କଟକ ପରିବାର ଅଦାଲତରେ ଆରମ୍ଭ ହେଲା ବର୍ଷା ଓ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା

ସୁପ୍ରିମ କୋର୍ଟରେ ଦାୟର ନିଜ ପିଟିସନରେ ସାଂସଦ ଅନୁଭବ ମହାନ୍ତି କହିଥିଲେ ଯେ ସେ ଓ ତାଙ୍କ ପରିବାର ବର୍ଷାଙ୍କ ଅଭିଯୋଗ ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ବର୍ଷା ତାଙ୍କ ସମ୍ମାନ ନଷ୍ଟ କରିବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ସେ କହିଥିଲେ ।

କଟକ ପରିବାର ଅଦାଲତରେ ଆରମ୍ଭ ହେଲା ବର୍ଷା ଓ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା
ସୋମବାର ଦିନ କଟକ ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ
  • News18 Odia
  • Last Updated: April 5, 2021, 10:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସୋମବାର ଠାରୁ କଟକ ପରିବାର ଅଦାଲତରେ ଆରମ୍ଭ ହୋଇଛି ଓଲିଉଡର ରିଲ୍‌ ଯୋଡ଼ିରୁ ରିଏଲ୍‌ ଯୋଡ଼ି ହୋଇଥିବା ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି । ଶୁଣାଣିକୁ ଯଥା ଶୀଘ୍ର ଶେଷ କରିବା ପାଇଁ ସୁପ୍ରିମ କୋର୍ଟ କଟକ ପରିବାର ଅଦଲତକୁ ନିର୍ଦ୍ଦେଶ ଦେଇ ଉଭୟ ପତି ପତ୍ନୀଙ୍କୁ କୋର୍ଟରେ ହାଜର ହେବା ପାଇଁ କହିଥିଲେ ।

ଉଭୟ ଅନୁଭବ ଓ ବର୍ଷା ସୋମବାର ଦିନ ଅଦାଲତରେ ହାଜର ହୋଇଥିଲେ, କିନ୍ତୁ ଭିନ୍ନ ଭିନ୍ନ ସମୟରେ । ସକାଳ ପ୍ରାୟ ୧୦ଟା ୧୫ ମିନିଟ ସମୟରେ ପ୍ରଥମେ ବର୍ଷା କୋର୍ଟରେ ହାଜର ହୋଇଥିଲେ । ପ୍ରାୟ ୧୧ଟା ବେଳେ ଅନୁଭବ କୋର୍ଟକୁ ଆସିଥିଲେ । ହାଜିରା ସମୟରେ ଉଭୟ କୋର୍ଟଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ । ଏହି ମାମଲା ଆଗକୁ ବିଭିନ୍ନ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବ ମତ ଦେଇଛନ୍ତି ଆଇନଜୀବୀମାନେ ।

ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ

‘‘ଯେହେତୁ କୋର୍ଟଙ୍କୁ ନିର୍ଦ୍ଦେଶ ଥିଲା, ସେଥି ପାଇଁ ଆଜି ଅନୁଭବ ଓ ବର୍ଷା କୋର୍ଟରେ ହାଜର ହୋଇଥିଲେ । ଭବିଷ୍ୟତରେ ଦୁଇ ଜଣ ନିଜ ନିଜର ଜବାବ ରଖିବେ । କୋର୍ଟ ଯଦି ଆଦେଶ ଦିଅନ୍ତି ତାହେଲେ ଦୁଇ ଜଣଙ୍କ କନସିଲିଏସନ୍‌ ହେବ । ତା’ ପରେ ପୁଣି ସେମାନେ ନିଜ ନିଜର ଜବାବ ରଖିବେ । ତା’ ପରେ ସାକ୍ଷୀ ହେବ । ଆଗକୁ ଏକ ଲମ୍ବା ଆଇନଗତ ପ୍ରକ୍ରିୟା ଅଛି । ସେମାନେ ଫାମିଲି କୋର୍ଟରେ ଅର୍ଡ଼ର ବିରୋଧରେ ଉଚ୍ଚ ଅଦଲତାରେ ଅପିଲ୍ ବି କରିପାରିବେ,’’ କହିଛନ୍ତି ଆଇନଜୀବୀ ରଶ୍ମିରଞ୍ଜନ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭୋଜପୁରୀ ଗୀତ 'ରସେ ରସେ ଚୁସଲା ଭୱଁରୱା ବନ୍ କେ' ଖୁବ୍ ଭାଇରାଲ୍ ହେଉଛି

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପତ୍ନୀ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ପ୍ରଥମେ ଆବେଦନ କରିଥିଲେ । ଏହା ପରେ ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣିଥିଲେ ଓ ବୈବାହିକ ଜୀବନକୁ ବଜାୟ ରଖିବାକୁ କଟକ ଏସ୍‌.ଡି.ଜେ.ଏମ୍‌. କୋର୍ଟରେ ଦୁଇଟି ଆବେଦନ କରିଥିଲେ । ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ କରିବାକୁ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ସୁପ୍ରିମ କୋର୍ଟ ଏହି ମାମଲାରେ ଶୁଣାଣି କରି ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ଦାଖଲ ପିଟିସିନ ଦାୟର ହୋଇଥିଲା । ସେହି ପିଟିସିନରେ ସାଂସଦ ଉଲ୍ଲେଖ କରିଥିଲେ ଯେ ସେ ଓ ତାଙ୍କ ପରିବାର ଏହି ମାମଲା ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ତାଙ୍କ ବାପାଙ୍କ ଦେହ ଖରାପ ରହୁଛି ଓ ବର୍ଷା ତାଙ୍କ ମାନ ସମ୍ମାନକୁ ନଷ୍ଟ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି ବୋଲି ସେ ଏଥିରେ କହିଥିଲେ । ଏହି ମାମଲା ଯୋଗୁଁ ସେ ରାଜନୈତିକ ସ୍ତରରେ ଆକ୍ରୋଶର ଶିକାର ହୋଉଥିବା କଥା ଉଲ୍ଲେଖ କରି ମାମଲାକୁ ତୁରନ୍ତ ଫୈସଲା ପାଇଁ ସୁପ୍ରିମ କୋର୍ଟରେ ଦାୟର ନିଜ ପିଟିସନରେ କହିଥିଲେ ଅନୁଭବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମାଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକସନ୍ ଅଫ୍‌ ୱିମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାୟୋଲେନ୍ସ ଆକ୍ଟ, ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ କଟକ ଏସ.ଡି.ଜେ.ଏମ୍‌.ଙ୍କ କୋର୍ଟରେ ଏକ ମକଦ୍ଦମା କରିଛନ୍ତି । ମକଦ୍ଦମାରେ ବର୍ଷା ନିଜ ସ୍ୱାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି । ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ଅନୁଭବ ଶୟନ କକ୍ଷରେ ମଦ୍ୟପ ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରିବା ସହ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ

ବିବାହ ପରେ ଅନୁଭବ ବର୍ଷାଙ୍କୁ ଅନ୍ୟ କାହା ସିନେମାରେ ଅଭିନୟ କରିବାର ସୁଯୋଗ ଅନୁଭବ ଦେଇ ନାହାଁନ୍ତି ବୋଲି ବର୍ଷା ଅଭିଯୋଗ କରିଥିଲେ । ଅନୁଭବଙ୍କ ସହ ବର୍ଷା କରିଥିବା ଫିଲ୍ମରେ ତାଙ୍କୁ ପାରିଶ୍ରମିକ ମଧ୍ୟ ମିଳି ନ ଥିଲା ବୋଲି ନିଜ ପିଟିସନରେ ଉଲ୍ଲେଖ କରିଥିଲେ ବର୍ଷା ।



ଅନୁଭବ ମହାନ୍ତି ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା ଅଭିଯୋଗ ବି କରିଥିଲେ ବର୍ଷା । ହେଲେ ଅନୁଭବଙ୍କ ସହ ନିଜ ବିବାହକୁ ସ୍ଥାୟୀ କରିବା ନିବେଦନ କରି ବର୍ଷା କଟକ ପରିବାର ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଦୁଇଟି ଯାକ ମାମଲା ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ଯାଇଥିଲା, ହେଲେ ସେଥିରେ କୌଣସି ସୁଫଳ ମିଳି ନ ଥିଲା ।
Published by: Anand ST Das
First published: April 5, 2021, 10:41 PM IST