ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୃଷ୍ଟିହୀନ ମୁସଲିମ୍ ଗାୟକଙ୍କୁ ଜୀବନର ପ୍ରଥମ ଭଜନ ରେକର୍ଡ଼ କରିବା ସୁଯୋଗ ଦେଲେ ଅଭିନେତ୍ରୀ ବର୍ଷା

ଦୃଷ୍ଟିହୀନ ମୁସଲିମ୍ ଗାୟକଙ୍କୁ ଜୀବନର ପ୍ରଥମ ଭଜନ ରେକର୍ଡ଼ କରିବା ସୁଯୋଗ ଦେଲେ ଅଭିନେତ୍ରୀ ବର୍ଷା

ଦିବ୍ୟାଙ୍ଗ ଗାୟକ ଅବଦୁଲ ସମଦ୍ ନିଜାମୀ କିଛି ମାସ ତଳେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ତାକୁ ମୋବାଇଲ୍ ଫୋନରେ ରେକର୍ଡ଼ କରି ସୋସିଆଲ୍ ମିଡି଼ଆରେ ଛାଡି଼ବା ପରେ ତାହା ଭାଇରାଲ୍ ହୋଇଥିଲା ।

ଦୃଷ୍ଟିହୀନ ମୁସଲିମ୍ ଗାୟକଙ୍କୁ ଜୀବନର ପ୍ରଥମ ଭଜନ ରେକର୍ଡ଼ କରିବା ସୁଯୋଗ ଦେଲେ ଅଭିନେତ୍ରୀ ବର୍ଷା
ଭଜନ ରେକର୍ଡ଼ିଂ ସମୟରେ ଅବଦୁଲ ସମଦ୍ ନିଜାମୀଙ୍କ ସହ ବର୍ଷା ପ୍ରିୟଦର୍ଶିନୀ
  • News18 Odia
  • Last Updated: April 10, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଏବେ ବି ଥମି ନ ଥିବା ବେଳେ ପୁଣି ଥରେ ନିଜ ସମାଜସେବା କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବର୍ଷା । ଜଣେ ଦୃଷ୍ଟିହୀନ ମୁସଲମାନ ଗାୟକଙ୍କୁ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଜଗନ୍ନାଥଙ୍କ ଭଜନ ରେକର୍ଡ଼ କରାଇବାରେ ସହଯୋଗ କରିଛନ୍ତି ସେ ।

ବହି ଉପରୁ ମୁହଁ ଫେରାଇ ନେଉଥିବା ଲୋକଙ୍କୁ ବହିମନସ୍କ କରାଇବା ଉଦ୍ଦେଶ୍ୟରେ କିଛି ମାସ ତଳେ କୋଭିଡର ପ୍ରଥମ ଲହରୀ ଭିତରେ ବର୍ଷା ଆରମ୍ଭ କରିଥିଲେ ପାଠାଗାର ଆନ୍ଦୋଳନ। ଚର୍ଚ୍ଚିତ ଦାସିଆ ଅଜାଙ୍କ ପାଠାଗାରକୁ ପ୍ରତି ଗାଁକୁ ନେବାକୁ ଉଦ୍ୟମ କରି ସେ ଆସିଥିଲେ ଚର୍ଚ୍ଚାକୁ । ଏବେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭିନ୍ନକ୍ଷମ ଗାୟକଙ୍କୁ ପରିଚିତି ଦେବା ପାଇଁ ଉଦ୍ୟମ କରିଛନ୍ତି ସେ । ସେହି ଦୃଷ୍ଟିହୀନ ଗାୟକଙ୍କୁ ତାଙ୍କ ଜୀବନର ଆଶା ପୂରଣ କରିବା ପାଇଁ ସୁଯୋଗ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବର୍ଷା ।

ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ

ଏହି ଦିବ୍ୟାଙ୍ଗ ଗାୟକ ଅବଦୁଲ ସମଦ୍‌ ନିଜାମୀଙ୍କୁ ସମସ୍ତେ ‘ସାମ ସାର୍‌’ ବୋଲି ଜାଣନ୍ତି । କିଛି ମାସ ତଳେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ତାକୁ ମୋବାଇଲ୍‌ ଫୋନରେ ରେକର୍ଡ଼ କରି ବିଭିନ୍ନ ସୋସିଆଲ୍‌ ମିଡି଼ଆରେ ଛାଡି଼ବା ପରେ ତାହା ଭାଇରାଲ୍‌ ହୋଇଥିଲା । ସେହି ଗୀତଟି ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ନିଜାମୀଙ୍କ ସହ କଥା ହୋଇ ତାଙ୍କୁ ତାଙ୍କ କରିୟରର ପ୍ରଥମ ଗୀତ ରେକର୍ଡ଼ କରାଇବାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଅବଦୁଲ ସମଦ୍ ନିଜାମୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ (ବାମ)


ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

‘‘ସୋସିଆଲ୍‌ ମିଡି଼ଆରେ ସାମ ସାରଙ୍କ ଗୀତ ପ୍ରଥମେ ଶୁଣିବା ପରେ ମୁଁ ହତବାକ ହୋଇଯାଇଥିଲି । ତୁରନ୍ତ ତାଙ୍କ ଫୋନ୍‌ ନମ୍ବର୍‌ ସଂଗ୍ରହ କରି କଥା ହୋଇଥିଲି ଓ ତାଙ୍କ ଇଚ୍ଛା ପୂରଣ କରିବି ବୋଲି ପ୍ରତିଶୃତି ଦେଇଥିଲି । ତା’ ପରେ କଟକ ପ୍ରହରାଜପୁର ଗାଁକୁ ଯାଇ ତାଙ୍କୁ ଭେଟିଥିଲି । ଏହି ପ୍ରୟାସରେ ମୋତେ ସହଯୋଗ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ । ନିକଟରେ କଟକର ଆଇକନିକ ପ୍ରତିଭା ଷ୍ଟୁଡ଼ିଓରେ ରେକର୍ଡ଼ ହୋଇଛି ନିଜାମିଙ୍କ ପ୍ରଥମ ଭଜନ,’’ କକହିଛନ୍ତି ବର୍ଷା ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

ବର୍ଷା କେବଳ ନିଜାମିଙ୍କୁ ତାଙ୍କ କରିୟରର ପ୍ରଥମ ଗୀତ ରେକର୍ଡ଼ କରାଇବାରେ ସହଯୋଗ କରିଛନ୍ତି ତାହା ନୁହେଁ । ତାଙ୍କୁ ଆଗକୁ ବଢିବାକୁ ସହଯୋଗ ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ଅକୁଣ୍ଠିତ ସହଯୋଗ ପାଇଁ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପୂରା ଟିମକୁ ସାଧୁବାଦ ଜଣାଇଛନ୍ତି ନିଜାମୀ ।



‘‘ବଞ୍ଚିଥିବା ଯାଏ ମୁଁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏମିତି ଭକ୍ତି ଗୀତ ଗାଇ ଚାଲିଥିବି । ମୋ’ ମାଆ ବର୍ଷା ଏ ଭଳି ସୁଯୋଗ ମତେ ଦେଇଥିବାରୁ ମୁଁ ଭାରି ଖୁସି । ମୁଁ ସାରା ଜୀବନ ପାଇଁ ଏହି ସହଯୋଗ ମନେ ରଖିବି,’’ କହିଛନ୍ତି ନିଜାମି ।
Published by: Anand ST Das
First published: April 10, 2021, 11:59 PM IST