ଅନୁଭବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କଲେ ବର୍ଷା

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ବିବାଦୀୟ ମତ ରଖିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବ ଓ ବର୍ଷା (ପ୍ରତୀକାତ୍ମକ ଛବି)

ଅନୁଭବ ଓ ବର୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଷ୍ଟାର ଦମ୍ପତି ବର୍ଷା ଅନୁଭବ ମଧ୍ୟରେ ଚାଲିଥିବା ଦାମ୍ପତ୍ୟ ବିବାଦରେ ପୁଣି ଯୋଡ଼ି ହୋଇଯାଇଛି ଆଉ ଏକ ନୂଆ ମାମଲା । ଅନୁଭବଙ୍କ ବିରୁଦ୍ଧରେ ପୁଣି ଥରେ କୋର୍ଟଙ୍କ ଦ୍ବାରସ୍ଥ ହେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଏଥର ସ୍ବାମୀଙ୍କ ନାଁରେ ହାଇକୋର୍ଟରେ ଅଦଲତ ଅବମାନନା ମାମଲା ରୁଜୁ କରିଛନ୍ତି ବର୍ଷା ।

ସୋମବାର ଦିନ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ କୋର୍ଟଙ୍କ ନିର୍ଦେଶକୁ ଉଲଘଂନ କରିଥିବାର ମାମଲାରେ ଦର୍ଶାଯାଇଛି । ଅଦାଲତଙ୍କ କଟକଣା ସତ୍ୱେ, ଅନୁଭବ ସୋସିଆଲ ମିଡିଆରେ ମତ ରଖିଥିବା କଥା ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ବିବାଦୀୟ ମତ ରଖିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଏହି ମାମଲାରେ କେବଳ ଅନୁଭବଙ୍କୁ ପକ୍ଷ କରିଛନ୍ତି ।

"ବର୍ଷା ଦାୟର କରିଥିବା ମାମଲାର କପି ଆମର ହସ୍ତଗତ ହୋଇଛି। ଆମେ ଏହି ମାମଲାକୁ ତର୍ଜମା କରି ଆଇନଗତ ପଦକ୍ଷେପ ଗ୍ରହଣ କରିବୁ। କିନ୍ତୁ ଅନୁଭବ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଆସିଛନ୍ତି ଓ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଖିଲାପି କରି ନାହାଁନ୍ତି । ବର୍ଷା ଅନୁଭବଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଛନ୍ତି," କହିଛନ୍ତି ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର ।

ଗତମାସରେ ଅନୁଭବ ନିଜ ୟୁ-ଟ୍ୟୁବ ଚାନେଲରେ ଲାଗାତାର ତିନି ତିନିଟି ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କି ସେ ବର୍ଷା ଓ ତାଙ୍କ ମଧ୍ୟରେ ଥିବା ବିବାଦ ଓ ତିକ୍ତତାକୁ ଭିଡ଼ିଓ ମାଧ୍ୟମରେ ସାର୍ବଜନିନ କରିଥିଲେ । ଏହି ଭିଡ଼ିଓ ଗୁଡ଼ିକୁ ନେଇ ସେହି ସମୟରେ ସମଗ୍ର ରାଜ୍ୟରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରି କି ବିଭିନ୍ନ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରୁ ପରସ୍ପର ବିରୋଧୀ ଅରୁଚିକର ମନ୍ତବ୍ୟ ପ୍ରଦାନ ମଧ୍ୟ କରାଯାଇଥିଲା

ଏହା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କର ମର୍ଯ୍ୟାଦା ଓ ସମ୍ମାନ ହାନି କରାଯାଉଥିବା ନେଇ ବର୍ଷା ପ୍ରଥମେ ପୁରିଘାଟ ଥାନା ଲିଖିତ ଅଭିଯୋଗ କରିଥିଲେ । ଏହାର କିଛି ଦିନ ପରେ ସେ ସାଇବର ଥାନା ମଧ୍ୟ ଅଭିଯୋଗ କରିଥିଲା । ଏବଂ ଶେଷରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ କୋର୍ଟ ଉଭୟଙ୍କ ପକ୍ଷ ଶୁଣିବା ପରେ ଗତ ମାସ ୨୭ ତାରିଖ ଦିନ ପରସ୍ପରକୁ ଆକ୍ଷେପ ନ କରିବା ଲାଗି ଉଭୟ ପତି ପତ୍ନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Published by:Soumya Das
First published: