ଶାରୀରିକ ସମ୍ପର୍କ ବିଷୟରେ ଅନୁଭବଙ୍କ ଦାବିକୁ ମନଗଢ଼ା କାହାଣୀ ବୋଲି କହିଲେ ବର୍ଷାଙ୍କ ଓକିଲ

ବିବାହର ପ୍ରଥମ ରାତିରୁ ହିଁ ବର୍ଷା ଶାରୀରିକ ସମ୍ପର୍କ ରକ୍ଷା କରିବା ପାଇଁ ମନା କରିଥିଲେ ବୋଲି ଅନୁଭବ ନିଜ ପିଟିସନରେ କହିଛନ୍ତି । ହେଲେ ବିବାହର ପ୍ରଥମ ଦିନରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ।

ଶାରୀରିକ ସମ୍ପର୍କ ବିଷୟରେ ଅନୁଭବଙ୍କ ଦାବିକୁ ମନଗଢ଼ା କାହାଣୀ ବୋଲି କହିଲେ ବର୍ଷାଙ୍କ ଓକିଲ
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: September 7, 2020, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିଯୋଗ ମୁତାବକ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ କେବେ ବି ସ୍ଥାପିତ ହୋଇ ନ ଥିଲା । ବିବାହର ପ୍ରଥମ ରାତିରୁ ହିଁ ବର୍ଷା ଶାରୀରିକ ସମ୍ପର୍କ ରକ୍ଷା କରିବା ପାଇଁ ମନା କରିଥିଲେ ବୋଲି ନିଜ ଛାଡ଼ପତ୍ର ପିଟିସନରେ ଅନୁଭବ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ଅନୁଭବଙ୍କ ଅନୁସାରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ବର୍ଷା ତିନି ଚାରି ମାସ ସମୟ ମାଗିଥିଲେ । କିନ୍ତୁ ଏହି ସମୟରେ ମଧ୍ୟ ବର୍ଷା ତାଙ୍କୁ ଦାମ୍ପତ୍ୟ ସୁଖ ଦେଇ ପାରି ନ ଥିଲେ ଓ ଅନୁଭବ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଅନେକ ସମୟରେ ଚେଷ୍ଠା କରି ଥିଲେ ବି ତାହା ସମ୍ଭବ ହୋଇ ନ ଥିଲା ବୋଲି ସେ ନିଜ ପିଟିସନରେ କହିଛନ୍ତି । ଏହା ଅନୁଭବଙ୍କୁ ଖୁବ୍‌ ଦୁଖିତ କରିଥିଲା । ବର୍ଷା ଅନୁଭବଙ୍କ ସହ କେବେ ବି ସ୍ବାମୀ ଭଳି ବ୍ୟବହାର କରି ନ ଥିଲେ ଓ ସବୁ ବେଳେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସେ କହିଛନ୍ତି ।

ନିଜ ପିଟିସନରେ ଅନୁଭବ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ଷା ତାଙ୍କୁ ନିଜ ବାପ ଘର ଲୋକଙ୍କ ଆଗରେ ସବୁ ବେଳେ ଅପମାନିତ କରୁଥିଲେ । ଶାଶୁ ଘର ଲୋକଙ୍କ ସହ ସେ ମିଶୁ ନ ଥିଲେ ଓ ଅଧିକାଂଶ ସମୟ ବାପ ଘରେ ରହୁଥିଲେ ବୋଲି ଅନୁଭବ କହିଛନ୍ତି ।

୨୦୧୪ ଫେବୃଆରୀ ୮ ତାରିଖ ଦିନ ଉଭୟଙ୍କର ବିବାହ ହୋଇଥିଲା । ବାହାଘର ପରେ ମାତ୍ର ୧୮ ମାସ ସମୟ ଉଭୟ ପରସ୍ପର ସହିତ ରହିଥିଲେ । ଏହି ସମୟ ଅତି ଯନ୍ତ୍ରଣାଦାୟକ ଓ ତିକ୍ତ ଥିଲା ବୋଲି ଅନୁଭବ କହିଛନ୍ତି । ଏମିତି ଅନେକ ଅଭିଯୋଗ ପଟିଆଲା ହାଉସ କୋର୍ଟରେ ଦାୟର କରିଥିବା ପିଟିସନରେ ଉଲେଖ କରିଛନ୍ତି ଅନୁଭବ। ଏହି ବିବାହ ବିଚ୍ଛେଦ କରାଇବାକୁ ନିଜ ପିଟିସନରେ ପ୍ରାର୍ଥନା କରିଛନ୍ତି ସେ ।

ବର୍ଷା ପ୍ରିୟଦର୍ଶିନୀ (ଫାଇଲ୍ ଫଟୋ)


"ସେହି (ଅନବଭବଙ୍କ) ପିଟିସିନର ସବୁ ଠାରୁ ବଡ଼ କଥା ଏହା ଯେ ଯେବେ ଠାରୁ ବାହାଘର ହୋଇଛି ସେବେ ଠାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିନାହିଁ । ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଗୋଟିଏ ବଡ଼ ଗ୍ରାଉଣ୍ଡ କୌଣସି ଦମ୍ପତ୍ତିଙ୍କୁ ଅଲଗା ହେବା ପାଇଁ । ବର୍ଷା ଜଣେ ହିନ୍ଦୁ ସ୍ତ୍ରୀ ହୋଇ ବି ନିଜ ସ୍ବାମୀ ଓ ତାଙ୍କ ପରିବାର ପ୍ରତି ଥିବା ଦାୟିତ୍ବକୁ କେବେ ବି ପାଳନ କରିନାହାଁନ୍ତି,’’ କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ।

ବର୍ଷା ଅନୁଭବ ମହାନ୍ତିଙ୍କ ନାଁରେ କରିଥିବା ଅଭିଯୋଗଗୁଡ଼ିକ ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥାଇପରେ ବୋଲି ଦୁବେ କହିଛନ୍ତି । ‘‘ଏହି ମାମଲାର ଶୁଣାଣି ଆସନ୍ତା ଅକ୍ଟେବର ୭ ତାରିଖରେ ପଟିଆଲା ହାଉସ କୋର୍ଟରେ ହେବ । ଆମେ ଚାହୁଁଛୁ କେମିତି ଆପସ ବୁଝାମଣା ଜରିଆରେ ଉଭୟ ଅଲଗା ହୋଇ ଯାଆନ୍ତୁ,’’ ସେ କହିଛନ୍ତି ।

ହେଲେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଅନୁଭବଙ୍କ ପିଟିସନରେ ଉଲ୍ଲେଖ ଥିବା କଥାକୁ ‘‘ତାଙ୍କର ମନଗଢ଼ା କାହାଣୀ’’ ବୋଲି କହିଛନ୍ତି । ‘‘ବର୍ଷା ଯାହା ମୋତେ କହିଛନ୍ତି, ତାହା ଅନୁସାରେ ବିବାହର ପ୍ରଥମ ଦିନରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଛି । ତେଣୁ ଅନୁଭବ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ କପୋଳକଳ୍ପିତ । ପ୍ରଥମେ ଉଭୟଙ୍କ ସମ୍ପର୍କ ଥିଲା, କିନ୍ତୁ ଅନୁଭବଙ୍କର କଣ ଗୋଟିଏ ବକୃତ ମାସିକତା ଆସିଲା ଯାହା ଫଳରେ ସେ ଏହି ମାମଲା ଦାୟର କରିଛନ୍ତି,’’ କହିଛନ୍ତି ରଥ ।

ଓଲିଉଡର ଏହି ଲୋକପ୍ରିୟ ଯୁଗଳ ପରସ୍ପର ବିରୋଧରେ ମାମଲା ଦାୟର କରି ଆଇନଗତ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଗୋଟିଏ ପଟେ ବର୍ଷା ଅନୁଭବଙ୍କ ବିରୋଧରେ କଟକ ଏସ.ଡି.ଜେ.ଏମ. କୋର୍ଟରେ ଘରୋଇ ହିଂସା ଓ ଭରଣପୋଷଣର ମାମଲା ଦାୟର କରିଥିବା ବେଳେ ଅନ୍ୟ ପଟେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପ୍ରତ୍ର ମାମଲା ଦାୟର କରିଛନ୍ତି ।

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

ଏହା ବି ପଢ଼ନ୍ତୁ ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

‘‘ଘରୋଇ ହିଂସାର ଅଭିଯୋଗକୁ ପ୍ରମାଣ କରିବାକୁ ପଡ଼ିବ । ଏହା ଉପରେ ହିଁ ସବୁ କିଛି ନିର୍ଭର କରୁଛି । ତା’ ପରେ ଭରଣପୋଷଣ ବାବଦକୁ କେତେ ଅର୍ଥ ମିଳିବ ତା’ର ବିଚାର କୋର୍ଟ କରିବେ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସୌରୀ ମହାପାତ୍ର।



ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦୁଇ ପ୍ରସିଦ୍ଧ ସିନେ ଷ୍ଟାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢେଇର ଏହା ହେଉଛି ପ୍ରଥମ ପର୍ଯ୍ୟାୟ । ଏହି ମାମଲା ଆଗକୁ ଅନେକ ବାଟ ଯିବ ଏବଂ ଏଥିରେ ଅନେକ ନୂଆ ନୂଆ ଅଭିଯୋଗ ମଧ୍ୟ ସମାନାକୁ ଆସିବ ବୋଲି ମଧ୍ୟ କୁହାଯାଉଛି ।
Published by: Anand Shankar Thankur Das
First published: September 7, 2020, 3:51 PM IST
corona virus btn
corona virus btn
Loading