ବର୍ଷାଙ୍କ ମ୍ୟୁଜିକ୍ ଭିଡ଼ିଓ ‘କିଛି ମାଗୁନାହିଁ ତତେ’ ରିଲିଜ୍ ହେଲା; ଆଦିବାସୀ ଝିଅ ନମିତା ଗାଇଛନ୍ତି ଗୀତ

ଓଡ଼ିଶାର ରାନୁ ମଣ୍ଡଳ ଭାବେ ପରିଚିତ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସୋସିଆଲ ମିଡ଼ିଆରେ ନମିତାଙ୍କ କଣ୍ଠ ଶୁଣି ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବର୍ଷାଙ୍କ ମ୍ୟୁଜିକ୍ ଭିଡ଼ିଓ ‘କିଛି ମାଗୁନାହିଁ ତତେ’ ରିଲିଜ୍ ହେଲା; ଆଦିବାସୀ ଝିଅ ନମିତା ଗାଇଛନ୍ତି ଗୀତ
ମ୍ୟୁଜିକ୍ ଭିଡିଓରେ ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗ କିଶୋର କିଶୋରୀମାନଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ।
  • News18 Odia
  • Last Updated: January 5, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ଵାଦର ମ୍ୟୁଜିକ ଭିଡିଓ 'କିଛି ମାଗୁନାହିଁ ତତେ' ମୁକ୍ତିଲାଭ କରିଛି । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡ଼ିତା ପ୍ରମୋଦିନୀ ଓ ଦୃଷ୍ଟିବାଧିତ ଓ  ଦିବ୍ୟାଙ୍ଗମାନେ । କିଛି ଦିନ ତଳେ ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ ଭାଇରାଲ ହେଇଥିଲା । ଆଉ ଏବେ ଏହାର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଗୀତଟିକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ ପସନ୍ଦ କରିବା ଆରମ୍ଭ କରିଛନ୍ତି ।

କିଛି ଦିନ ତଳେ ଓଡ଼ିଶାର ରାନୁ ମଣ୍ଡଳ ଭାବେ ପରିଚିତ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସୋସିଆଲ ମିଡ଼ିଆରେ ନମିତାଙ୍କ କଣ୍ଠସ୍ୱର ଶୁଣି ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରଖିବାକୁ ଯାଇ ପ୍ରାଥମିକ ପର୍ଯ୍ୟାୟରେ ନମିତାଙ୍କ କଣ୍ଠରେ ଏହି ଭଜନଟି ରେକର୍ଡ଼ କରାଯାଇଥିଲା । ଏହା ବେଶ ଲୋକପ୍ରିୟତା ହାସଲ କରିଥିଲା ।

ଏହା ବି ପଢ଼ନ୍ତୁ | ଶେଷରେ ରଣବୀର୍ କପୁର୍ କହିଲେ ସେ ଖୁବ୍ ଜଲ୍ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି

ରିଲିଜ ହୋଇଥିବା ଏହି ମ୍ୟୁଜିକ ଭିଡ଼ିଓର ନିର୍ଦ୍ଦେଶନା ଦେଇଛନ୍ତି  ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଗୀତ ରଚନା କରିଛନ୍ତି ବରିଷ୍ଠ ଗୀତିକାର ବିଜୟ ମଲ୍ଲ । ଏହାର ଷ୍ଟୁଡିଓ ଭର୍ସନକୁ ଯେପରି ଆଶାତୀତ ଭଲପାଇବା ମିଳିଥିଲା ତାକୁ ନଜ଼ରରେ ରଖି ‘ଓଡ଼ିବାବା ମ୍ୟୁଜିକ ଷ୍ଟୁଡିଓଜ' ଏହାର ଏକ ନିଆରା ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି କଟକ ସ୍ଥିତ ଆଶ୍ରୟ ସ୍କୁଲର ଦୃଷ୍ଟିବାଧିତ ତଥା ଦିବ୍ୟାଙ୍ଗ କିଶୋର କିଶୋରୀମାନେ ।

ଏହି ମ୍ୟୁଜିକ ଭିଡିଓର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ସାହୁ ।


ଏହି କିଶୋର କିଶୋରୀମାନେ ହେଲେ ସନ୍ଧ୍ୟାରାଣୀ, ଆଶା ବହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନୀ ରାଉଳ,  ଦୀପା ସହାୟ ଓ ଭାସ୍କର ସହାୟ । ଏହି ଦିବ୍ୟାଙ୍ଗ କିଶୋର କିଶୋରୀଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

ମ୍ୟୁଜିକ ଭିଡିଓର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ସାହୁ । କ୍ୟାମେରାରେ ଚନ୍ଦନ ଥିବାବେଳେ ସମ୍ପାଦନା କରିଛନ୍ତି ସରୋଜ ରାଉଳ । ପ୍ରସ୍ତୁତିରେ ବିଶେଷ ସହାୟତା କରିଛନ୍ତି କଟକ ସ୍ଥିତ ଆଶ୍ରୟ ସ୍କୁଲର ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଓ ସୁସ୍ମିତା ମ୍ୟାଡ଼ାମ । ଏହି ପ୍ରେରଣାଦାୟୀ ମ୍ୟୁଜିକ ଭିଡିଓଟି ବିଭିନ୍ନ ଟିଭି ଟ୍ୟାନେଲରେ ପ୍ରସାରିତ ହେବା ସହ ବର୍ଷାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି Viral Photos

‘‘ଏହି ମ୍ୟୁଜିକ ଭିଡ଼ିଓରେ ମୋ’ର ବହୁ ଦିନର ଆଗ୍ରହ ପ୍ରତିଫଳିତ ହୋଇଛି । ନମିତାଙ୍କ କଣ୍ଠରେ ଗୀତ ରେକର୍ଡ଼ିଂ ପରେ ଏହାକୁ ଲୋକେ ପସନ୍ଦ କରିଥିଲେ । ଏବେ ରିଲିଜ ହେବା ପରେ ଦର୍ଶକଙ୍କ ଦ୍ବାରା ଏହା ଅଧିକ ଆଦୃତ ହେବ ବୋଲି ମୋ’ର ଆଶା,’’ କହିଛନ୍ତି ଅଭିନେତ୍ରୀ ବର୍ଷା ।



ଏହି ମ୍ୟୁଜିକ ଭିଡିଓରେ ତାଙ୍କୁ ଅନେକ ଲୋକଙ୍କ ସହଯୋଗ ମିଳିଛି ବୋଲି ବି କହିଛନ୍ତି ଅଭିନେତ୍ରୀ । ‘‘ମୋତେ ଆଶ୍ରୟ ସ୍କୁଲର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ତରଫରୁ ସହଯୋଗ ମିଳିଛି । ସମସ୍ତଙ୍କ ପାଖରେ ମୁଁ କୃତଜ୍ଞ । ଆଗକୁ ଏଭଳି କିଛି ଭଲ ଉଦ୍ୟମ କରିବି,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: January 5, 2021, 5:09 PM IST
corona virus btn
corona virus btn
Loading