ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ଅନୁଭବ କରିଥିବା ଛାଡ଼ପତ୍ର ମାମଲା ଲଢ଼ିବାକୁ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି କହିଛନ୍ତି ବର୍ଷା । ଅନୁଭବଙ୍କ ଓକିଲ କହିଛନ୍ତି ବର୍ଷାଙ୍କ ପିଟିସନକୁ କଣ୍ଟେଷ୍ଟ କରାଯିବ ଓ ଅନୁଭବଙ୍କ ଉପରେ ହୋଇଆସୁଥିବା ‘‘ନିର୍ଯ୍ୟାତନା’’ ସୁପ୍ରିମ କୋର୍ଟକୁ ଜଣେଇଦିଆଯିବ ।

ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା
ଅତୀତର ଏକ ସୁଖଦ ମୁହୂର୍ତ୍ତରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ
  • News18 Odia
  • Last Updated: September 19, 2020, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଲିଉଡର ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ (Anubhav Mohanty and Varsha Priyadarshini) ମଧ୍ୟରେ ଚାଲିଥିବା ବୈବାହିକ ବିବାଦ ମାମଲା ଏବେ ସୁପ୍ରିମ କୋର୍ଟରେ (Supreme Court) ପହଞ୍ଚିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସ୍ବାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି (Kendrapara MP Anubhav Mohanty) କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ।

ଏହି ମାମଲା ଲଢ଼ିବାକୁ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି ନିଜ ଆବେଦନରେ କହିଛନ୍ତି ବର୍ଷା (Varsha Priyadarshini)। ତେଣୁ ମାମଲା କଟକ ଫ୍ୟାମିଲ କୋର୍ଟକୁ ସ୍ଥାନାନ୍ତର କରାଯିବା ପାଇଁ ସେ ଆବେଦନ କରିଛନ୍ତି । ଗତ ଜୁଲାଇ ମାସରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି (Anubhav Mohanty) ନିଜ ସ୍ତ୍ରୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ (Anubhav Varsha divorce petition) କରିଥିଲେ । ସେହି ମାମଲାର ଶୁଣାଣି ଅକ୍ଟୋବର ୭ରେ ହେବାକୁ ଅଛି ।

‘‘ବର୍ଷା ପ୍ରିୟଦର୍ଶିନୀଙ୍କ ତରଫରୁ ସୁପ୍ରିମ କୋର୍ଟରେ ଏକ ଟ୍ରାନ୍ସଫର ପିଟିସନ୍‌ ଫାଇଲ୍‌ ହୋଇଛି । ଆମେ ନିଜ କ୍ୟାଭିଏଟ୍‌ ପିଟିସନ୍‌ ଫାଇଲ୍‌ କରିଥିଲୁ । ମୁଁ ବର୍ଷାଙ୍କ ଟ୍ରାନ୍ସଫର୍‌ ପିଟିସନ୍‌ ପଢ଼ିନାହିଁ । ତାହା ଏବେ ଅଣ୍ଡର୍‌ ଡିଫେକ୍ଟ ଲିଷ୍ଟରେ ଅଛି । ତାହା ଆସିବା ପରେ ଆମେ ତାକୁ କଣ୍ଟେଷ୍ଟ କରିବୁ ଓ ମାନନୀୟ ସୁପ୍ରିମ କୋର୍ଟଙ୍କୁ ସତ୍ୟ ଜଣେଇବୁ,’’ କହିଛନ୍ତି ଅନୁଭବଙ୍କ ଦିଲ୍ଲୀରେ ଅବସ୍ଥାପିତ ଓକିଲ ଅଶ୍ୱିନୀ ଦୁବେ ।

ଅନୁଭବଙ୍କ ଦିଲ୍ଲୀରେ ଅବସ୍ଥାପିତ ଓକିଲ ଅଶ୍ୱିନୀ ଦୁବେ


ଦୁବେ ଆହୁରି କହିଛନ୍ତି: ‘‘ଆମେ ସୁପ୍ରିମ କୋର୍ଟଙ୍କୁ ଜଣେଇବୁ କେମିତି ବର୍ଷା ଗତ ସାତ ବର୍ଷ ହେଲା ଅନୁଭବଙ୍କୁ ନିର୍ଯ୍ୟାତନା ଦେଇଆସୁଛନ୍ତି, ତାଙ୍କ ବିବାହ ପୂରା (consummate) ହୋଇ ନାହିଁ ଓ ଅନୁଭବଙ୍କୁ ମାନସିକ ନିର୍ଯ୍ୟାତନା ମିଳିଆସୁଛି ।’’

ଦିଲ୍ଲୀର ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ଅନୁଭବ କରିଥିବା ଛାଡ଼ପତ୍ର ଆବେଦନରେ ସେ ଲେଖିଛନ୍ତି ଯେ ବର୍ଷା ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଉଛନ୍ତି । ବିବାହ ପରେ ଉଭୟ ମାତ୍ର ୧୮ ମାସ ଏକାଠି ରହିଥିଲେ, ହେଲେ ବର୍ଷାଙ୍କ ‘‘ଅସହଯୋଗ’’ ଯୋଗୁଁ ମିଶି ରହିବା ସମ୍ଭବ ନୁହେଁ ବୋଲି ସେହି ଆବେଦନରେ କହିଛନ୍ତି ଅନୁଭବ ।

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ


‘‘ବର୍ଷା ଜଣେ ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି’’ ବୋଲି ନିଜ ଛାଡ଼ପତ୍ର ଆବେଦନରେ କହିଛନ୍ତି ଅନୁଭବ । ହେଲେ କଟକ ଏସ୍‌.ଡି.ଜେ.ଏମ୍. କୋର୍ଟରେ ବର୍ଷା ଦାୟର କରିଥିବା ପିଟିସନରେ ଅଭିଯୋଗ କରିଛନ୍ତି ଯେ ଅନୁଭବ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ ।

ଏହା ବି ପଢ଼ନ୍ତୁ | NIAକୁ ବଡ଼ ସଫଳତା: ପଶ୍ଚିମ ବଙ୍ଗ ଓ କେରଳରୁ ଗିରଫ ହେଲେ ୯ ଜଣ ସନ୍ଦିଗ୍ଧ Al Qaeda ଆତଙ୍କୀ

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

କୋର୍ଟରେ ନିଜ ଆବେଦନରେ ବର୍ଷା ଅଭିଯୋଗ କରିଛନ୍ତି ଯେ ଅନୁଭବ ଜଣେ ମଦ୍ୟପ ଓ ଏମିତି କି ତାଙ୍କ ଉପସ୍ଥିତିରେ ଘରର ବେଡରୁମରେ ସାଙ୍ଗମାନଙ୍କ ସହ ବସି ସେ ମଦ ପିଅନ୍ତି । ଏହି ପିଟିସନରେ ବର୍ଷା ଅନୁଭବଙ୍କ ଠାରୁ ୧୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଏହା ଛଡ଼ା ସ୍ବାସ୍ଥ୍ୟ ସଂପର୍କିତ ଖର୍ଚ୍ଚ ପାଇଁ ମାଗିଛନ୍ତି ୨ କୋଟି ଟଙ୍କା ।



ବର୍ଷାଙ୍କ ପିଟିସନର ଶୁଣାଣି ପାଇଁ କଟକ ଏସଡିଜେଏମ କୋର୍ଟ ଅକ୍ଟୋବର ୧୨ ତାରିଖ ଧାର୍ଯ୍ୟ କରିଛନ୍ତି । ତା’ ଛଡ଼ା ଅକ୍ଟୋବର ୧୪ ତାରିଖରେ ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ମାମଲାର ଶୁଣାଣି ହେବ। କିନ୍ତୁ ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାୟର କରିଥିବା ଛାଡ଼ପତ୍ର ମାମଲା ଶୁଣାଣି ହେବ ।
Published by: Anand Shankar Thankur Das
First published: September 19, 2020, 5:21 PM IST
corona virus btn
corona virus btn
Loading