‘ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି…’; ବର୍ଷା-ଅନୁଭବ ଯୁକ୍ତିତର୍କର ଭିଡିଓ ଭାଇରାଲ୍

ଭିଡିଓଟି ଅନୁଭବ ଓ ବର୍ଷା ରହୁଥିବା କଟକ ନନ୍ଦିସାହି ବାସଭବନରେ ରେକର୍ଡ ହୋଇଥିବା ଜଣାପଡ଼ିଛି । କିଛି ଦିନ ତଳେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ବର୍ଷା ଫେରିବା ପରେ ଅନୁଭବଙ୍କ ସହ ହୋଇଥିବା ଯୁକ୍ତିତର୍କର ଏହି ଭିଡିଓଟି ବୋଲି କୁହାଯାଉଛି ।

‘ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି…’; ବର୍ଷା-ଅନୁଭବ ଯୁକ୍ତିତର୍କର ଭିଡିଓ ଭାଇରାଲ୍
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: December 17, 2020, 4:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଲିଉଡର ଏକଦା ଲୋକପ୍ରିୟ ଓ ହଟ୍‌ ଯୋଡ଼ି ମାତ୍ର ଏବେ ବିବାଦୀୟ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତିଙ୍କ (Anubhav Mohanty) ମଧ୍ୟରେ ବୈବାହିକ ବିବାଦ କୋର୍ଟ-କଚେରୀରେ ଚାଲିଥିବା ବେଳେ ଏବେ ପଦାକୁ ଆସିଛି ଏକ ଭାଇରାଲ ଭିଡିଓ । ସେହି ଭିଡିଓରେ ବର୍ଷା ଓ ଅନୁଭବଙ୍କ ଭିତରେ ଯୁକ୍ତିତର୍କ ଓ ଆକ୍ଷେପ-ପ୍ରତିଆକ୍ଷେପ ହେଉଥିବା ଦେଖିବାକୁ ମିଳିଛି (Varsha Anubhav viral video)

ଭିଡିଓରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌.ପି. ଅନୁଭବ ମହାନ୍ତି ସ୍ପଷ୍ଟ ଦେଖାଯାଉଛନ୍ତି, କିନ୍ତୁ ବର୍ଷାଙ୍କୁ ଦେଖିବାକୁ ମିଳିନାହିଁ । ହେଲେ ବର୍ଷାଙ୍କ କଣ୍ଠ ଓ ତାଙ୍କ କଥା ସ୍ପଷ୍ଟ ଶୁଭୁଛି । ଅନୁଭବଙ୍କ ଅଭିଯୋଗର ଓ ଆକ୍ଷେପର ଉତ୍ତର ଦେଉଥିବା ମହିଳା ଜଣକ ବର୍ଷା ବୋଲି କୁହାଯାଉଛି । ତା’ ଛଡ଼ା ଏହି ଭିଡିଓରେ ଅନୁଭବ ବର୍ଷାଙ୍କ ନାଁ ନେଇ କଥା ହେଉଛନ୍ତି (Varsha Anubhav quarrel video)।

ଏହା ବି ପଢ଼ନ୍ତୁପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ଅନୁଭବଙ୍କ ଘରେ ଗଣେଶ ପୂଜା ସମୟରେ ବର୍ଷା (ଡାହାଣ)


‘‘ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି’’ ବୋଲି ବାରମ୍ବାର କହୁଛନ୍ତି ଅନୁଭବ । ଏହି ଭିଡିଓର ବାର୍ତ୍ତାଳାପରେ ଆଉ ଜଣେ ମହିଳାଙ୍କ ଉପସ୍ଥିତି ଥିବା ବୁଝାପଡୁଛି । ସେହି ମହିଳାଙ୍କୁ ‘ମ୍ୟାଡାମ୍’ ସମ୍ବୋଧନ କରି ଅନୁଭବ ନିଜ କେସ୍ ସମ୍ପର୍କରେ କିଛି କହୁଛନ୍ତି ।

ଭିଡିଓଟି ଅନୁଭବ ଓ ବର୍ଷା ରହୁଥିବା କଟକ ନନ୍ଦିସାହି ବାସଭବନରେ ରେକର୍ଡ ହୋଇଥିବା ଜଣାପଡ଼ିଛି । କିଛି ଦିନ ତଳେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ଫେରିଥିଲେ ବର୍ଷା । ତା’ପରେ ବର୍ଷା ଓ ଅନୁଭବଙ୍କ ଭିତରେ ହୋଇଥିବା ଯୁକ୍ତିତର୍କର ଏହି ଭିଡିଓଟି ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍‌ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

ଭାଇରାଲ ହୋଇଥିବା ଭିଡିଓ ଦୁଇ ତିନି ଦଳର ବୋଲି ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ବର୍ଷା ବା ଅନୁଭବ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

ଭାଇରାଲ ହୋଇଥିବା ଭିଡିଓରେ ଏମିତି ବାର୍ତ୍ତାଳାପ ରହିଛି:

ଅନୁଭବ ବର୍ଷାଙ୍କୁ କହୁଛନ୍ତି: ‘‘ବାପା ମାଆଙ୍କର ଆଶିର୍ବାଦ ଅଛି, ମୋତେ ପୃଥିବୀରେ କେହି ହରେଇ ପାରିବେନି… ଶୁଣ, ପୃଥିବୀରେ କେହି ହରେଇ ପାରିବେନି । ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି…, ହେଲା, କୁହନି ମୋତେ…’’

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ତା’ପରେ ଅନୁଭବ ସେହି ଅନ୍ୟ ମହିଳାଙ୍କୁ କହୁଛନ୍ତି, ‘‘ମ୍ୟାଡାମ୍‌, ମୁଁ ଯେତେବେଳେ ଏଇ ଘରକୁ ଆସିଲି… ମୋ‘ ରୁମ୍‌ ମ୍ୟାଡାମ୍‌ ଏଇଟା… ମୁଁ ମ୍ୟାଡାମ୍‌ ଆପଣଙ୍କୁ ହାତ ଯୋଡ଼ି ରିକ୍ୱେଷ୍ଟ୍‌ କରୁଛି ମୋ’ର କୌଣସି ଭାୟୋଲେନ୍ସ କି ଡୋମେଷ୍ଟିକ୍‌ ଭାୟୋଲେନ୍ସ ନାହିଁ…’’

ଏତିକି ବେଳେ ବର୍ଷା କିଛି କହିବା ଆରମ୍ଭ କରିବାରୁ ଅନୁଭବ ବିରକ୍ତ ହୋଇ ତାଙ୍କୁ କହୁଛନ୍ତି, ‘‘ଟିକେ ଚୁପ୍‌ ରହିବ କି? ମୁଁ ମ୍ୟାଡାମଙ୍କ ସାଙ୍ଗରେ କଥା ହେଉଛି ନା? ତମେ ମୋ’ ସାଙ୍ଗରେ ରହିବ ବୋଲି କେସ୍‌ ଦେଇଛ ନା?’’

ବର୍ଷା ସେଇଠୁ ଫଟ୍‌ କିନା କହୁଛନ୍ତି: ‘‘ତା’ ମାନେ ତମେ ଚାରି ଜଣ ଲୋକଙ୍କୁ ଆଣିକି ଘର ଭିତରେ ରହିବ?’’

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ତମେ ଯେ ଭିତରେ ପୋଲିସ ସାଙ୍ଗରେ ରହୁଛ?’’ ଉତ୍ତରରେ ପଚାରୁଛନ୍ତି ଅନୁଭବ ।

‘‘କାହିଁକି ରହିବି ନି?’’ କହୁଛନ୍ତି ବର୍ଷା ।



‘‘କି କଥା ଦେଖିଲ! ମୁଁ ଚାରି ଜଣ କାହାକୁ ଆଣିକି ଆସିଲି ଭିତରକୁ? ସେ ପିଲା ତୁମ ଛତା ଧରିକି ବୁଲନ୍ତି, ତୁମ ଜୋତା ପୋଛିଦିଅନ୍ତି, ତୁମକୁ ପାଣି ଦିଅନ୍ତି, ତୁମକୁ ଖାଇବାକୁ ଦିଅନ୍ତି…’’ କହୁଛନ୍ତି ଅନୁଭବ ।



ଭିଡିଓର ଶେଷାଂଶରେ ଅନୁଭବ ବର୍ଷାଙ୍କୁ କହୁଥିବା ଶୁଣାଯାଉଛି, ‘‘ତୁମ ସମ୍ପର୍କ କେତେ ଲୋକଙ୍କ ସହ ଅଛି ଲୋକେ ସେ ବିଷୟରେ କହିଲେଣି, ଛି ଛାକର କଲେଣି…’’
Published by: Anand Shankar Thankur Das
First published: December 17, 2020, 4:06 PM IST
corona virus btn
corona virus btn
Loading