ବର୍ଷା ଓ ଅନୁଭବଙ୍କ ଛାଡ଼ପତ୍ର ମାମଲା ଦିଲ୍ଲୀରୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହେବ

ସୁପ୍ରିମ କୋର୍ଟର ଆଦେଶ ଉପରେ ଉଭୟ ବର୍ଷା ଓ ଅନୁଭବ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି । ଅନୁଭବ ବିଜେଡିର ସାଂସଦ ଥିଲେ ମଧ୍ୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଆଜି ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସେ ଅନୁପସ୍ଥିତ ଥିଲେ ।

ବର୍ଷା ଓ ଅନୁଭବଙ୍କ ଛାଡ଼ପତ୍ର ମାମଲା ଦିଲ୍ଲୀରୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହେବ
ଅତୀତର ଏକ ସୁଖଦ ମୁହୂର୍ତ୍ତରେ ବର୍ଷା ଓ ଅନୁଭବ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏକଦା ଓଲିଉଡର ନମ୍ବର୍‌-ୱାନ୍‌ ଷ୍ଟାର୍‌ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ହେବ । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସିନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ । ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ।

ସୁପ୍ରିମ୍‌ କୋର୍ଟ ନିଜ ନିର୍ଦ୍ଦେଶରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାର ଶୁଣାଣି ଶୀଘ୍ର ଆରମ୍ଭ କରିବା ସହିତ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ କଟକ ପରିବାର ଅଦାଲତରେ ହାଜର ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ମାମଲାଟିକୁ ବିଚାର ପାଇଁ ତଲିକାଭୁକ୍ତ କରିବା ପାଇଁ ମଧ୍ୟ କହିଛନ୍ତି କୋର୍ଟ ।

ଏହା ବି ପଢ଼ନ୍ତୁ | ଆସୁଛିନୂଆ ଜିଓଫୋନ୍ ୨୦୨୧ଅଫର୍‌; ଅସୀମିତ କଲ୍ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ

ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହା ପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସ.ଡି.ଜେ.ଏମ୍‌. କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନଙ୍କୁ ସ୍ଥାୟୀ କରିବା ପ୍ରାର୍ଥନା କରି ଦୁଇ ଦୁଇଟି ମାମଲା ଦାୟର କରିଥିଲେ । ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କୁ ମନେ ପକାଇ ତାଙ୍କ ଝିଅ ଜାହ୍ନବୀ କପୁର ଶେୟାର୍ କଲେ କେତେକ ଅଦେଖା ଫଟୋ

ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ଏକାଧିକ ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଆମେ ବର୍ଷା ଓ ଅନୁଭବଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଉଭୟ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ । ସାଂସଦ ଅନଭୁବ ମହାନ୍ତିଙ୍କ ପକ୍ଷରୁ କୁହାଯାଇଛି ଯେ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ୍‌ କୋର୍ଟରେ ସେ ଏକ ପିଟିସନ ଦାୟର କରିଥିଲେ, ଯାହାର ଶୁଣାଣି କରି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ଏହି ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ ସେ ଓ ତାଙ୍କ ପରିବାର ଲୋକେ ଏହି ମାମଲା ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ତାଙ୍କ ବାପାଙ୍କ ଦେହ ବି ଖରାପ ରହୁଛି । ବର୍ଷା ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏହି ମାମଲା ଯୋଗୁଁ ସେ ରାଜନୈତିକ ସ୍ତରରେ ଆକ୍ରୋଶର ଶିକାର ହୋଉଥିବା କଥା ଉଲ୍ଲେଖ କରି ମାମଲାର ତୁରନ୍ତ ଫଇସଲା ପାଇଁ ସୁପ୍ରିମ୍‌ କୋର୍ଟରେ ଦାୟର ନିଜ ପିଟିସନରେ ଉଲ୍ଲେଖ କରିଥିଲେ ବୋଲି କହିଛନ୍ତି ତାଙ୍କ ସହଯୋଗମାନେ ।



ଅନୁଭବ ମହାନ୍ତି ଏବେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଥିଲେ ମଧ୍ୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଏପରିକି ଆଜି ବିଜୁ ବାବୁଙ୍କ ଜୟନ୍ତୀ ଅବସରେ କଟକ ଆନନ୍ଦ ଭବନରୁ ବହାରିଥିବା ସାଇକେଲ୍‌ ରାଲିରେ ସହରର ସବୁ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ସେଠାରେ ଅନୁଭବ ଅନୁପସ୍ଥିତ ଥିଲେ ।
Published by: Anand Shankar Thankur Das
First published: March 5, 2021, 8:09 PM IST