ମୋ ଜୀବନ ପଛେ ନର୍କେ ପଡିଥାଉ ଶାଶୂ ଶ୍ବଶୁର ଉଦ୍ଧାର ହୁଅନ୍ତୁ; ବର୍ଷା ଦାଖଲ କରିଥିବା ପତ୍ରରେ ଉଲ୍ଲେଖ

"ମୋ ଜୀବନ ପଛେ ନର୍କେ ପଡିଥାଉ ଶାଶୂ ଶ୍ବଶୁର ଉଦ୍ଧାର ହୁଅନ୍ତୁ"। କିଛି ଏଭଳି ଲେଖି ନିଜ ଆଡୁ ଘର ଛାଡିବା ପାଇଁ କୋର୍ଟରେ ମେମୋ ଦାଖଲ କରିଥିବା ପତ୍ରରେ ଉଲ୍ଲେଖ ରହିଛି।

ବର୍ଷା-ଅନୁଭବ ବିବାଦ (ପ୍ରତୀକାତ୍ମକ ଛବି)

ବର୍ଷା-ଅନୁଭବ ବିବାଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: "ମୋ ଜୀବନ ପଛେ ନର୍କେ ପଡିଥାଉ ଶାଶୂ ଶ୍ବଶୁର ଉଦ୍ଧାର ହୁଅନ୍ତୁ"। କିଛି ଏଭଳି ଲେଖି ବର୍ଷା ନିଜ ଆଡୁ ଘର ଛାଡିବା ପାଇଁ କୋର୍ଟରେ ମେମୋ ଦାଖଲ କରିଥିବା ପତ୍ରରେ ଉଲ୍ଲେଖ ରହିଛି ବୋଲି କୁହାଯାଉଛି।

ବର୍ଷା ନିଜ ଶଶୁର ଘର ଛାଡିବା ପ୍ରସଙ୍ଗରେ ବର୍ଷାଙ୍କ ଟିମ ସ୍ପଷ୍ଟୀକରଣ ରଖିଛନ୍ତି। ଶ୍ବଶୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘର ଛାଡିବା ପାଇଁ ବର୍ଷା ଏଭଳି ନିଷ୍ପତ୍ତି ନେଇଛନ୍ତି। ଶ୍ବଶୁର ଘର ଖାଲି କରି ଅନ୍ୟତ୍ର ଯିବା ପାଇଁ କୋର୍ଟକୁ ଏକ ମାସର ସମୟ ମାଗିଥିବା କଥା କହିଛି ବର୍ଷାଙ୍କ ଟିମ।

କେବଳ ସେତିକି ନୁହେଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା 30 ଦିନ ମଧ୍ୟରେ ସେ ରହିଆସୁଥିବା ଅନୁଭବଙ୍କ କଟକ ନନ୍ଦି ସାହି ସ୍ଥିତ ପୈତୃକ ଘର ଛାଡ଼ିବେ ବୋଲି ବର୍ଷା କୋର୍ଟଙ୍କୁ ଅଣ୍ଡର ଟେକିଂ ଆକାରରେ ଲିଖିତ ଭାବେ ମଧ୍ୟ ଜଣାଇଛନ୍ତି । ଫଳସ୍ୱରୂପ ଆସନ୍ତା ଅକ୍ଟୋବର ମାସ ପୂର୍ବରୁ ବର୍ଷା ଅନୁଭବଙ୍କ ଘର ଛାଡ଼ି ନୂଆ ଏକ ଠିକଣାକୁ ଯିବେ ବୋଲି ଆଲୋଚନା ହେଉଛି ।

ଶାଶୂଘର ଛାଡ଼ିବା ନେଇ SDJM କୋର୍ଟଙ୍କ ନିର୍ଦ୍ଦେଶ କାଏମ। ଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା। ଆଗରୁ SDJM ଏହି ପ୍ରସଙ୍ଗରେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ। ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ କରିଥିଲେ। ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ। ଏସଡିଜିଏମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ ବର୍ଷା ।
Published by:Soumya Das
First published: