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟରେ ବର୍ଷାଙ୍କର ସାକ୍ଷଗ୍ରହଣ ଆରମ୍ଭ କରାଯାଇଥିଲା।

ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା ବର୍ଷାଙ୍କୁ ଜେରା କରିଥିଲେ। ବର୍ଷାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା। ଏପରିକି କେବେ ବିବାହ ହୋଇଥିଲା? କଣ ପାଇଁ ଉଭୟଙ୍କ ମଧ୍ୟରେ ମନୋମାଳିନ ହେଲା? ବିବାହର କେତେ ଦିନ ପରେ ମୋମାଳିନ୍ୟ ଆରମ୍ଭ ହୋଇଥିଲା? ଏହାକୁ ଦୂରକରିବା ପାଇଁ କି କି ପ୍ରକାର ପଦକ୍ଷେପ ନିଆଯାଇଥିଲା ଇତ୍ୟାଦି।

ତେବେ ଆଜି ବର୍ଷାଙ୍କ ପକ୍ଷରୁ କୋର୍ଟରେ କିଛି ଫଟୋ ଓ କାଗଜପତ୍ର ଦାଖଲ କରାଯାଇଛି। ହେଲେ ମାମଲା ଦାୟର ହେବାର ତିନି ବର୍ଷ ପରେ ଏହି ସବୁ ଦସ୍ତାବିଜ ଦାଖଲ କରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଅନୁଭବଙ୍କ ପକ୍ଷ। ଫଳସ୍ବରୁପ ଏହା ଉପରେ ଆପତ୍ତି ଉଠାଇଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା।

ବର୍ଷାଙ୍କୁ ଜେରା କରିବା ପାଇଁ ଅନୁଭବଙ୍କ ଓକିଲଙ୍କୁ କୋର୍ଟ ତିନି ଦିନ ସମୟସୀମା ପ୍ରଦାନ କରିଥିଲେ। ମାତ୍ର ଅନୁଭବଙ୍କ ଓକିଲ ଆସନ୍ତାକାଲି ଅନୁପସ୍ଥିତ ରହୁଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ। ଏହା ପରେ କଟକ ପରିବାର ଅଦାଲତ ଆସନ୍ତା ନଭେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ତେବେ ଆଜି ଅନୁଭବ ଓକିଲଙ୍କ ସମସ୍ତ ପ୍ରଶ୍ନ ବର୍ଷା ସଠିକ ଭାବରେ ଦେଇଥିବା ପ୍ରତିପକ୍ଷ ଓକିଲ କହିଛନ୍ତି।

"ମାମଲା ଆରମ୍ଭ ହେବାର ତିନି ଚାରି ବର୍ଷ ପରେ ଏବେ ବର୍ଷାଙ୍କ ପକ୍ଷରୁ କିଛି କାଗଜପତ୍ର ଦାଖଲ କରାଯାଇଛି। ଏତେ ଦିନ ପରେ ବର୍ଷାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏହି ସବୁ କାଗଜପତ୍ର ଗ୍ରହଣ ଯୋଗ୍ୟ ବା ନୁହେଁ ତାହା କୋର୍ଟ ନିର୍ଦ୍ଧାରଣ କରିବେ," କହିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା।

ଆଜି ପରିବାର କୋର୍ଟରେ ବର୍ଷାଙ୍କ ଶୁଣାଣି ଆରମ୍ଭ ହୋଇଯାଇଛି। କୋର୍ଟଙ୍କୁ ପ୍ରମାଣ ଦେବା ସହ ସତ୍ୟ ପ୍ରଦାନ କରିବା ପାଇଁ ବର୍ଷା ବହୁତ ଦିନରୁ ଅପେକ୍ଷା କରିଥିଲେ। ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଯାହା ଯାହା ପ୍ରଶ୍ନ କରିଥିଲେ ବର୍ଷା ତା'ର ଠିକ ଠିକ ଉତ୍ତର ଦେଇଛନ୍ତି। ଅନୁଭବଙ୍କ ଘରର ଚାବି ପ୍ରଦାନ ପାଇଁ କୋର୍ଟ ଆସନ୍ତା ୨ ତାରିଖ ଧାର୍ଯ୍ୟ କରିଛନ୍ତି। ସେହି ଦିନ ଅନୁଭବଙ୍କ ଓକିଲଙ୍କୁ ବର୍ଷା ଘରର ଚାବି ପ୍ରଦାନ କରିବେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ।
Published by:Lipina Das
First published: