ଭଲ ସ୍ତ୍ରୀ ଓ ବୋହୂ ହେବାର ବିଫଳ ହୋଇଛନ୍ତି ବର୍ଷା: ଛାଡ଼ପତ୍ର ପିଟିସନରେ କହିଛନ୍ତି ଅନୁଭବ

ଜୁଲାଇ ମାସରେ ବର୍ଷାଙ୍କ ଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀର ଏକ କୋର୍ଟରେ ଆବେଦନ ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷା ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲେ ବୋଲି ଦର୍ଶାଇଛନ୍ତି ଅନୁଭବ।

ଭଲ ସ୍ତ୍ରୀ ଓ ବୋହୂ ହେବାର ବିଫଳ ହୋଇଛନ୍ତି ବର୍ଷା: ଛାଡ଼ପତ୍ର ପିଟିସନରେ କହିଛନ୍ତି ଅନୁଭବ
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: September 6, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ନୂଆ ଦିଲ୍ଲୀ: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ବୈବାହିକ ବିବାଦରେ ଏବେ ନୂଆ ତଥ୍ୟ ସାମନାକୁ ଆସିଛି । ଦିଲ୍ଲୀର ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ଗତ ଜୁଲାଇ ମାସରେ ଏକ ଛାଡ଼ପତ୍ର ଆବେଦନ କରିଥିଲେ ତାଙ୍କ ସ୍ୱାମୀ ଅନୁଭବ ଅନୁଭବ । ବର୍ଷାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ପୂର୍ବ ସିନେମା ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଏମ୍‌.ପି. ଅନୁଭବ ମହାନ୍ତି ।

ଓଲିଉଡର ହିଟ ଯୋଡ଼ି ଥିବା ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଘରୋଇ ହିଂସା ନେଇ ଶନିବାର ଦିନ ଏକ ମାମଲା ରୁଜୁ କରିଥିଲେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କଟକ ଏସ.ଡି.ଜେ.ଏମ. କୋର୍ଟରେ ଏହି ମାମଲା ଦାୟର କରି ବର୍ଷା ଆର୍ଥିକ କ୍ଷତିପୁରଣ ବି ଦାବି କରିଥିଲେ ।

ବର୍ଷା ନିଜ ପିଟିସନରେ ଦର୍ଶାଇଛନ୍ତି ଯେ ଅନୁଭବ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଏହା ସହିତ ଅନୁଭବ ବହୁ ମହିଳାଙ୍କ ସହ ସଂସ୍ପର୍ଶରେ ଅଛନ୍ତି ଓ ସେମାନଙ୍କ ମଧ୍ୟରେ ଫିଲ୍ମ ଶିଳ୍ପର ଅନେକ ମହିଳା ମଧ୍ୟ ରହିଛନ୍ତି ବୋଲି କହିଥିଲେ ବର୍ଷା । ଅନୁଭବ ଜଣେ ମଦ୍ୟପ ଏବଂ ନିଜ ବେଡ ରୁମରେ ବର୍ଷାଙ୍କ ଉପସ୍ଥିତିରେ ସାଙ୍ଗମାନଙ୍କ ସହ ମଦ ପିଅନ୍ତି ବୋଲି ବି ସେ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ବର୍ଷା ଏ ସବୁର ପ୍ରତିବାଦ କଲେ ଅନୁଭବ ତାଙ୍କୁ ମାଡ଼ ବି ମାରନ୍ତି ବୋଲି ପିଟିସିନରେ ଉଲ୍ଲେଖ କରିଛନ୍ତି ବର୍ଷା । ସନ୍ତାନ ପାଇଁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ଅନୁଭବ ଏହାକୁ ଏଡ଼ାଇ ଯାଆନ୍ତି ବୋଲି ବି ସେ କହିଛନ୍ତି ।

ଅନୁଭବଙ୍କ ଛାଡ଼ପତ୍ର ପିଟିସନର ଏକ ଅଂଶ


ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ହେଲେ ଦିଲ୍ଲୀର ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ଅନୁଭବ ଜୁଲାଇ ମାସରେ ଦାଖଲ କରିଥିବା ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଦର୍ଶାଇଛନ୍ତି । ବିବାହ ପରେ ଉଭୟ ମାତ୍ର ୧୮ ମାସ ଏକାଠି ରହିଥିଲେ ଓ ଏହା ପରେ ବର୍ଷାଙ୍କ ବ୍ୟବହାର ଅସହ୍ୟ ହୋଇଥିଲା ବୋଲି ସେ ଲେଖିଛନ୍ତି ।



ବର୍ଷା ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ନିଜ ପିଟିସନରେ ଲେଖିଛନ୍ତି ଅନୁଭବ । ବର୍ଷା ଭଲ ପତ୍ନୀ ଓ ଭଲ ବୋହୂ ହେବାର ବିଫଳ ହୋଇଛନ୍ତି ଓ ବୈବାହିକ ସମ୍ପର୍କ ଓ ଦାୟିତ୍ବ ତୁଲାଇବାରେ ମଧ୍ୟ ସେ ବିଫଳ ହୋଇଥିବା ଅନୁଭବ ନିଜ ପିଟିସନରେ ଦର୍ଶାଇଛନ୍ତି । ବୈବାହିକ ସମ୍ପର୍କ ଭଲ ନ ଥିବାରୁ ତାଙ୍କ ସହ ଆଉ ରହିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନୁଭବ ଛାଡ଼ପତ୍ର ଲୋଡ଼ିଛନ୍ତି ।
Published by: Anand Shankar Thankur Das
First published: September 6, 2020, 5:46 PM IST
corona virus btn
corona virus btn
Loading